76

ଜକର ଗାଁର ଜଙ୍ଗଲ ରାସ୍ତାରେ ଘଟିଥିବା ଏକ ସତ୍ୟ ଘଟଣା ......!!!
ଯାହା ବିଷୟରେ ଆଜି ଆମେ ଆପଣ ମାନଙ୍କୁ କହିବୁ .......!!!
ଯାହା ଆପଣ ଶୁଣିବା ପରେ ଆପଣଙ୍କର ଲୋମ ଟାଙ୍କୁରି ଉଠିବ ........!!

“ ହଁ ଦର୍ଶକ ବନ୍ଧୁ “........!! 

(ଏ କାହାଣୀ ହେଉଛି ଜଣେ ଅଟୋ ଡ୍ରାଇଭରର )

                   ଗଞ୍ଜାମ ଜିଲ୍ଲାର ଦିଗପହଣ୍ଡି ଗାଁର ରାଣୀ ସାହିର ସନିଆ ନାମକ ଜଣେ ବ୍ୟକ୍ତି ନିଜର ଅଟୋ ଧରି ଦିନ ସାରା ଘୁରି ବୁଲୁଥାଏ ଏବଂ ଲୋକମାନେ ଯୁଆଡେ କହିବେ ସେ  ଅଟୋ ନେଇକି ଯାଏ ! କିନ୍ତୁ ଆଜି ଯାଏ  ସେ ଗୋଟିଏ ଜାଗାକୁ ଅଟୋ ଧରି ଯାଇନାଥିଲା ! କାରଣ ଲୋକମାନେ କୁହନ୍ତି ଯେ ସେହି ସ୍ଥାନରେ କୁଆଡେ ଭୂତ ,ପ୍ରେତ, ପିଚାଶି  ମାନେ ରୁହନ୍ତି ! ସେହି ଜାଗାଟି ହେଉଛି ଜକର ଯିବା ଜଙ୍ଗଲ ରାସ୍ତାଟି ! ସେହି ଜଙ୍ଗଲ ରାସ୍ତାଟି ଦିଗପହଣ୍ଡି ଠାରୁ ପ୍ରାୟ 30 km ହେବ !
                                                ଜକର ଗାଁ ଗଲାବେଳେ ଏକ ନିଛାଟିଆ ଲମ୍ବା ରାସ୍ତା ପଡେ, ସେହିଦିନ ରାତି  8:00 ସମୟରେ ଗ୍ରାହକମାନଙ୍କୁ ନେଇ ଚିକିଟି ବସ୍ ଷ୍ଟାଣ୍ଡ ରେ ଛାଡିକି ଘରକୁ ଫେରୁଥିବା ସମୟରେ ସନିଆ ସହିତ ଘଟିଲା ଏକ ଭୟାନକ ଘଟନା। ସନିଆ ଜାଣିନ ଥିଲା ସେହି ରାତି ଅମବାସ୍ୟର  ରାତିଥିଲା ।   

ସେହିଦିନର ସେହି କାଳ ରାତ୍ରିରେ ଯେଉଁ ଭୟଙ୍କର ଘଟଣା ସନିଆ ସହିତ ଘଟିଥିଲା ।ଯେତେବେଳେ ସେ ଅଟୋ ନେଇ ସେହି ଜଙ୍ଗଲ ରାସ୍ତା ରେ ପହଞ୍ଚିଲା । ହଟାତ୍ ଅଟୋଟି ଦୋହଲିବାରେ ଲାଗିଲା  ସତେଯେମିତିକି ଝଡୋ,ତଫନ ଆସିଲା ପରି ଲାଗିଲା । ତା ପରେ ସନିଆ ଛାନିଆ ହୋଇ ଅଟୋଟିକୁ ସମ୍ଭାଳି ପାରିଲା ନାହିଁ। ତା ପରେ ଯେତେବେଳେ ସେ ଅଟୋରେ ଲାଗିଥିବା ଆଇନ କୁ ଦେଖି ସେ ପଛକୁ ବୁଲି ଚାହିଁଲା ଯେତେବେଳେ ସେ ଦେଖିଲା ଯେ ମୁଣ୍ଡ ନଥିବା ଏକ ଜିଅନ୍ତା ପ୍ରେତ ଆତ୍ମା ଲୋକଟି । ଯାହାରକି ଗୋଟିଏ ହାତ ଏବଂଗୋଟିଏ ଗୋଡ ହିଁ ଥିଲା ।ସେତେବେଳେ  ସନିଆର ଅଣ୍ଡିଆରେ  ଆଉ ପାଣି ନଥିଲା । ତାପରେ ସେ ସେଠାରୁ ନିଜେ ଯାଇପାରୁଥିଲା ନା ଅଟୋକୁ ନେଇ ଯାଇପାରୁଥିଲା । ତାପରେ ସେହି ମୁଣ୍ଡ ନଥିବା ପ୍ରେତ ଆତ୍ମା ସନିଆ ଉପରେ ମାଡି ବସିଲା । ସନିଆ ଯେତେ ବିକଳରେ ରଡିଛାଡୁଥିଲା ଯେ ସେତେବେଳେ ସନିଆ ର ଡାକ ଶୁଣିବା ପାଇଁ କେହିବି ନଥିଲେ ।ସେହି ଜିଅନ୍ତା ପ୍ରେତ ଆତ୍ମା ଟି ସନିଆର ଉପରେ ମାଡି  ବସିକି ତା ବେକରୁ ଅଧା ରକ୍ତ ସୋଶିନେଇଥିଲା । ତାପରେ ସେହି ଜିଅନ୍ତା ପ୍ରେତ ଆତ୍ମା ଟି ସନିଆକୁ ଅଟୋରୁ ଘୋଷାଡ଼ି ଘୋଷାଡ଼ି ଆଣି ରାସ୍ତା କଡରେ ରଖି ତା ପେଟରୁ ଅନ୍ତପୁଟା କୁ କାଡି ଛିନ୍ ଭିନ୍ କରି ଖାଇ ସେ ଜିଅନ୍ତା ପ୍ରେତ ଆତ୍ମା ଟି ନିଜର  ମନକୁ ଶାନ୍ତ କରୁଥିଲା । ସନିଆର ମୃତ ଦେହକୁ ନେଇ ଗୋଟିଏ ଗଛରେ ଟଙ୍ଗେଇ ଦେଇଥିଲା। ସେ ଜିଅନ୍ତା ପ୍ରେତ ଆତ୍ମା ଏମିତି ଭାବରେ ଖାଇଥିଲା ଯେ ତା ଦେହ ରକ୍ତାକ୍ତ ହୋଇ ଦୁଇ ତୁଳା ମାଂସ ଏବଂହାଡ ଖଣ୍ଡେ ଝୁଲୁଥିଲା  । 

“ ଦର୍ଶକ ବନ୍ଧୁ “ ଆମେ ଆପମାନଙ୍କୁ ସତର୍କତା ସହ କହିଛୁ ଯେ ଜକର ଗାଁ ଯିବା ପୂର୍ବରୁ ଏକ ନିଛାଟିଆ ଜଙ୍ଗଲ ରାସ୍ତା ପଡେ । ଆପଣ ମାନଙ୍କୁ ବିନତି ହୋଇ କହୁଛୁ ଯେ ସେହି ରାସ୍ତା ଦେଇ କିଏବି ରାତ୍ର ସମୟରେ ଯିବେ ନାହିଁ ।    
ବ୍ୟୁର ରିପୋର୍ଟ tvp news9 ………..!!!

Tags :- # news # tvp news9 # tvp # tvpnews

Share With