ପ୍ରଭୁ ଜଗନ୍ନାଥ ମହାବଳୀ ହନୁମାନଙ୍କୁ କାହିଁକି ଚେଇନ୍ ରେ ବନ୍ଧି କରି ରଖିଛନ୍ତି.............!!!!!
ପ୍ରଭୁ ହନୁମାନ ଜଗନ୍ନାଥ ପୁରୀରେ କଣ କଣ ଚମତ୍କାର କରିଛନ୍ତି……….!!!!!
ଆସନ୍ତୁ ଜାଣିବା ଏହାର ରହସ୍ୟ କ’ଣ ......!!!!!!
ଦର୍ଶକ ବନ୍ଧୁ.........!!!!
                      ଆପଣମାନେ ଜାଣିଥିବେ ଜଗନ୍ନାଥ ପୁରୀ  ଚାରି ଧାମରୁ ଗୋଟିଏ ଧାମ ! ଯେଉଁଠି ଭଗବାନ ବିଷ୍ଣ ଜଗନ୍ନାଥଙ୍କ ରୂପରେ ପୂଜା ପାଉଛନ୍ତି ଏହି ମନ୍ଦିରକୁ ରାଜା ଇନ୍ଦ୍ରଦ୍ରୁମ୍ୟାନ ନିର୍ମାଣ କରିଥିଲେ ! ଏହି ମନ୍ଦିରର ସୁରକ୍ଷା ଦାୟିତ୍ଵ ପ୍ରଭୁ ଜଗନ୍ନାଥ ହନୁମାନଙ୍କୁ ଦେଇଛନ୍ତି ! ଏହି ମନ୍ଦିରର କୋଣ କୋଣରେ ପ୍ରଭୁ ହନୁମାନ ବାସ କରୁଛନ୍ତି  ହନୁମାନ ଏଠାରେ ବହୁତ  ପ୍ରକାର ଚମତ୍କାର କରିଛନ୍ତି ! ଭଗବାନ ହନୁମାନ ଆଜି ମଧ୍ୟ ହିନ୍ଦୁ ଧର୍ମର ରକ୍ଷା ଓ ନିଜ ଭକ୍ତ ମାନଙ୍କ ପାଇଁ  କଳିଯୁଗରେ ଜୀବିତ ଅଛନ୍ତି ଓ ସାରା ପୃଥିବୀରେ ବିଚଳନ କରୁଛନ୍ତି ! ପ୍ରଭୁ ହନୁମାନଙ୍କ ଶକ୍ତିକୁ କିଏ ବା ନଜାଣେ ତାଙ୍କର ଶକ୍ତିରେ କଳନା ନାହିଁ ତାଙ୍କର ଆକାରର ମାପ ନାହିଁ ! ଭଗବାନ ହନୁମାନଙ୍କୁ କୌଣସି ଶସ୍ତ୍ରର କିଛି ମଧ୍ୟ ପ୍ରଭାବ ହୁଏ ନାହିଁ  ଯିଏ ବି ପ୍ରଭୁ ହନୁମାନଙ୍କୁ ଭକ୍ତି କରେ ସେ ତାଙ୍କର ବିଶେଷ କୃପା ଲାଭ କରିଥାଏ ! ପ୍ରଭୁ ଶ୍ରୀରାମଙ୍କ ହନୁମାନଙ୍କ ଉପରେ ବିଶେଷ କୃପା ଅଛି ପ୍ରଭୁ ହନୁମାନ ମହାଦେବଙ୍କ ଏକ ଅବତାର ଅଟନ୍ତି କିନ୍ତୁ ସେ ବହୁତ ବଳବାନ ଓ ବୃଦ୍ଧିମାନ ମଧ୍ୟ ଅଟନ୍ତି !   ପ୍ରଭୁ ହନୁମାନ କେବଳ ନିଜର ଭକ୍ତମାନଙ୍କୁ ନୁହେ ସେହେତ ଭଗବାନଙ୍କର ମଧ୍ୟ ରକ୍ଷା କରନ୍ତି !

କ’ଣ ଆପଣ ଜାଣିଛନ୍ତି ..........!!!!!!
                                     ଜଗନ୍ନାଥ ପୁରୀରେ ପ୍ରଭୁ ହନୁମାନଙ୍କୁ ବନ୍ଧି କରିକି ରଖାଯାଇଛି ଓ ଭକ୍ତ ମାନେ ତାଙ୍କୁ ଚେଇନ୍ ରେ ବନ୍ଧା ଅବସ୍ଥାରେ ହିଁ ପୂଜା କରନ୍ତି ! ଯଦି ଆପଣ ପୁରୀ ଯାଇଥିବେ ଆପଣ ଭଗବାନ ହନୁମାନ ଓ ପ୍ରଭୁ ଭଗବାନ ଜଗନ୍ନାଥଙ୍କ ଚମତ୍କାରକୁ ନିରଶ୍ଚିତ ଭାବେ ଅନୁଭବ କରିଥିବେ !  ଯେପରି ପ୍ରଭୁ ହନୁମାନ ମହାଭାରତ ଯୁଦ୍ଧରେ ଶ୍ରୀକୃଷ୍ଣଙ୍କ ଆଦେଶ ଅନୁସାରେ ଅର୍ଜୁନଙ୍କ ରଥ ଉପରେ ବିରାଜିତ ଥିଲେ ! ଯାହା ଦ୍ଵାରା ସେ ତାଙ୍କୁ ସମସ୍ତ ଅସ୍ତ୍ର ଶସ୍ତ୍ର ସୁରକ୍ଷା ଦଉଥିଲେ ସେହିପରି ଏହି କଳିଯୁଗରେ ଭଗବାନ ଜଗନ୍ନାଥଙ୍କ ରକ୍ଷା ପାଇଁ ପ୍ରଭୁ ହନୁମାନ ପୁରୀ ମନ୍ଦିରରେ ବିରାଜିତ ହୋଇଛନ୍ତି ! ଜଗନ୍ନାଥ ପୁରୀ ମନ୍ଦିରରେ ଚାରଟି ଦ୍ଵାର ଅଛି ଆଉ ସବୁ ଦ୍ଵାରରେ ପ୍ରଭୁ ହନୁମାନ ଭିନ୍ନ ଭିନ୍ନ ରୂପରେ ଅଛନ୍ତି ଆଉ ସେ ସେଠାରେ ରହି ପ୍ରଭୁ ଜଗନ୍ନାଥଙ୍କର ସେବା କରୁଛନ୍ତି ! ପ୍ରଭୁ ହନୁମାନ ସବୁ ଦ୍ଵାରରେ ଅଛନ୍ତି ! ପୂର୍ବଦ୍ଵାରରେ ପ୍ରଭୁ ହନୁମାନଙ୍କୁ କୋଟ ହନୁମାନ ନାମରେ ଜଣାଯାହାନ୍ତି ! ପର୍ଶ୍ଚିମ ଦ୍ଵାରରେ ହନୁମାନଙ୍କ 4 ଫିଟ ଉଚ୍ଚତାରେ ମୃତ୍ତି ଅଛି ସେଠାରେ ହନୁମାନଙ୍କୁ କାନକଟା ହନୁମାନ ନାମରେ ଜଣାଯାହାନ୍ତି ! ମନ୍ଦିରର ଉପର ଦ୍ଵାରରେ ପ୍ରଭୁ ହନୁମାନଙ୍କ ଚାରଟି ହାତ ଅଛି ଚାରଟି ହାତରେ ସେ ଚକ୍ର ଧରିଛନ୍ତି  ସେଠାରେ ତାଙ୍କୁ ଚାରି ଭୂଜା ହନୁମାନ ନାମରେ ଜଣାଯାହାନ୍ତି ! ଦକ୍ଷିଣରେ ପ୍ରଭୁ ହନୁମାନଙ୍କ  12 ଫିଟ ଉଚ୍ଚତାର ପ୍ରତିମୃତ୍ତି ଅଛି ସେଠାରେ ପ୍ରଭୁ ହନୁମାନଙ୍କୁ ବାରଭାଇ ହନୁମାନ ନାମରେ ଜଣାଯାହାନ୍ତି !

         ଚାରିଭୂଜା ହନୁମାନ ମନ୍ଦିର ଯାହା ଦକ୍ଷିଣ ଦିଗରେ ଅଛି ! ଏହି ମନ୍ଦିରକୁ ଆଦିଗୁରୁ ସଙ୍କରାଚାର୍ଯ୍ୟା ନିର୍ମାଣ କରିଥିଲେ କୁହାଯାଏ ସମୁଦ୍ରର  ଲହରୀ ସର୍ବଦା ମନ୍ଦିର ବିତରକୁ ଚାଲିଆସେ ଯାହା ଦ୍ଵାରା ଭକ୍ତମାନେ ବହୁତ ଅସୁବିଧାର ସମୁଖୀନ୍ନ ହୋଇଥାନ୍ତି ! ଏହାକୁ ଅଟକେଇବା ପାଇଁ ଆଦିଗୁରୁ ସଙ୍କରାଚାର୍ଯ୍ୟା ଦକ୍ଷିଣ ଦ୍ଵାରରେ ପ୍ରଭୁ ହନୁମାନଙ୍କୁ ଆବାହନ କରି ତାଙ୍କର ପତିଷ୍ଠା କରିଥିଲେ ଆଉ ପ୍ରଭୁ ହନୁମାନଙ୍କୁ ସମୁଦ୍ର ବିତରକୁ ନଆସିବାକୁ ଦେବାକୁ ପ୍ରାର୍ଥନା କରିଥିଲେ ! ମନା ଯାଇ ସେବେ ଠାରୁ ସମୁଦ୍ର ଦ୍ଵାର ମନ୍ଦିରକୁ କୌଣସି ସଂକଟ ଆସିନାହିଁ  ! ଏଠାକାର ଲୋକଙ୍କ କହିବା ଅନୁସାରେ ଯେବେ ଫନୀ ନାମକ ଏକ ଭୟଙ୍କର ଝଡ ଏଠାକୁ ଆସିଥିଲା ସେବେ ମଧ୍ୟ ସମୁଦ୍ରର ଲହର ମନ୍ଦିର ବିତରକୁ ପ୍ରବେଶ କରିପାରିନଥିଲା ! ସେହିପରି ମନ୍ଦିରର ଅନ୍ୟ ଦିଗରେ ମଧ୍ୟ ପ୍ରଭୁ ହନୁମାନ ଜଗନ୍ନାଥଙ୍କର ରକ୍ଷା କରୁଛନ୍ତି ! ମନ୍ଦିରର ଅନ୍ୟ ଦିଗରେ ଥିବା ହନୁମାନଙ୍କର ମଧ୍ୟ ଅନ୍ୟ ଅନ୍ୟ କାହାଣୀ ଅଛି ମନ୍ଦିରର ମୁଖ୍ୟ ଦ୍ଵାରରେ ଥିବା ସମୁଦ୍ରରେ ପାଖରେ ପ୍ରଭୁ ହନୁମାନଙ୍କର ଏକ ମନ୍ଦିର ଅଛି ଯାହା ପୁରୀର ଚକ୍ର ନୟନ ମନ୍ଦିରର ପର୍ଶ୍ଚିମ ଦିଗରେ ଅଛି ! ଏଠାରେ ପ୍ରଭୁ ହନୁମାନଙ୍କୁ ଚେଇନ୍ ରେ ବନ୍ଧା ହୋଇଛନ୍ତି ! ତେଣୁ ଏଠାରେ ପ୍ରଭୁ ହନୁମାନଙ୍କୁ ବେଡି ହନୁମାନ ନାମରେ ପୂଜା କରନ୍ତି ପୁରୀର ଲୋକମାନେ ଏହି ହନୁମାନଙ୍କୁ ଦରିଆ ମହାବୀର ନାମରେ ମଧ୍ୟ ପୂଜା କରନ୍ତି ! ଯେବେ ମଧ୍ୟ ପୃଥିବୀରେ ଭଗବାନ ଅବତାର ନିଅନ୍ତି ସେବେ ଦେବତା , ନର  , ଗନ୍ଧର୍ବ ସମସ୍ତଙ୍କର ଇଚ୍ଛା ଥାଏ ଯେ ସେ ଇଶ୍ଵରଙ୍କ ଦର୍ଶନ କରିବେ ! ସେହିପରି ସମୁଦ୍ର ମନରେ ମଧ୍ୟ ଭଗବାନ ଜଗନ୍ନାଥଙ୍କ ଦର୍ଶନ କରିବାର ଇଚ୍ଛା ଥାଏ ! ତେଣୁ ବହୁତ ଥର ସମୁଦ୍ର ମନ୍ଦିର ବିତରକୁ  ପ୍ରବେଶ  କରିଯାଏ ଏହା  ଦ୍ଵାରା ମନ୍ଦିରକୁ ବହୁତ କ୍ଷତି ହୋଇଥାଏ ! ତିନି ତିନି ଥର ମନ୍ଦିର ସମୁଦ୍ର ଦ୍ଵାରା କ୍ଷତି ଗ୍ରସ୍ତ ହୋଇଛି ତେଣୁ ମନ୍ଦିରର ରକ୍ଷା କରିବା ପାଇଁ ଜଗନ୍ନାଥ ଏଥିପାଇଁ ହନୁମାନଙ୍କୁ ନିଯୁକ୍ତ କରିଥିଲେ ଆଉ ସମୁଦ୍ରକୁ ଅଟକାଇବାକୁ କହିଥିଲେ ! କିନ୍ତୁ ଯେତେ ବେଳେ ପ୍ରଭୁ ହନୁମାନ ମଧ୍ୟ ଜଗନ୍ନାଥଙ୍କୁ ଦର୍ଶନ କରିବାକୁ ଯାହାନ୍ତି କିମ୍ବା ଅଯୋଧ୍ଯ୍ଯାକୁ ଲୋଡୁ ଖାଇବାକୁ ଚାଲିଯାହାନ୍ତି ସେତେ ବେଳେ ସମୁଦ୍ର ତାଙ୍କ ଅନୁଉପସ୍ଥିତି  ମନ୍ଦିର ଭିତରକୁ ପ୍ରବେଶ କରେନାହିଁ  ତେଣୁ ପ୍ରଭୁ ଜଗନ୍ନାଥ ଏଥିରେ ଚିନ୍ତିତ ହୋଇ ପ୍ରଭୁ ହନୁମାନଙ୍କୁ ସୁନାର ଶିଙ୍କୁଳିରେ ବାନ୍ଧି ଦେଇଥିଲେ  ଯାହା ଦ୍ଵାରା ହନୁମାନ ସେଠାରୁ କୁଆଡେ ମଧ୍ୟ ଯାଇପାରିଲେ ନାହିଁ ଓ ସମୁଦ୍ର ଦ୍ଵାର ମନ୍ଦିରର କୌଣସି କ୍ଷେୟ କ୍ଷତି ହେଇନଥିଲା ! ସେବେ ଠାରୁ ଏଠାରେ  ହନୁମାନ ବେଡି ହନୁମାନ ନାମରେ ଜଣାଯାହାନ୍ତି  ଏଠାକୁ  ଆସୁଥିବା ବେଡି ହନୁମାନଙ୍କୁ ମଧ୍ୟ ଦର୍ଶନ କରନ୍ତି ! ଏଠାରେ ପ୍ରଭୁ ହନୁମାନ ବହୁତ ଚମତ୍କାର ମଧ୍ୟ କରିଛନ୍ତି ଗୋଟିଏ ଚମତ୍କାର ମଧ୍ୟରୁ ଏହାଟି ଏଠାରେ ସମୁଦ୍ରର ଲହରୀ ମନ୍ଦିର ଭିତରକୁ ଶୁଣାଯାଏ ନାହିଁ  ! ଯେପରି ସିଂହଦ୍ଵାରରେ ବାହାରକୁ ବାହାରିବେ ଆପଣଙ୍କୁ ସମୁଦ୍ରର ଲହରୀ ଶବ୍ଦ ଶୁଣାଯିବ ! କୁହାଯାଏ ପ୍ରଭୁ ଜଗନ୍ନାଥ ସମୁଦ୍ର ଲହରୀ ଶବ୍ଦରେ ଠିକସେ ସୋଇପାରୁନଥିଲେ ! ଯେବେ ପ୍ରଭୁ ହନୁମାନ ଏ କଥା ଜାଣିଲେ ସେ ନିଜକୁ ଦୁଇ ଭାଗରେ ବାଣ୍ଟି ଦେଲେ ଓ ପବନର ବେଗରେ ସେ ମନ୍ଦିରର ଚାରିପଟେ ଦୌଡିବାକୁ ଲାଗିଲେ ଏହା ଦ୍ଵାରା ମନ୍ଦିର ଚାରିପଟେ ପବନର ଏକ ଚକ୍ରବତ୍ତ ବାନ୍ଧିଦେଲେ ଏହା ଦ୍ଵାରା ସମୁଦ୍ରର ଗର୍ଜନ ମନ୍ଦିର ଭିତରକୁ ପ୍ରବେଶ ନକରି ଏହାର ଆଖ ପାଖରେ ହିଁ ଗର୍ଜନ କରେ ! ଏହା ଦ୍ଵାରା ପ୍ରଭୁ ଜଗନ୍ନାଥ ଆରାମରେ ମନ୍ଦିର ଭିତରେ ସୋଇପାରନ୍ତି ଏହିପରି ପ୍ରଭୁ ହନୁମାନ ବହୁତ ରୂପରେ ଜଗନ୍ନାଥ ମନ୍ଦିରକୁ ରକ୍ଷା କରନ୍ତି !

 

Tags :- # news # tvp news9 # tvp # tvpnews

Share With