କିଏ ଏହି ସାଲବେଗ ........!!
କାହା ପାଇଁ ପ୍ରତି ବର୍ଷ ପୁରୀ ବଡ ଦାଣ୍ଡରେ ଅଟକି ଯାଏ ନନ୍ଦୀଘୋଷ ରଥ .....!!
ଜଣେ ମୁସଲିମ୍ କେମିତି ମହାପ୍ରଭୁ ଜଗନ୍ନାଥଙ୍କ ଭକ୍ତ ହେଲେ .....!!
ତେବେ ଆସନ୍ତୁ ଜାଣିବା ଜଣେ ମୁସଲିମ ଆଉ ମହାପ୍ରଭୁ ଭିତରେ କେଉଁ ପରି ସମ୍ପର୍କ ରହିଛି ।
“ହଁ ଦର୍ଶକ ବନ୍ଧୁ ” ......!!!
ମୋଗଲ୍ ସାମ୍ରାଜ୍ୟ ଲାଲ୍ ବେଗ ନାମରେ ଜଣେ ଉଚ୍ଛ କୋଟିର ଯୋଦ୍ଧା ଥିଲେ । ମୋଗଲ୍ ବାଦସାଙ୍କ ଆଜ୍ଞା ରେ ଓଡିଶା ଉପରେ ଆକ୍ରମଣ କରିଲେ । ଲାଲବେଗ୍ ଥରେ ଯୁଦ୍ଧ ସାରି ଫେରିବା ସମୟରେ ଏକ ବିଧବା ବ୍ରାହ୍ନଣି ଯୁବତୀଙ୍କୁ ଏକ ନଇ କୂଳରେ ସାନ୍ନ କରୁଥିବାର ଦେଖିଲେ ଏବଂ ତାଙ୍କୁ ଦେଖି ତାଙ୍କ ସୁନ୍ଦରତା ରୂପରେ ମୋହିତ ହୋଇ ତାଙ୍କ ବଳ ପ୍ରୟୋଗ କରି ତାଙ୍କ ମୋଗଲ୍ ସାମ୍ରାଜ୍ୟକୁ ଉଠାଇ ଆଣିଥିଲେ । ଏବଂ ତାଙ୍କୁ ବିବାହ ମଧ୍ୟ କରିଥିଲେ। ବିବାହର କିଛି ମାସ ପରେ ତାଙ୍କର ଏକ ପୁତ୍ର ଜନ୍ମ ହୋଇଥିଲା । ତାଙ୍କ ନାମ ରଖିଥିଲେ ସାଲବେଗ ।
ସାଲବେଗ ଯେତେବେଲେ ଯୁବ ଆବସ୍ଥାର ହେଲେ , ତାଙ୍କ ପିତା ଲାଲବେଗଙ୍କ ସହିତ ରାଜ୍ୟ ଜୟ କରିବା ଅଭିମୁଖେ ଯୁଦ୍ଧରେ ଯାଇଥିଲେ ।ସେହି ଯୁଦ୍ଧ ସମୟରେ ଦୁଇ ଜଣଙ୍କୁ ଗଭୀର ଭାବରେ ଆଘାତ ହୋଇଥିଲା ।। ସେହି ଆଘାତରେ ରାଜା ଲାଲ ବେଗଙ୍କ ମୃତ୍ୟୁ ହୋଇଥିଲା । ସାଲବେଗଙ୍କ ଦେହ ଅତି ଗଭୀର ଭାବେ ପୀଡା ହେବା ସହିତ କଷ୍ଟ ମଧ୍ୟ ହେଉଥାଏ। ପୁତ୍ରଙ୍କ ଏହି ସବୁ କଷ୍ଟ ଦେଖି ସାଲବେଗଙ୍କ ମା ସହି ପାରୁନଥିଲେ । ଆଉ ସେ ଭଗବାନଙ୍କୁ ମଧ୍ୟ ନିଜ ଦୁଖ ଜଣାଇ ପାରୁନଥିଲେ । କାହିଁକି ନା ସେ ହିନ୍ଦୁ ହେଲେ ମଧ୍ୟ ତାଙ୍କ ସ୍ଵାମୀ ଜଣେ ମୁସଲମାନ ।ତେଣୁ ତାଙ୍କ ପୁତ୍ରଙ୍କୁ ଏହି ବିଷୟରେ ସବୁ କଥା କହିଲେ । କିନ୍ତୁ ସାଲବେଗଙ୍କୁ ଏହି କଥା ଉପରେ ବିଶ୍ଵାସ ହେଲା ନାହିଁ ।
ରାତ୍ର ସମୟରେ ସାଲବେଗ ସୋଇଥିବା ସମୟରେ ମହାପ୍ରଭୁ ଜଗନ୍ନାଥ ତାଙ୍କ ସ୍ଵପ୍ନରେ ଆସି ତାଙ୍କ ହାତରେ ମୁଠାଏ ବିଭୁତି ଦେଇ କହିଲେ ତୁମେ ଏହି ବିଭୂତିକୁ ନିଜ କ୍ଷତ ସ୍ଥାନରେ ଲଗାଇ ଦିଅ ତୁମର ସବୁ କଷ୍ଟ ଦୂର ହୋଇଯିବ। ହଟାତ୍ ସ୍ଵପ୍ନରୁ ଉଠି ସାଲବେଗଦେଖିଲେ ହାତରେ ମୁଠାଏ ବିଭୁତି ଅଛି । ସେହି ବିଭୂତିକୁ ସେ ନିଜ ଶରୀରରେ ଲଗାଇବା ମାତ୍ରକେ ସବୁ କ୍ଷତ ସଙ୍ଗେ ସଙ୍ଗେ ଭଲ ହୋଇଗଲା । ଭକ୍ତି ଭାବରେ ଲୀନ ହୋଇ ସାଲବେଗ ମହାପ୍ରଭୁ ଜଗନ୍ନାଥଙ୍କ ନାମକୁ ଗାଇବାକୁ ଲାଗିଲେ । ଏବଂ ପରିବାର ,ସଂସାରର ଦୁଖକୁ ତ୍ୟାଗ କରି ସେ ସବୁ ବେଳେ ହରିଙ୍କ ନାମ ଜପ କରୁଥିଲେ ।ତା ପରେ ସେ ସନ୍ୟାସୀ ହେବା ପାଇଁ ସ୍ଥିର କରିଲେ । ଏମିତି ଭଗବାନଙ୍କ ନାମ ଜପି ଜପି ସେ ପୁରୀ ଶ୍ରୀ ମନ୍ଦିରରେ ପହଞ୍ଚିଲା । ଜଗନ୍ନାଥଙ୍କୁ ଦର୍ଶନ କରିବା ପାଇଁ ମନ୍ଦିର ଭିତରକୁ ଯେତେବେଳେ ପ୍ରବେଶ କରିଲେ ସେତେବେଳେ ପୂଜାରୀ ମାନେ ମନ୍ଦିର ଭିତରକୁ ଆସିବା ପାଇଁ ବାରଣ କରିଲେ କାହିଁକି ନା ସେ ଜଣେ ଅଣ-ହିନ୍ଦୁ ହୋଇଥିବାରୁ ମନ୍ଦିର ଭିତରକୁ ପ୍ରବେଶ କରିବା ପାଇଁ ଦେଲେ ନାହିଁ ।
ସେ ଦୁଖିତ ହୋଇ ସେଠାରୁ ଚାଲିଯାଇ ପୁରୀ ମନ୍ଦିର ପାଖରେ ହିଁ ଗୋଟେ ଛୋଟ କୁଡିଆ ଘର କରି ରହିଲେ । ଏବଂ ପ୍ରତି ବର୍ଷ ମହାପ୍ରଭୁ ଜଗନ୍ନାଥଙ୍କ ରଥ ଯାତ୍ରାରେ ଦର୍ଶନ କରିବାକୁ ଯାନ୍ତି । କିନ୍ତୁ ଗୋଟିଏ ବର୍ଷ ସାଲବେଗଙ୍କ ଦେହ ଅସୁସ୍ଥତା ହେତୁ ସେ ମହାପ୍ରଭୁ ଜଗନ୍ନାଥଙ୍କ ରଥ ଯାତ୍ରାରେ ଯାଇପାରିଲେ ନାହିଁ। ଆଉ ମନେ ମନେ ମହାପ୍ରଭୁଙ୍କୁ ସ୍ମରଣ କରୁ ଥାନ୍ତି । ମହାପ୍ରଭୁ ଜଗନ୍ନାଥଙ୍କ ରଥ ପୁରିଦାଣ୍ଡରେ ଗଡିଚାଲିଲା ସତ କିନ୍ତୁ ଭକ୍ତ ସାଲବେଗଙ୍କ କୁଟୀର ନିକଟରେ ଯେତେବେଳେ ପହଞ୍ଚିଲା ରଥଟି ଆଉ ଆଗକୁ ବଢିଲା ନାହିଁ । ଅନେକ ଚେଷ୍ଟା କରିଲେ ମଧ୍ୟ ରଥ ଆଉ ଆଗକୁ ଗଡିଲା ନାହିଁ । ସେତେବେଳେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ । ରଥଟି ସେହି ସ୍ଥାନରେ ହିଁ ଅଟକି ଗଲା । ରାତିରେ ଭଗବାନ ବଡପଣ୍ଡାଙ୍କ ସ୍ଵପ୍ନରେ ଆସି କହିଲେ । ମୁଁ ମୋ ପରମ ଭକ୍ତଙ୍କୁ ଅପେକ୍ଷା କରିଛି ସେ ଆସିଲା ପରେ ଯାଇ ରଥ ଗଡିବ । ଶେଷରେ ଭକ୍ତ ସାଲବେଗ ପୁରୀରେ ପହଞ୍ଚି ମହାପ୍ରଭୁଙ୍କୁ ଦର୍ଶନ କରିବା ପରେ ଯାଇ ରଥ ଗଡି ଥିଲା ।
ଆଜି ମଧ୍ୟ ପ୍ରତି ବର୍ଷ ରଥ ଯାତ୍ରାରେ ଭକ୍ତ ସାଲବେଗଙ୍କ ସମାଧି ପାଖରେ ତିନି ରଥ କିଛି ସମୟ ପାଇଁ ରୁହନ୍ତି ।
ବ୍ୟୁର ରିପୋର୍ଟ tvp news9 ……….!!