* ମା ଲକ୍ଷ୍ମୀଙ୍କ ପଦ୍ମଫୁଲ ଖାଇଦେଲେ ପ୍ରଭୁ ହନୁମାନ
* ଅବଢ଼ା ଖାଇବାକୁ ଆସିଥିଲେ, ମା ଙ୍କୁ ଦେଖି ଅଟକିଗଲେ
* ସୀତା ରୂପରେ ମା ଙ୍କୁ ଦେଖିବାକୁ ଅଳୀ କଲେ ଆଉ ପଦ୍ମ ଖାଇଲେ
* ତ୍ରେତୟା ଯୁଗରୁ ମା ଙ୍କୁ ଦେଖିବା ପାଇଁ ଚାହିଁ ରହିଥିଲେ ହନୁମାନ
ତୁମ ଚରଣରେ ମୋର କୋଟି କୋଟି ପ୍ରଣାମ ମା, ଆପଣ ମୋତେ ଜାଣି ପାରୁଛନ୍ତି ନା? ହଁ କେମିତି ବା ନଜାଣିବେ, ଆପଣ ତ ସାରା ସଂସାରର ମା। ଆଊ ମୁଁ ଆପଣଙ୍କ ଗେହ୍ଲା ପୁଅ ହନୁମାନ। ଆଜି କେଡ଼େ ଭାଗ୍ୟ ମୋର, ସ୍ଵୟଂ ମା ସୀତା ଙ୍କୁ ଆଜି ମୁ ମା ଲକ୍ଷ୍ମୀ ଙ୍କ ରୂପରେ ଦର୍ଶନ କରୁଛି। ପ୍ରଭୂ ଶ୍ରୀରାମ ଆଉ ରାକ୍ଷସ ରାବଣ ର ଯୁଦ୍ଧ ସରିଯିବା ପରେ ତ୍ରେତୟା ଯୁଗ ବି ସରିଗଲା। ଆଉ ସେବେଠାରୁ ମୁଁ ପ୍ରଭୁ ଶ୍ରୀରାମ ଆଉ ମା ସୀତା ଙ୍କୁ ଦର୍ଶନ କରିନି। ସେଥିପାଇଁ ଆଜି ଦୁଇ ଜଣଙ୍କୁ ଦର୍ଶନ କରିବା ପାଇଁ ମାଙ୍କଡ଼ ବେଶରେ ଚାଲି ଆସିଛି। ଜଗନ୍ନାଥ ରୂପରେ ବସିଥିବା ପ୍ରଭୁ ଶ୍ରୀରାମ ଙ୍କୁ ଦର୍ଶନ କରିବା ପାଇଁ ମୁଁ ଏଇ ମାଙ୍କଡ ବେଶରେ ମନ୍ଦିରକୁ ଯାଇ ପାରିବିନି। ତେଣୁ ଆଜି ମା ଙ୍କ ପାଖରେ ବସି ନିଜକୁ ଧନ୍ୟ କରିବି ଆଉ ମନ ଭରି ମା ଙ୍କର ଭୋଗ ଖାଇବି। ଆଜି କାହିଁକି କେଜାଣି ତ୍ରେତୟା ଯୁଗର କଥା ମନେ ପଡ଼ିଗଲା, ତମକୁ ଦର୍ଶନ କରି ଆଶୀର୍ବାଦ ନେବା ପାଇଁ ମୋ ମନ କହିଲା। ତେଣୁ କାହାକୁ ଖାତିର ନକରି ସିଂହଦ୍ଵାର ଗୁମୁଟ ଉପରେ ଚଢ଼ିଗଲି। ତମକୁ ସିନା ମା ଲକ୍ଷ୍ମୀ ବୋଲି ସାରା ଜଗତ ଜାଣିଛି, କିନ୍ତୁ ତମ ଭିତରେ ମୁଁ ମା ସୀତା ଙ୍କୁ ଦେଖୁଛି। ମୁଁ ତମର ସେଇ ଗେହ୍ଲା ପୁଅ ହନୁମାନ ଆଉ ତମେ ମୋର ସେଇ ମା ସିତା। ବହୁ ଦିନ ହେବ ତମ ହାତରୁ ମୁଁ କିଛି ଖାଇନି ମା, ଆଉ ଆଜି ମୋତେ ସେଇ ସୁଯୋଗ ମିଳିଛି। ଆଜି ମନ ଭରି ତମ ପାଖରେ ଥିବା ପ୍ରାସାଦ ଖାଇ ମୋ ପେଟକୁ ଶାନ୍ତି କରିବି। ଯିଏ ଯାହା କହିଲେ ବି କିଛି ଶୁଣିବାର ନାହିଁ। କାହିକି ନା ତମେ ମୋ ମା ଆଉ ମୁଁ ତମର ସେଇ ଗେହ୍ଲା ପୁଅ। ତମ ପାଖରେ ମୋର ଯେତିକି ଅଧିକାର ଅଛି, ତମ ପାଖରେ ଥିବା ପ୍ରାସାଦ ଉପରେ ବି ସେତିକି ଅଧିକାର ଅଛି। ତମେ ତ କଳିଯୁଗରେ ମା ଅନ୍ନପୂର୍ଣ୍ଣା ରୂପରେ ୫୬ କୋଟି ଜୀବ ମାନଙ୍କର ଦୁଖ ବୁଝୁଛ। ମଣିଷ ଗନ୍ଧର୍ଗ କୀଟ ପତଙ୍ଗ ସମସ୍ତଙ୍କୁ ଖାଦ୍ୟ ଯୋଗାଉଚ୍ଛ। ଆଉ ମୁଁ ତମ ପାଖରୁ ଖାଲି ପେଟରେ ଉପାସରେ ଚାଲିଯିବି କେମିତି?
୩ ଯୁଗର ଭୋକ କୁ ଆଜି ଗୋଟେ ଦିନରେ ପୂରଣ କରିବି ।
ପ୍ରଭୂ ଶ୍ରୀରାମ ପ୍ରଭୁ ଜଗନ୍ନାଥଙ୍କ ରୂପରେ ଶ୍ରୀମନ୍ଦିର ଭିତରେ ବସିଛନ୍ତି। ଏ କଳିଯୁଗରେ ପ୍ରଭୂ ମୋତେ କପଟ କରୁଛନ୍ତି। ବର୍ଷକ ରେ ଥରେ ଶ୍ରୀମନ୍ଦିର ଭିତରୁ ବାହାରି ଦର୍ଶନ ଦେଇ ଚାଲି ଯାଉଛନ୍ତି। ବାପାଙ୍କୁ ଦର୍ଶନ କରି ନପାରିଲେ ନାହିଁ, କିନ୍ତୁ ମା କୁ ଆଜି ମନ ଭରି ଦର୍ଶନ କରିବି ଆଉ ପଦ୍ମ ଫୁଲ ଖାଇ ପେଟ ଭରିବି।
ହଁ ଦର୍ଶକ ବନ୍ଧୁ, ଜଣେ ବାନର ଶ୍ରୀମନ୍ଦିର ଉପରେ ଚଢ଼ି ସିଂହଦ୍ଵାର ଗୁମୁଟ ଉପରେ ଥିବା ମା ଲକ୍ଷ୍ମୀଙ୍କ ପାଖରେ ବସି ଯାଇଥିଲା। ଆଉ ମା ଲକ୍ଷ୍ମୀ ଙ୍କୁ ଲାଗି କରା ଯାଇଥିବା ପଦ୍ମଫୁଲକୁ ପ୍ରସାଦ ରୂପରେ ଖାଉଥିଲା। ଯାହାକୁ ଦେଖି , ହନୁମାନ ମାଙ୍କଡ ରୂପରେ ଆସି ମା ଙ୍କ ପାଖରୁ ଭୋଗ ଖାଇଛନ୍ତି ବୋଲି , ଭକ୍ତ ମାନେ ଆଲୋଚନା କରୁଛନ୍ତି। ସେ ସମୟର ଦୃଶ୍ୟ ସତରେ ଅତି ସୁନ୍ଦର ଲାଗୁଥିଲା। ଏବେ ବି ପ୍ରଭୁ ହନୁମାନ ଚଦ୍ମବେଶ ରେ ଶ୍ରୀମନ୍ଦିର ଆସୁଛନ୍ତି ବୋଲି ପ୍ରମାଣିତ ହୋଇଛି। ଯାହାକୁ ନେଇ ଏବେ ଭକ୍ତମାନେ ଚର୍ଚ୍ଚା କରୁଛନ୍ତି।