କିପରି ହେଲା ଏତେ ବଡ ମର୍ମନ୍ତୁକ ଦୁର୍ଘଟଣା... !
କାହାର ଭୁଲ ରହିଛି ଏଥିରେ ....!!
କେଉଁ ଅସାବଧାନତା ଯୋଗୁଁ ଘଟିଲା ଦୁର୍ଘଟଣା ....!!
ଏଥିରେ ବସ୍ ଚାଳକର ଭୁଲ ନା ବାଇକ ଚାଳକର ଭୁଲ....!!
ଆସନ୍ତୁ ଜାଣିବା ସମ୍ପୂର୍ଣ ଖବର ......

        ଏପରି ଦୁର୍ଘଟଣା ଦେଖିବାକୁ ମିଳିଛି ଦିଗପହଣ୍ଡି ଥାନା ନିକଟସ୍ଥ ଭାରତ ପେଟ୍ରୋଲ ପୋମ୍ପ୍ ଆଗରେ ! 
ଏକ ବଡ ବସ୍ ବ୍ରହ୍ମପୁରରୁ ଆସୁଥିବା ବେଳେ ତାର ବିପରୀତ ଦିଗରୁ ଜଣେ ଲୋକ ବାଇକ୍ ରେ ଯାଉଥିବା ବେଳେ ଏହି ଦୁଇ ବଡ ବସ୍ ଓ ବାଇକ୍ ର ମୁହାଁମୁହିଁ  ଧକା ହୋଇଥିଲା ! ସେତେବେଳେ  ଘଟିଥିଲା ଆଶ୍ଚର୍ଯ୍ୟ ଚକିତ ହେଲା ଭଳି ଏକ ମର୍ମନ୍ତୁକ ଦୁର୍ଘଟଣା ! ଯେଉଁଥିରେ ଜଣାପଡିଛି କି ବାଇକ୍ ଚାଳକଙ୍କ ସେହି ସ୍ଥାନରେ ହିଁ ମୃତ୍ୟୁ ଘଟିଥିଲା !  ମୃତକ ବ୍ୟକ୍ତି ଜଣକ ହେଉଛନ୍ତି ପାଟପୁରୁ ବ୍ଲକ ଅନ୍ତର୍ଗତ ଭାଲିଆଝୋଳା ଗ୍ରାମର ମହେଶ୍ଵର ବାଡତ୍ୟା ! ବାଇକ୍ ଚାଳକ ବ୍ରହ୍ମପୁର ଆଡେ ଦ୍ରୁତ ଗତିରେ ଯାଉଥିଲା, ସେହି ସମୟରେ ଏକ ବଡ ବସ୍ ତାର ବିପରୀତ ଦିଗରୁ ଆସୁଥିବା ବେଳେ ବାଇକ୍ ଚାଳକ ନିଜର ଭାରସାମ୍ୟ ହରାଇ  ବସ୍ ସହିତ ଜୋର୍ ରେ  ଧକା ହୋଇଥିଲା ! 
ହଁ ଦର୍ଶକବନ୍ଧୁ ,
     ଏପରି ମର୍ମନ୍ତୁକ ଦୁର୍ଘଟଣା ହୋଇଥିଲା ଯେ ସେଠାରେ ରାସ୍ତାରେ ଯାଉଥିବା ଲୋକେ ଆଶ୍ଚର୍ଯ୍ୟ ଚକିତ ହୋଇ ଚାହିଁ ରହିଥିଲେ ! ଏହିପରି ଦୁର୍ଘଟଣା ଦେଖି ଲୋକମାନଙ୍କର ଲୋମ ଟାଙ୍କୁରି
 ଉଠୁଥିଲା ! ଘଟଣା ସ୍ଥଳରେ ସ୍ଥାନୀୟ ଲୋକମାନେ ଜମା ହୋଇଥିଲେ ! ଏବଂ ମୃତକଙ୍କ ପରିବାର ର ଲୋକେ ଖବର ପାଇ ସେଠାରେ ପହଞ୍ଚି ଥିଲେ ! ଆମ୍ବୁଲାନ୍ସ ପହଞ୍ଚିଲା ବେଳେ ବାଇକ୍ ଚାଳକଙ୍କ ମୃତ୍ୟୁ ହୋଇସାରିଥିଲା ! ସେତେବେଳେ ଦିଗପହଣ୍ଡି ଥାନା ପୋଲିସ ଦୁର୍ଘଟଣା ସ୍ଥଳକୁ ଘେରାଉ କରି ଘଟଣାର ଛାନ୍ ଭିନ୍ କରିଥିଲା ଏବଂ ସେଠାରୁ ସେହି ବଡ ବସ୍ ଓ ଦୁର୍ଘଟଣା ଗ୍ରସ୍ତ  ବାଇକ୍ କୁ ଥାନାରେ ଅଟକ ରଖି ତଦନ୍ତ ଜାରି ରଖିଥିଲା

Tags :- # news # tvp news9 # tvp # tvpnews

Share With