30

ଭୁବେନେଶ୍ଵରରେ ଲୁଟ୍ ର ଶୀକାର ହୋଇଥିଲେ ଜଣେ ନିରୀହ ସରଳ ବ୍ୟକ୍ତି .............!!!

ପୋଲିସ୍ ଷ୍ଟେସନ୍ ଆଗରେ ଛିଡା ହୋଇ କଇଁ କଇଁ କନ୍ଧୁଛନ୍ତି .......!!

କ'ଣ ହୋଇଥିଲା ତାଙ୍କ ସହିତ .....?କିଏ କରିଥିଲା ଏମିତି  .......!!

 ଆପଣ ମାନେତ ଜାଣିଥିବେ ଜଣେ ନାରୀ ଆଖିରୁ ଲୁହ ବହିବା ସ୍ଵାଭାବିକ ଅଟେ ,କିନ୍ତୁ ଗୋଟେ ପୁରୁଷ ଆଖିରୁ ସେତେବେଳେ ଲୁହ ବାହାରେ ଯେତେବେଳେ ତାକୁ ସେତିକି କଷ୍ଟ ହୋଇଥାଏ । ତେବେ କଣ ହୋଇଥିଲା ଏହି ବ୍ୟକ୍ତିଙ୍କ ସହିତ । କାହିଁକି ଏପରି କଇଁ କଇଁ ହୋଇ ପୋଲିସ୍ ଷ୍ଟେସନ୍ ଆଗରେ କାନ୍ଦୁଥିଲେ । ଆସନ୍ତୁ ନଜର ପକାଇବା । 

 “ ଆଜ୍ଞା ହଁ ”.......!!

 ପୋଲିସ୍ ଷ୍ଟେସନ୍ ସାମ୍ମନାରେ ଛିଡା ହୋଇ ବିକଳ ଭାବରେ କଇଁ କଇଁ ହୋଇ କାନ୍ଦୁଛନ୍ତି । ତାଙ୍କୁ ଦେଖିଲେ ଲାଗୁଛି ଯେମିତି ସେ ଜଣେ ଶାନ୍ତ ସରଳ ନିରୀହ ମଣିଷ ଟିଏ । ତାଙ୍କ ପାଖକୁ ଯାଇ ପଚ୍ଛରା ଉଚ୍ଛରା କରିବାରୁ ଜଣା ପଡିଲାଯେ ସେ କୋରାପୁଟରୁ ଆସିଛନ୍ତି । ଗତ 13 ତାରିଖରେ ତାଙ୍କ ଘରୁ ବାହାରିଥିଲେ । ବ୍ୟକ୍ତି ଜଣକୁ ପଚାରିବାରୁ କାନ୍ଦି କାନ୍ଦି କହୁଛନ୍ତି ଯେ ସକାଳ "8" ଟାରୁ "9" ଭିତରେ ବରମୁଣ୍ଡା ବସ୍ ଷ୍ଟାଣ୍ଡରୁ ଚାଲି ଚାଲି କଳ୍ପନା ଛକ ଆସୁଥିଲେ । ସେତେବେଳେ ଜଣେ ଲୋକ ଆସି ଏହି ବ୍ୟକ୍ତି ଜଣକୁ କୁଆଡେ ଜୀବ ବୋଲି ପଚାରିଥିଲେ । ଆଉ ସେହି ଲୋକ ଜଣକ କହିଥିଲେ ମୁଁ ତମକୁ ଆଗରେ ଛାଡିଦେବି ବୋଲି  । ଆଉ ସେହି ନିରୀହ ବ୍ୟକ୍ତି ଜଣକ ମଧ୍ୟ କିଛି ବୁଝି ନବିଚାରୀ ହଁ କହିଥିଲେ । ତା ପରେ ସେହି ଲୋକ ଜଣକ କହିଲେ ଭାଇ ମୋ ହାତ ଟିକେ ଭଲ ନାହିଁ ତୁମେ ଗାଡି ଚଲାଅ ଆଉ ମୁଁ ତୁମ ବ୍ୟାଗ୍ ଧରି ପଛରେ ବସୁଛି । ଯଦିତମେ ବ୍ୟାଗ୍ ଧରି ବସିବ ବାଇକ୍ ଠିକ୍ ସେ ଚଳାଇପାରିବ ନାହିଁ । କିଛି ବାଟ ଗଲା ପରେ ଟ୍ରାଫିକ୍ ଆଉ ବହୁତ ଗହଳି ଦେଖି ପଛରେ ବସିଥିବା ଲୋକଟିଏ କହିଲା ଭାଇ ବହୁତ ଟ୍ରାଫିକ୍ ଜାମ୍ ଅଛି ଆଉ ତୁମେ ଗାଡି ଠିକ୍ ଭାବରେ ଚଳାଇ ପାରିବ ନାହିଁ । ମୋତେ ଗାଡି ଦିଅ ଆଉ ତୁମେ ଟିକେ ଏଠାରେ ଓଲ୍ଲାଇ ପଡ । ସେ ଗାଡିଟି ଟ୍ରାଫିକ୍ ପାର୍ କରିଦେଲା ପରେ ପୁଣି ମିଶିକି ଯିବା ବୋଲି କହି ଥିଲେ । କିନ୍ତୁ ଲୋକଟି ବହୁ ଚତୁରତା ସହିତ ବ୍ୟାଗ୍ ଟିକୁ ଧରି ପଳାଇ ଥିଲେ । ଆଉ ଯେତେ ପାଟି କରି ଡାକିଲେ ମଧ୍ୟ ଆଉ ଶୁଣିନ ଥିଲେ । ସେହି ବ୍ୟାଗ୍ ଟିରେ ବ୍ୟକ୍ତି ଜଣକର 3 ହଜାର ସାତଶହ ଟଙ୍କା ,ସାଟିପିକେଟ୍ ,ଆଧାରକାର୍ଡ ,କୋମ୍ପୁଟର୍ ସାଟିପିକେଟ୍  ଥିଲା । ସବୁ କୁ ନେଇ ପଳାଇ ଯାଇଥିଲା  । ଏହି ପରି ଚଖ୍ମାଦେଖାଇ ସେହି ନିରୀହ ଶାନ୍ତ ସରଳ ଲୋକଟି ପାଖରୁ ସବୁ କିଛି ଲୁଟ୍ କରି ନେଇଯାଇଥିଲା ।

 ଦର୍ଶକ ବନ୍ଧୁ .... ଏହି ଦୁନିଆରେ ଏପରି ଅନେକ ଲୋକ ଅଛନ୍ତି ଯିଏ କି ଉପରକୁ ଖାଲି ଟାରେ ଦେଖେଇ ହୁଅନ୍ତି ଯେ ମୁଁ ଭଲ ବୋଲି କିନ୍ତୁ ଭିତରେ ଆପଣାକୁ କେତେବେଳେ ଯେ କେଉଁଠି ଫଶେଇ ଦେବେ ଆପଣ ନିଜେବି ଜାଣି ପାରିବେ ନାହିଁ । ତେଣୁ ଆମେ ଆପଣାକୁ ସାବଧାନ କରିଦେଉଛୁ ଯେ ଏପରି ଲୋକ ମାନଙ୍କ ଠାରୁ ଦୂରେଇ ରୁହନ୍ତୁ ।


   ଯଦି ଆପଣମାନେ ଏମିତି ଆହୁରି ନୁଆ ନୁଆ ଖବର ଜାଣିବାକୁ ଚାହୁଁଛନ୍ତି ତାହାଲେ ଆମ ଚାନେଲ୍ ସହିତ ଜଡ଼ି ହୋଇ ରୁହନ୍ତୁ, ଆଉ ଆମ ଚ୍ୟାନେଲ ଟିକୁ ଲାଇକ୍ , ଶେର୍ ସସ୍କ୍ରାଇବ କରନ୍ତୁ |

       ବ୍ୟୁରୋ ରିପୋର୍ଟ tvp news9....!!!

Tags :- # news # tvp news9 # tvp # tvpnews

Share With