ପୁରୀ ସ୍ଵର୍ଗ ଦ୍ଵାରକୁ କାହିଁକି ମୁକ୍ତିର ମାର୍ଗ ବୋଲି କୁହାଯାଏ .......!!
କାହିଁକି ସ୍ଵର୍ଗ ଦ୍ଵାରରେ ଅନ୍ତିମ ସତ୍କାର କରିବାକୁ ଇଛା କରନ୍ତି ଲୋକେ...!!                                            ସତରେ କ'ଣ ଏଠାରେ ଅନ୍ତିମ ସତ୍କାର ପରେ  ମୃତ୍ୟୁ ବ୍ୟକ୍ତିଙ୍କ ଆତ୍ମାକୁ ସ୍ଵର୍ଗରେ ସ୍ଥାନ ମିଳିଥାଏ କି ......!!
ଆସନ୍ତୁ ଜାଣିବା ପୁରୀ ସ୍ଵର୍ଗ ଦ୍ଵାରର କିଛି ଭାବପୂର୍ଣ୍ଣ କଥା ....!!

      “ ହଁ ଦର୍ଶକ ବନ୍ଧୁ ”.....!!

ଜୀବନର ଶେଷ ଯାତ୍ରା ହେଉଛି ମୃତ୍ୟୁ ।ଆଉ ସବୁ ଲୋକଙ୍କର ଗୋଟିଏ ଇଚ୍ଛା ଯେ ପୁରୀ ସ୍ଵର୍ଗ ଦ୍ଵାରରେ ଜଗନ୍ନାଥଙ୍କ ଆଗରେ ତାଙ୍କ ଶବ ସଂସ୍କାର ହେଉ । ଯାହାଦ୍ୱାରା ମୃତ୍ୟୁ ବ୍ୟକ୍ତିଙ୍କର ଜୀବନ ସାର୍ଥକ ହେବା ସହିତ ତାଙ୍କ ଆତ୍ମାକୁ ସ୍ଵର୍ଗରେ ସ୍ଥାନ ମିଳିଥାଏ । ଏଥିପାଇଁ ଶବ ଆଣି ପୁରୀ ସ୍ଵର୍ଗ ଦ୍ଵାରରେ ଅନ୍ତିମ ସଂସ୍କାର କରିଥାନ୍ତି । 

ଦିନେ ରଘୁବାବୁ ମହାପ୍ରଭୁଙ୍କୁ ଦର୍ଶନ କରିବା ପାଇଁ ପୁରୀ ଶ୍ରୀମନ୍ଦିରକୁ ଆସିଥିଲେ । ମଧୁବାବୁ ମହାପ୍ରଭୁ ଜଗନ୍ନାଥଙ୍କ ଜଣେ ବହୁତ ବଡ ଭକ୍ତ ଥିଲେ । ମହାପ୍ରଭୁଙ୍କୁ ଦର୍ଶନ କରିବା ଭିତରେ ପ୍ରାୟତ ସନ୍ଧ୍ୟା ହୋଇ ଆସିଲାଣି । ସନ୍ଧ୍ୟା ସମୟରେ ସେ ପୁରୀ ବେଳା ଭୂମିକୁ ସମୁଦ୍ର ଜଳର କୁଳୁ କୁଳୁ ବହୁଥିବା ଦୃଶ୍ୟ ଦେଖିବାକୁ ବାହାରି ପଡିଲେ । ବେଳା ଭୂମିରେ ବୁଲି ବୁଲି ଦେଖିବା ପରେ । ହଟାତ୍ ତାଙ୍କ ନଜର ପଡିଲା ସ୍ଵର୍ଗ ଦ୍ଵାର ଉପରେ କେହି ଜଣେ ସେହି ଭିତରେ ରହି ବିକଳ ଭାବରେ ଚିତ୍କାର କରି କାନ୍ଦୀ ଉଠୁଛି । ସେହି ଭିତରକୁ ଯାଇ ଦେଖିଲେ ଯେ ହଜାର ହଜାର ଶବଙ୍କ ଅନ୍ତିମ ସଂସ୍କାର ହେଉଛି । ଏହି ସବୁ କୁ ଦେଖି ସେ ମନେ ମନେ ଭାବୁଥାନ୍ତି ଏ ହେଉଛି ଜୀବନର ଶେଷ ଯାତ୍ରା । ଆଉ ଗୁଣୁ ଗୁଣୁ ହୋଇ ମହାପ୍ରଭୁଙ୍କୁ କହୁଥାନ୍ତି ଯେ ହେ ପ୍ରଭୁ ..... ଜଗନ୍ନାଥ ତୁମର ଇଏ କେମିତିକା ନୀଳା । ତୁମ ଆଖି ଆଗରେ ହିଁ ସ୍ଵର୍ଗ ଦ୍ଵାରଟି କରିଦେଇଛ, ଆଉ ତୁମ ଆଖି ଆଗରେ ହିଁ ହଜାର  ହଜାର ଲୋକଙ୍କ ଶବର ଅନ୍ତିମ ସଂସ୍କାର ହେଉଛି । ତୁମେ କେମିତି ଏ ସବୁ ଦେଖି ରହି ପାରୁଛ ,ତୁମକୁ କଣ ସେହି ପରିବାର ଲୋକଙ୍କ ବିକଳ ଚିତ୍କାର ଶୁଣାଯାଉନି । କେତେବେଳେ ପୁଅ ନିଜ ବାପାଙ୍କୁ ନିଆ ଦିଏ ତ ପୁଣି କେତେବେଳେ ବାପା ପୁଅକୁ ନିଆ ଦିଏ । ବିକଳ ଚିତ୍କାରରେ  ଫାଟି ପଡୁଛି ସ୍ଵର୍ଗ ଦ୍ଵାର । ତୁମେ କେମିତି ଏ ସବୁ ଦେଖି ସହି ପାରୁଛ । ଏମିତି କହି ମଧୁବାବୁ ଜଣଙ୍କ ମହାପ୍ରଭୁ ଜଗନ୍ନଥଙ୍କ ଆଗରେ ଗୁହାରି କରି କହୁଛି । ଆଉ ସେତେବେଳେ ଶ୍ମସାନରେ ଶୁଭୁଥାଏ ଲୋକମାନଙ୍କର ବିକଳ ଚିତ୍କାର । 

ଏ ସବୁକୁ ଆଉ ସହି ନପାରି ରଘୁବାବୁ ସେହି ଶ୍ମସାନର କିଛି ଲୋକଙ୍କୁ ପଚାରିଲେ । ଆଉ ସବୁ କିଛି ଜାଣିବା ପରେ ସେ ଆଶ୍ଚର୍ଯ୍ୟ  ହୋଇଗଲେ । ସେହି ଘଟଣାଟି ଘଟି ଯାଇଥିଲା ପୂର୍ବ ଦିନ । ବାଲେଶ୍ଵର ଘଟିଥିବା ସେହି ଟ୍ରେନ୍ ଦୁର୍ଘଟଣା । କରମଣ୍ଡଳ ଟ୍ରେନ୍  ଆଉ  ବାଲେଶ୍ଵର ବାହାନଗର ଦୁଇଟି ଟ୍ରେନ୍ ଧୋକା ହୋଇଥିଲା । ଯାହାଫଳରେ କି ସହ ସହ ଲୋକଙ୍କର ମୃତ୍ୟୁ ହୋଇଥିଲା । ସେହି ମୃତକଙ୍କ ପରିବାର ମାନଙ୍କ ମଧ୍ୟରୁ ଅନେକ ଶବ ସଂସ୍କାର ପାଇଁ ପୁରୀ ସ୍ଵର୍ଗ ଦ୍ଵାରକୁ ଆଣିଛନ୍ତି । ସମସ୍ତେ ବିଶ୍ଵାସ କରନ୍ତି ଯେ ପୁରୀ ସ୍ଵର୍ଗ ଦ୍ଵାରରେ ଶବ ସଂସ୍କାର କରିଲେ ଆତ୍ମାକୁ ସ୍ଵର୍ଗରେ ସ୍ଥାନ ମିଳିଥାଏ। ଏ ସବୁକୁ ଶୁଣିବା ପରେ ମଧୁବାବୁ ଦୁଖରେ ଭାଙ୍ଗି ପଡିଲେ । ଆଉ  ମହାପ୍ରଭୁଙ୍କ ମୁଖକୁ ଚାହିଁ କହିଲେ ଧନ୍ୟରେ ଜଗା ତୁହି... ଧନ୍ୟ ତୋ ନୀଳା ,ଏମିତି କହି ସେ ସେଠାରୁ ଚାଲି ଗଲେ । 

    ବ୍ୟୁର ରିପୋର୍ଟ tvp news9 …….!!!

Tags :- # news # tvp news9 # tvp # tvpnews

Share With