ଭାରତରେ ରହିଛି ଅନେକ ରହସ୍ୟମୟ ମନ୍ଦିର ...|
ଟିଟଲାଗଡ ଭଳି ଉତ୍ତପ୍ତ ସହରରେ ଅଛି ଏହି ମନ୍ଦିର ...|
ଖରା ଦିନେ ବି ଥଣ୍ଡା ଲାଗେ ଏହି ମନ୍ଦିର ...|
ବୈଜ୍ଞାନିକ ବି ଖୋଜି ପାଉନାହାନ୍ତି ଏହାର କାରଣ ...|
ଭାରତରେ ରହିଛି ଅନେକ ରହସ୍ୟମୟ ମନ୍ଦିର ଯାହା ପଛରେ ଲୁଚି ରହିଛି ଅନେକ ରହସ୍ୟମୟ ରୋମାଞ୍ଚଭରା କାହାଣୀ ....|
ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ବୈଜ୍ଞାନିକମାନେ ବି ଏହାର ରହସ୍ୟ ଖୋଜି ପାଉନାହାନ୍ତି |
ସେହିପରି ଓଡିଶାରେ ରହିଛି ଅନେକ ରହସ୍ୟମୟ ମନ୍ଦିର | ରାଜ୍ୟର ସବୁଠାରୁ ଉତ୍ତପ୍ତ ସହର ଭାବେ ପରିଚିତ ହେଉଛି ଟିଟଲାଗଡ ସହର |
ଏହି ସହରର ପାହାଡ ଉପରେ ରହିଛି ଏଭଳି ଏକ ଅଦ୍ଭୁତ ଶିବ ମନ୍ଦିର| ଯାହା ପଛରେ ଲୁଚି ରହିଛି ଅନେକ ରହସ୍ୟମୟ ରୋମାଞ୍ଚଭରା ତଥ୍ୟ|
ଟିଟଲାଗଡ ସହର ହେଉଛି ଏମିତି ଏକ ସହର ଯାହା ସାମାନ୍ୟ ଗରମରେ ବି ପାଲଟିଯାଏ ତତଲାଗଡ....|
ସବୁଠାରୁ ଆଶ୍ଚର୍ଯ୍ୟ ଜନକ କଥା ହେଉଛି କି ଟିଟଲାଗଡର ପାହାଡ ଉପରେ ଥାଇବି ଏହି ମନ୍ଦିର ପ୍ରବଳ ଗରମରେ ବି ଥଣ୍ଡା ଲାଗେ |
ଆଜି ବି ଏହି ମନ୍ଦିର ଭିତରେ ରହିଯାଇଛି ଅନେକ ରହସ୍ୟ କଥା|
ଟିଟଲାଗଡ ର କୁମୁଡା ପାହାଡରେ ରହିଛି ଏହି ଶିବ ମନ୍ଦିର |
ପାହାଡ ଉପରେ ଥିବାରୁ ଏଠାରେ ଭିଷଣ ଗରମ ଅନୁଭୂତ ହୁଏ | ଖରା ଦିନେ ସହର ଟକମକ ହୋଇ ଫୁଠୁଥାଏ| ଦିନ ୯ ଟାରେ ହିଁ ସହର ସୂନ୍ ସାନ୍ ହୋଇଯାଏ l
ରାସ୍ତାରେ କାଉ କୋଇଲି ଟିଏ ବି ଦେଖିବାକୁ ମିଳେନି |
ହେଲେ ସେତେବେଳେ ପାହାଡ ଉପରେ କିପରି ଗରମ ହେଉଥିବ ତାହା ଭାବିଲେ ଦେହ ଶୀତେଇ ଉଠୁଛି |
ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି ମନ୍ଦିର ଭିତରେ ଗରମ ଅନୁଭବ ହେଉଥିବା ବେଳେ ମନ୍ଦିର ଭିତରେ AC ଭଳି ଥଣ୍ଡା ଲାଗିଥାଏ |
ମନ୍ଦିର ଭିତରେ ଟିକେ ବି ଗରମର ପ୍ରଭାବ ପଡେନି |କିନ୍ତୁ ମନ୍ଦିର ବାହାରେ ଟିକେବି ସମୟ ଛିଡାହେବା ଭକ୍ତମାନଙ୍କ ପାଇଁ ସମ୍ଭବଦାୟକ ନୁହେଁ |
ହେଲେ ମନ୍ଦିର ଭିତରକୁ ପ୍ରବେଶ କରିବା ମାତ୍ରେ ଥଣ୍ଡା ଅନୁଭବ ହୁଏ | ଏ ସମ୍ପର୍କ ମନ୍ଦିର ପୂଜାରୀ କୁହନ୍ତି ଯେ ମନ୍ଦିରରେ ସ୍ଥାପିତ ଦେବାଦେବୀଙ୍କ ମୁର୍ତ୍ତୀ ପ୍ରତୀମା ଯୋଗୁ ଥଣ୍ଡା ଅନୁଭବ ହୁଏ |
ଭଗବାନ ଭୋଳାନ୍ନାଥ ଓ ମାତା ପାର୍ବତୀଙ୍କ ପ୍ରତୀମାରୁ ଆସିଥାଏ Ac ପରି ଥଣ୍ଡା ପବନ |
ଯାହାପାଇଁ ମନ୍ଦିରର ବାତାବରଣକୁ ଥଣ୍ଡା ରଖିଥାଏ |
ଥଣ୍ଡା ବାତାବରଣ କେବଳ ମନ୍ଦିର ଭିତରେ ହିଁ ସୀମିତ ଥାଏ |ଆ ପଛରେ ବିଭିନ୍ନ ରହସ୍ୟ ରହିଛି ସେ ସମ୍ପର୍କରେ ଜାଣିବାକୁ ଅନେକ ଚେଷ୍ଟା କରାଯାଇଛି |
ହେଲେ ଆଜି ଯାଏଁ ଏହାର ପଛର ସତ୍ୟତା କଣ ରହିଛି ଜଣାପଡିନି |
ଆଜିବି ଅନେକ ରହସ୍ୟ ଘେରରେ ରହିଛି ଏହି ଶିବ ମନ୍ଦିର |
କିଛି ଲୋକମାନେ ଏହାକୁ ଚମତ୍କାର କହୁଥିବା ବେଳେ ଅନ୍ୟକିଛି ଲୋକମାନେ ଏହାକୁ ଅନ୍ଧବିଶ୍ଵାସ ବୋଲି କୁହନ୍ତି....|