ଶ୍ରୀ ମନ୍ଦିର ଭିତରେ ମହାପ୍ରଭୁଙ୍କ ପ୍ରତିମୂର୍ତ୍ତିକୁ ଚୋରି ...........!!
ଚୋରଙ୍କୁ ଧରା ପକାଇଲେ ମହାବୀର ହନୁମାନ .......!!
ଆଜିବି ମହାପ୍ରଭୁଙ୍କୁ ସୁରକ୍ଷା ଦେଉଛନ୍ତି ମହାବୀର ହନୁମାନ .....!!
“ହଁ ଦର୍ଶକ ବନ୍ଧୁ ”..........!!
ପୁରୀ ଶ୍ରୀମନ୍ଦିର ରାତ୍ରି ସମୟରେ ଘଟି ଥିଲା କିଛି ଏପରି ଘଟଣା । ଶ୍ରୀ ମନ୍ଦିରରେ ସମସ୍ତେ ଥିବା ସମୟରେ ମଧ୍ୟ ଘଟିଥିଲା ଏମିତି କିଛି ଘଟଣା । କଥାଟି ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗିଲେ ମଧ୍ୟ ସତ । ଶ୍ରୀ ମନ୍ଦିର ଭିତରେ ପଶି ମହାପ୍ରଭୁଜଗନ୍ନାଥଙ୍କ ପ୍ରତିମୂର୍ତ୍ତିକୁ ଚୋରି କରିବାକୁ ଆସିଥିଲେ ଦୁଇ ଚୋରା ।
“ହଁ ଆଜ୍ଞା …..!! ପୁରୀର ବଡ ପଣ୍ଡା ବା ପୂଜାରୀ ମାନଙ୍କୁ ଛାଡିଦେଲେ ଆଜି ଯାଏ ମହାପ୍ରଭୁଙ୍କ ପ୍ରତିମୂର୍ତ୍ତିକୁ କେହିବି ଛୁଇଁ ବାକୁ ସାହସ କରିନାହାନ୍ତି । କିନ୍ତୁ ସେହି ରାତିରେ ମନ୍ଦିର ଭିତରେ ପ୍ରବେଶ କରି ମହାପ୍ରଭୁଙ୍କୁ ଛୁଇଁ ଚୋରି କରି ବାକୁ ଉଦ୍ୟମ କରିଥିଲେ ଦୁଇ ଚୋର ,କିନ୍ତୁ ସେମାନେ ସେମାନଙ୍କର କାମରେ ସଫଳ ହୋଇ ପାରିନଥିଲେ । ଶେଷରେ ପୋଲିସ ହାତରେ ଧରା ପଡିଥିଲେ ।
ଧରା ପଡିବା ପରେ ପୋଲିସ ଆଗରେ ସବୁ ସତ କହିଥିଲେ । ଯେ କିପରି ଆମେ ଦୁହେଁ ମନ୍ଦିର ଭିତରକୁ ପ୍ରବେଶ କରିଥିଲୁ ଆଉ କିଏ ଆମକୁ ଧରା ପକାଇଥିଲା ।
ଦୁଇ ଚୋର କୁହନ୍ତିଯେ ରାତ୍ରି ସମୟରେ ମନ୍ଦିର ଭିତରେ କିଏ ନଥିବାର ଦେଖି ମୁହଁରେ କଳା କପଡା ଘୋଡାଇ ମନ୍ଦିର ଭିତରେ ପ୍ରବେଶ କରିଥିଲୁ । ଆଉ ଯେତେବେଳେ ମହାପ୍ରଭୁଙ୍କ ପ୍ରତିମୂର୍ତ୍ତିକୁ ଦେଖିଲୁ ତାଙ୍କ ମୂର୍ତ୍ତିରେ ଅନେକ ସୁନା ,ହୀରା ମୋତି ମାଣିକକୁ ଦେଖି ଆମ ମନରେ ଅତ୍ୟଧିକ ଲୋଭ ବଢି ଯାଇଥିଲା ।ଆଉ ଆମେ ସେହି ଲୋଭରେ ମହାପ୍ରଭୁଙ୍କୁ ଛୁଇଁ ବାକୁ ଯାଉଥିଲୁ ,ହଟାତ୍ ସେତେବେଳେ ସେହି ପ୍ରତିମୂର୍ତ୍ତିରୁ ଏକ ଜ୍ୱୋଳନ୍ତ ରଶ୍ମି ପ୍ରକଟିତ ହୋଇଥିଲା । ତାକୁ ଦେଖିବା ପାଇଁ ଆମେ ଯେତେ ମଧ୍ୟ ଚେଷ୍ଟା କରୁଥାଉ କିନ୍ତୁ ତାହା ଆମ ପକ୍ଷେ ସମ୍ଭବ ପର ନଥିଲା । ପରେ ପରେ କେହି ଜଣେ ଆମ ଦୁହିଁଙ୍କ ଗୋଡକୁ ଦଉଡିରେ ବାନ୍ଧିଦେଇଲା ,ଆଉ ଆମକୁ ପଛରୁ ଆମକୁ ଠେଲି ବହୁତ ଜୋର୍ ରେ ଠେଲି ଦେଇଥିଲେ ! ଆମେ ଦୁଇଜଣ ମନ୍ଦିର ବାହାରେ କଚାଡି ହୋଇ ପଡିଥିଲୁ ,ସତେକି କେହି ଜଣେ ଆମକୁ ଶୂନ୍ୟ ଶୂନ୍ୟ ଉପରକୁ ଉଠାଇ ପକାଇ ଦେଲା ।
ଏମାନଙ୍କ ଠାରୁ ସବୁ କଥା ଶୁଣିବା ପରେ ପୁରୀର ପୂଜାରୀ ମାନେ କହୁଛନ୍ତି ମହାବୀର ହନୁମାନ ନିଜେ ମହାପ୍ରଭୁଙ୍କୁ ରକ୍ଷା କରିବା ପାଇଁ ଆସିଥିଲେ । ଆଜି ବି ମହାବୀର ହନୁମାନ ତାଙ୍କ ପ୍ରଭୁଙ୍କୁ ମନ୍ଦିର ଭିତରେ ରହି ସୁରକ୍ଷା ଦେଉଛନ୍ତି । ତାଙ୍କ ପ୍ରଭୁଙ୍କ ପ୍ରତି ଟିକେ ବି ଆଞ୍ ଆସିବାକୁ ଦିଅନ୍ତି ନାହିଁ ।