ପ୍ରଭୂ ଜଗନ୍ନାଥଙ୍କ ପାଖକୁ ଫେରି ଆସିବ କୋହିନୂର ହିରା
* ଭାରତକୁ କୋହିନୂର ଫେରାଇବା ପାଇଁ ଖୋଦ ଇଂଲଣ୍ଡ ରେ ଉଠିଲା ଦାବି
* ଭାରତକୁ ଫେରିବ ଇଂରେଜ ମାନେ ନେଇଥିବା ସମ୍ପତ୍ତି
ଓଡ଼ିଶାକୁ ଅତିଶୀଘ୍ର ମିଳିବାକୁ ଯାଉଛି ଖୁସି ଖବର, କେବଳ ଓଡ଼ିଶା ନୁହଁ, ସାରା ଭାରତ ପାଇଁ ଏହା ସବୁଠୁ ବଡ଼ ଖୁସି ଖବର। କାରଣ ମହାପ୍ରଭୁ ଜଗନ୍ନାଥଙ୍କ ପାଖକୁ ଫେରିବା ପାଇଁ ଯାଉଛି କୋହିନୂର ହିରା । ଯୋଉ କୋହିନୂର ହିରା କୁ ପଞ୍ଜାବର ରାଜା ରଣଜିତ୍ ସିଂ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଭେଟି ଦେବା ପାଇଁ ଲେଖି ଦେଇ ଯାଇଥିଲେ। ଆଉ ଛଳନା କରି ଭାରତକୁ ଶାସନ କରୁଥିବା ଇଂରେଜ ସରକାର ସେହି କୋହିନୂର ହିରା କୁ ନିଜ ଦେଶକୁ ନେଇ ଯାଇଥିଲେ। କିନ୍ତୁ ଏବେ ପୃଥିବୀର ସବୁଠାର ଦାମୀ କୋହିନୂର ହିରା ଏବେ ପୁଣି ପ୍ରଭୂ ଜଗନ୍ନାଥଙ୍କ ପାଖକୁ ଫେରି ଆସିବ , ଆଉ ପ୍ରଭୁ ଜଗନ୍ନାଥଙ୍କ ମଥାରେ ଶୋଭା ପାଇବ। କୋହିନୂର ହିରା ହେଉଛି ସାରା ବିଶ୍ବ ବ୍ରହ୍ମାଣ୍ଡର ସବୁଠାରୁ ମୂଲ୍ୟବାନ ହୀରା। ଏତେ ଦାମୀ ଯେ ଗୋଟେ ଗୋଟେ ଦେଶ ବିକିଦେଲେ ବି କୋହିନୂର ହିରା ତୁଳନା ରେ କମ ପଡିଯିବ।
ଆଜି ପର୍ଯ୍ୟନ୍ତ ସଂସାରରେ ଯେତେ ହୀରା ଦେଖିବାକୁ ମିଳିଛି ବା ସୃଷ୍ଟି ହୋଇଛି, ତା ଭିତରେ କୋହିନୂର ହିରା ହେଉଛି ସବୁଠାରୁ ଦୁର୍ମୂଲ୍ୟ। ସେହି କୋହିନୂର ହିରା ଦିନେ ଓଡ଼ିଶା ଆସି ପ୍ରଭୁ ଜଗନ୍ନାଥଙ୍କ ପାଖରେ ଲାଗି ହୋଇ ଥାଆନ୍ତା। କିନ୍ତୁ ଇଂରେଜ ସରକାର ସେତେବେଳେ ଏହାକୁ ନିଜ ଦେଶକୁ ନେଇ ଯାଇଥିଲେ ଆଉ ନିଜ ମହାରାଣୀ ଙ୍କୁ ଉପହାର ଭାବେ ପ୍ରଦାନ କରିଥିଲେ। ଇଂଲଣ୍ଡ ର ରାଣୀ ମାନେ ନିଜ ମଥାର ମୁକୁଟରେ ସେହି କୋହିନୂର ହିରା କୁ ପିନ୍ଧି ସାରା ବିଶ୍ବରେ ଚର୍ଚ୍ଚିତ ହେଉଥିଲେ। ଇଂରେଜ ମାନେ ଆମ ଦେଶ ଛାଡ଼ି ଯିବା ପରେ ସେହି କୋହିନୂର ହିରା କୁ ଆଣିବା ପାଇଁ ବହୁ ଥର କଥା ଉଠିଛି, କିନ୍ତୁ ଉଦ୍ୟମ କେବେ ସଫଳ ହୋଇନି। କିନ୍ତୁ ଏଥର ରାଣୀ ଏଲିଯାବେଥ ଙ୍କ ମୃତ୍ୟୁ ପରେ, କୋହିନୂର ହିରା ଭାରତ ଫେରିବାର ସମ୍ଭାବନା ସୃଷ୍ଟି ହୋଇଛି। ସାରା ବିଶ୍ୱର ଏହି ଦାମୀ ହୀରା ଏବେ ଶ୍ରୀମନ୍ଦିର କୁ ଆସିବା ପାଇଁ ଯାଉଛି।
ହଁ ଦର୍ଶକ ବନ୍ଧୁ, ବ୍ରିଟେନ୍ ଟିଭି ଚ୍ୟାନେଲରେ କୋହିନୂର ହୀରାକୁ ନେଇ ଆଲୋଚନା ବେଳେ, ପ୍ୟାନେଲରେ ବସିଥିବା ବିଶେଷଜ୍ଞ ଅତିଥି ମାନେ, କୋହିନୂର ହୀରା ଭାରତର ବୋଲି ଯୁକ୍ତି ବାଢିଥିବା ଦେଖିବାକୁ ମିଳିଛି ।
କୋହିନୂର ହୀରାକୁ ଭାରତକୁ ଫେରାଇ ଦେବା ଉଚିତ୍ ବୋଲି ଡିବେଟରେ ଜବରଦସ୍ତ ବିତର୍କ ହୋଇଥିଲା । ବ୍ରିଟେନ୍ ମହାରାଣୀ କୁଇନ୍ ଏଲିଦାବେଥ୍ ଦ୍ୱିତୀୟଙ୍କ ଦେହାନ୍ତ ପରେ କୋହିନୂର ହୀରା ଭାରତକୁ ଫେରାଇ ଦେବା ଉଚିତ୍ ବୋଲି ଭାରତରେ ଆଗରୁ ଅନେକ ବିତର୍କ ହୋଇଛି । ହେଲେ ଏବେ ଖୋଦ ଇଂରେଜ ମାନଙ୍କ ଦେଶର ଗଣମାଧ୍ୟମରେ ଏଭଳି ବିତର୍କ ମାମଲାକୁ ଆହୁରି ଗରମ କରିଛି ।
ସେପଟେ ଭାରତ ସରକାର ମଧ୍ୟ କୋହିନୂର ହୀରାକୁ ଭାରତ ଫେରାଇ ଆଣିବା ପାଇଁ ଏର ନୂଆ ଅଭିଯାନ ଆରମ୍ଭ କରିଛନ୍ତି । ଇଂରେଜ ସରକାର ଭାରତରେ ରାଜୁତି କଲାବେଳେ କୋହିନୂର ହୀରା ସେମତ ଅନ୍ୟାନ୍ନ ବହୁମୂଲ୍ୟ ସାମଗ୍ରୀ ଲୁଟି ନେଇ ବ୍ରିଟେନ ସଂଗ୍ରାହଳୟରେ ରଖିଛନ୍ତି । ଯାହାକୁ ଭାରତ ଫେରାଇ ଆଣିବା ପାଇଁ ଲଣ୍ଡନରେ ଥିବା ଭାରତୀୟ ଦୂତାବାସ, ଖୁବଶୀଘ୍ର ଏହି ଅଭିଯାନ ଆରମ୍ଭ କରିବାକୁ ଯାଉଛି ।
ନିକଟରେ ବ୍ରିଟେନର ନୂଆ ରାଜା ଭାବେ ଅଭିଷିକ୍ତ ହୋଇଛନ୍ତି କିଙ୍ଗ ଚାର୍ଲସ୍ ତୃତୀୟ । ୧୮୪୯ ମସିହାରୁ କୋହିନୂର ହୀରା ବ୍ରିଟେନ୍ ରାଜ ପରିବାର ଅଧିନକୁ ଆସିଥିଲା। ପ୍ରଥମେ ରାଣୀ ଭିକ୍ଟୋରିଆ କୋହିନୂର ହୀରାକୁ ବ୍ରୋଞ୍ଚ ଭାବେ ପରିଧାନ କରିଥିଲେ । ପରେ ଏହା ରାଣୀ ଙ୍କ ମୁକୂଟରେ ଶୋଭା ପାଇଲା । ଯାହା ବ୍ରିଟେନର ମହାରାଣୀମାନେ ପରିଧାନ କରି ଆସୁଛନ୍ତି । କିନ୍ତୁ ଏବେ ସେହି କୋହିନୂର ହୀରା ଭାରତକୁ ଫେରିବ ବୋଲି ଭିନ୍ନ ଭିନ୍ନ ଆଲୋଚନା ଶୁଣିବାକୁ ମିଳୁଛି ।