ଶ୍ରୀକ୍ଷେତ୍ର କୁ ଶଙ୍ଖକ୍ଷେତ୍ର କାହିଁକି କୁହାଯାଏ ........!!!!!!
ଶ୍ରୀକ୍ଷେତ୍ରରେ କାହିଁକି ବାଜେନି ଶଙ୍ଖ ........!!!! 
କ’ଣ ଶଙ୍ଖ ନବାଜିଲେ ପ୍ରଭୁ ଜଗନ୍ନାଥଙ୍କ ପୂଜା ହୁଏକି ..........!!!!!!
ଆସନ୍ତୁ ଜାଣିବା ଏହାର ରହସ୍ୟ ......!!!!
ଦର୍ଶକ ବନ୍ଧୁ .......!!!
          ଭଗବାନ ବିଷ୍ଣୁ ପ୍ରଜାଅଶୁର କୁ ବଦ୍ଧ କରି ନିଜର ସ୍ଵହସ୍ତ ଚାରି ଆୟୁର୍ଦ୍ଧକୁ ଚାରିଟି ସ୍ଥାନରେ ସେ ନିକ୍ଷେପ କରିଥିଲେ ! ଶଙ୍ଖକ୍ଷେତ୍ର ପାବନ ପୁରୁଷଉତ୍ତମ ଶ୍ରୀକ୍ଷେତ୍ର  , ଚକ୍ରକ୍ଷେତ୍ର ଭଗବାନ ଲିଙ୍ଗରାଜ ଯେଉଁଠି ବିରାଜ ମାନ କରିଛନ୍ତି , ଗଦାକ୍ଷେତ୍ର  ମାଁ ବିରାଜ ଯେଉଁଠି ବିରାଜ ମାନ କରିଛନ୍ତି , ପଦ୍ମକ୍ଷେତ୍ର ଯେଉଁଠି ଭଗବାନ ସୂର୍ଯ୍ୟଦେବଙ୍କ ଆବିର୍ଭାବ ଚନ୍ଦ୍ରଭାଗା ନଦୀ ତୋଟରେ ପ୍ରଭୁ ସୂର୍ଯ୍ୟଦେବଙ୍କ ଆବିର୍ଭାବ ସ୍ତଳରେ ମହାପ୍ରଭୁଙ୍କ ପଦ୍ମ ପାଦରେ  ପଢିଥାଏ ! 
   
                              ଶଙ୍ଖକ୍ଷେତ୍ର  ,  ଚକ୍ରକ୍ଷେତ୍ର  , ଗଦାକ୍ଷେତ୍ର ଓ ପଦ୍ମକ୍ଷେତ୍ର ଏହି ଚାରଟି କ୍ଷେତ୍ର ଉତ୍କଳ ପ୍ରବେଶର ପୂଣ୍ୟ ସ୍ତଳ ଅଟେ, ବା ଚାରି ଧାମ ଅଟେ ! ଶଙ୍ଖକ୍ଷେତ୍ର ଲୋକ ମାନେ କୁହନ୍ତି ପ୍ରଭୁ ଜଗନ୍ନାଥଙ୍କ ଶ୍ରୀ ମନ୍ଦିରରେ ଶଙ୍ଖର ବ୍ୟବହାର ହୁଏ ନାହିଁ ! ଆପଣମାନେ ଜାଣିଛନ୍ତି ପ୍ରଭୁ ଜଗନ୍ନାଥଙ୍କୁ ଦୈନଦିନ ପୂଜା ଅର୍ଚନା ହୋଇଥାଏ ଏବଂ ତ୍ରିକାଳ ପୂଜା ବି ହୋଇଥାଏ ! ସେହି ତ୍ରିକାଳ ପୂଜାରେ ପଣ୍ଡା ମାନେ ଆସନ ଶୁଦ୍ଧି ଠାରୁ ସମସ୍ତ ପୂଜାର ସମାପ୍ତ ପରେ ଅର୍ଘ୍ୟ ସଂସକାର ସରିବା ପରେ ତା ଉପରେ ଗୋଟିଏ ଶଙ୍ଖ ଥୁଆ ହୋଇଥାଏ ! ଏବଂ ସେ ଶଙ୍ଖ ଜଳରେ ଯେଉଁ ମନ୍ତ୍ର ବାହେରେ ପରିପ୍ରକାଶ କରାଯାଇ ନଥାଏ ! ତାପରେ ସୂର୍ଯ୍ୟ ମଣ୍ଡଳରୁ ଜଳ ଆଣି ତାହା ପୂଜାରେ ନିକ୍ଷେପ କରି ମୂଳ ମନ୍ତ୍ରକୁ ଧ୍ୟାନ କରି ପୂଜା  କରନ୍ତି ଏବଂ ସେ ଶଙ୍ଖ ଜଳ ସେଠାରେ ରଖିଥାନ୍ତି ! ଯେତେ ବେଳେ ପ୍ରଭୁ ଜଗନ୍ନାଥଙ୍କୁ ନୈବେଦ୍ୟ ଦିଆଯାଏ ସେହି ଶଙ୍ଖରୁ ପାଣି ଆସି  ମନ୍ଦିରର ପୂଜକ ନୈବେଦ୍ୟକୁ ବୁଲାଇ ମହାପ୍ରଭୁଙ୍କୁ ଅର୍ପଣ କରିଥାଏ ! ଏବଂଏହି ତ୍ରିକାଳ ପୂଜାରେ ଏହି ତିନି କୋଟି ଶଙ୍ଖ  ନିତ୍ୟାନ୍ତ ଆବଶ୍ୟକ ହୋଇଥାଏ ! ପ୍ରାଚୀନ କାଳରୁ ଲୋକ ମାନେ କହୁଥିଲେ ଶ୍ରୀକ୍ଷେତ୍ରରେ ଶଙ୍ଖ ବାଜୁଥିଲା ଓ  ଶଙ୍ଖୁଆ ମାନେ ବି ଥିଲେ ! କିନ୍ତୁ ଯେପରି  ମୃଦଙ୍ଗ ବନ୍ଦ ହୋଇଗଲାଣି  , ମହୁରୀୟା ବନ୍ଦ ହୋଇଗଲାଣି , ବୀଣାକାର ବନ୍ଦ ହୋଇଗଲାଣି  ସେ ପରି ଶଙ୍ଖୁଆ ମଧ୍ୟ ବନ୍ଦ ହୋଇଗଲାଣି ! କିନ୍ତୁ ପ୍ରଭୁ ଜଗନ୍ନାଥ ମନ୍ଦିରରେ ଗୋଟିଏ ବଡ କଥା ହେଲା କି , ଯିଏ ଯେଉଁ କାର୍ଯ୍ୟ ପାଇଁ ନିଯୁକ୍ତି ହୋଇଛି ସେ ସେହି କାର୍ଯ୍ୟ ହିଁ କରିବ !

Tags :- # news # tvp news9 # tvp # tvpnews

Share With