ଜୟ ମାଁ ବାଳକୁମାରୀ
ମାଁ ବାଳକୁମାରୀ.... କିଏ????     
ମାଁଙ୍କ ନା ବାଳକୁମାରୀ କାହିଁକି...ହେଲା....?
ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଖବର ......!!!    
     ଗଞ୍ଜାମ ଜିଲ୍ଲା ଚିକିଟି ବ୍ଲକ୍ ,ଧାନଘର ନିକଟସ୍ଥ କେରାଣ୍ଡିମାଳ ପାହାଡରେ ମାଁ ବାଳକୁମାରୀ ଙ୍କ ମନ୍ଦିର ଅବସ୍ଥିତ l ଇତିହାସରେ ଉଲ୍ଲେଖ ଅଛି ଯେ,, ୮୮୧ ସାଲ ରେ ରାଜା କେଶବ ରାଉତରାୟ ଙ୍କ  ସମୟର.........
ମାଁ ବାଳକୁମାରୀଙ୍କ କଥା..! ୮୮୧ ଶାଲ୍ ରୁ କୁଆଡେ ପୂଜା ପାଇଆସୁଛନ୍ତି,,,, ମାଁ ବାଳକୁମାରୀ ! ଚିକିଟି ରାଜାଙ୍କ ଇଷ୍ଟ ଦେବୀ ଥିଲେ,, ମାଁ ବାଳକୁମାରୀ.....!!!  
       
                 ମାଁ ହେଉଛନ୍ତି ପ୍ରତ୍ୟେକ୍ଷ ଦେବୀ l ଦିନେ ରାଜା ଚିକିଟି ରୁ ବୁଦାଗିରି ବାଳକୁମାରୀକୁ ଘୋଡାରେ ବସିଯାଉଥିଲେ l ସେହି  ସମୟରେ ସେହି ପାହାଡ ଉପରେ ଗୋଟେ ୧୦ବର୍ଷର ଝିଅ ଚୁଟି ଓଦା ଅବସ୍ତାରେ  ଖରାରେ ରାସ୍ତା ଉପରେ ଯାଉଥିଲା l ରାଜା କିଏ କ’ଣ ଭାବି ରାଜା ଚାଲିଗଲେ ଏବଂ ବୁଦାଗିରି ବାଳକୁମାରୀରୁ ଦର୍ଶନ କରି ରାଜା ଆସିଲେ  l ପୁଣି କିଛି ଦିନପରେ ରାଜାଙ୍କୁ ସପ୍ନ ହେଲା ଯେ :---ମୁଁ ଚିକିଟିର କେରାଣ୍ଡିମାଳ ପାହାଡ ଉପରେ ରହୁଛି l ସେହିଦିନ ରାଜା ନିଜେ ସେହି ପାହାଡରେ ବୁଲି ମାଁଙ୍କ ମୂର୍ତ୍ତୀକୁ ଗୋଟେ ପଥର କୋରଡ ଭିତରେ ପାଇଥିଲେ l ରାଜା ମାଁଙ୍କୁ ଛୋଟ ବାଳିକା ରୂପରେ ଦେଖିଥିଲେ, ସେଥିପାଇଁ ରାଜା..ମାଁଙ୍କ ନା ବାଳକୁମାରୀ ରଖିଥିଲେ.....!! 

     ସେହି ଦିନଠାରୁ ମାଁ ବାଳକୁମାରୀ କେରାଣ୍ଡିମାଳ ପାହାଡରେ ପୂଜାପାଇଆସୁଛନ୍ତି l ମାଁ ବାଳକୁମାରୀ..ଭୟଙ୍କର ପାହାଡ ଉପରର ଶିଖର ଉପରେ ଅବସ୍ଥିତ ଅଛନ୍ତି l ମାଁଙ୍କର ଗୋଟେ ବଡ ଯାତ୍ରା ହୋଇଥାଏ ସେହି ଯାତ୍ରା ହେଲା ନବରାତ୍ରୀ ! ନବରାତ୍ରୀରେ ମାଁଙ୍କ ପାଖରେ ପ୍ରଥମେ ରାଜାଙ୍କର ଭୋଗ ଲାଗିଲା ପରେ,, ତାପରେ ଆଉ କାହାର ଭୋଗ ଲାଗୁଛି ! ମାଁଙ୍କୁ ପ୍ରତିଦିନ ସକାଳେ ମାର୍ଜଣା ହୋଇଥାଏ ଏବଂ ସହସ୍ରାସନ,ସନ୍ଧ୍ୟାରେ ଆଳତି ଏବଂ ଭୋଗ ହୋଇ ମାଁଙ୍କୁ ନିତି ଦିନ ଏମିତି  ପୂଜା ହୋଇଥାଏ l
   
        ଏଠିକି ଆସିଲେ କୁଆଡେ ମାନସିକ ପୂରଣ କରନ୍ତି ମାଁ  l ବର୍ତ୍ତମାନର ରହସ୍ୟମୟ କଥା ଏହା କି ଯେ,,,ଏଠାକୁ ଆସି ମାଙ୍କ ଠାରେ ଯାହା ମନସ୍ତ କରିବା ସେହି ମାନସିକ ପୂରଣ ହୋଇଥାଏ l ତେଣୁ ଅନେକ ଦର୍ଶକ ଏଠାକୁ ଆସି ମାନସିକ କରିଥାନ୍ତି ଏବଂ ମାନସିକ ପୂର୍ଣ୍ଣ ହେଲେ ପୁଣି ଆସି ଦର୍ଶନ କରିଯାନ୍ତି l

Tags :- # news # tvp # tvpnews

Share With