ଭୁବନେଶ୍ବରେ ନକଲି ପଟା ବଣ୍ଟନ.....!!!!!!
ତାହା ପଟା ନୁହେଁ ସାଧା କାଗଜ......!!!!!!
ପଟା କହି ଜନସାଧାରଣ କୁ ଦିଆଯାଇଛି ନକଲି ପଟା ......!!!!!!
ବସ୍ତି ବାସିନ୍ଦା ଙ୍କୁ ଘର ଦେବି କହି ନକଲି ପଟା ଦେଇଛନ୍ତି .....!!!!!
ଭୁବନେଶ୍ବର ବସ୍ତି ବାସିନ୍ଦା ଙ୍କୁ ଘର ଦେବାର ଲୋଭ ଦେଖାଇ ନକଲି ପଟା ବଣ୍ଟନ କରିଥିଲେ ....!! ସରକାର ଘୋଷଣା କରିଥିଲେ ଯେ ଭୁବନେଶ୍ବରେ ଥିବା ସମସ୍ତ ବସ୍ତି ବାସିନ୍ଦା ଙ୍କୁ ପଟା ଏବଂ ଘର ଯୋଗାଇ ଦିଆଯିବ ....!!! ଘର ପାଇବା ପାଇଁ ସମସ୍ତ ବସ୍ତି ବାସିନ୍ଦା ବହୁତ୍ ଦିନ ଧରି ଅପେକ୍ଷା କରିଥିଲେ! କିନ୍ତୁ ସରକାରଙ୍କ ଘୋଷଣା କରି ବହୁତ୍ ଦିନ ହୋଇଯାଇଥିଲା, ଏବଂ ନିର୍ବାଚନ ପୂର୍ବରୁ ବାରମ୍ବାର ସର୍ଭେ କାର୍ଯ୍ୟ ମଧ୍ୟ କରିଥିଲେ!ବାରମ୍ବାର ସର୍ଭେ ହେବା ପରେ ବି ସେମାନଙ୍କୁ ଘର କିମ୍ବା ପଟା ମିଳିନଥିଲା!ପରେ ଘର କିମ୍ବା ପଟା ମିଳିନି କାହିଁକି ବୋଲି ବସ୍ତି ବାସିନ୍ଦା ଯେତେବେଳେ ଅଭିଯୋଗ କରିଥିଲେ ସେତେବେଳେ ସେମାନଙ୍କୁ ପଟା ବଣ୍ଟନ କରାଯାଇଥିଲା!
ସେମାନେ ଭାବିଲେ ଯେ ଯାହା ହେଉ ରାଜ୍ୟର ମୁଖ୍ୟ ମନ୍ତ୍ରୀ ତାଙ୍କ ନିଜ ହାତରେ ପଟା ଦେଇ ସାହାର୍ଯ୍ୟ କରିଥିଲେ ବୋଲି ସମସ୍ତ ବସ୍ତି ବାସିନ୍ଦା ଖୁସି ହୋଇଥିଲେ ! ପଟା ଦିଆଯିବାର ଦୁଇ ତିନି ଦିନ ପରେ ଜଣାପଡିଲା ଯେ ସେହି ପଟା ନକଲି ବା ଫଲ୍ସ କାଗଜ !ଏଠି ଜନ ସାଧାରଣ କହୁଛନ୍ତି ଯେ ଯେଉଁ ଭଳି ଭାବରେ ଜମି ଦଲାଲମାନେ ନକଲି ପଟା ଦେଇ ଲୋକଙ୍କୁ ଠକିଥାନ୍ତି ଠିକ୍ ସେହିଭଳି ଭାବେ ରାଜ୍ୟ ସରକାର ମଧ୍ୟ ଗରିବ ବସ୍ତି ବାସିନ୍ଧାଙ୍କୁ ନକଲି ପଟା ଦେଇ ଠକିଛନ୍ତି ! ଲୋକଙ୍କ କହିବା ଅନୁଯାଇ ଏଥିରେ ସହ ମତ ଅଛନ୍ତି ବିଏମସି ମେୟର ବା କମିଶନର ! ଏମାନେ ସମସ୍ତେ ଆଉ ରାଜ୍ୟ ସରକାର ମିଶି ବସ୍ତି ବାସିନ୍ଧାଙ୍କୁ ନକଲି ପଟା ଦେଇ ସଧା କାଗଜ ଦେଇଛନ୍ତି , ତାଙ୍କୁ ଠକିଛନ୍ତି , ଭୂତେଇଛନ୍ତି ଆଉ କହିଛନ୍ତି ଯେ ଏହି କାଗଜକୁ ନେଇ ବ୍ଯାଙ୍କକୁ ଗଲେ ଲୋନ୍ ପାଇପରିବେ !
ତାହା ସହ ଘର କରିବା ପାଇଁ ଆପୃଭାଲ୍ ପାଇବେ ବୋଲି କହିଥିଲେ ! କିନ୍ତୁ ସେହି ପଟା ନେଇ ବସ୍ତି ବାସିନ୍ଧା ଯେତେବେଳେ ବ୍ଯାଙ୍କକୁ ଯାଇଥିଲେ ସେଠୁ ମଧ୍ୟ ହାରାସ୍ ହୋଇ ଫେରିଥିଲେ ! ବିଏମସି ଘୋଷଣା କରିଛନ୍ତି ଯେ 20 ଫୁଟ୍ ରୋଡ ଏବଂ କିସମର ଯଦି ଘର ବାଡି ନଥାଏ ତାହେଲେ ଆପୃଭାଲ୍ ହୁଏ ନାହିଁ ! ତାହେଲେ ସେମାନେ କି ଭଳି ଭାବେ କିସମ ଗୋଚର ଦେଇ ବ୍ଯାଙ୍କରୁ ଲୋନ୍ ଆଣିବାକୁ କହୁଛନ୍ତି , ଏହା କିପରି ସମ୍ଭବ !ତେଣୁ ଭୁବନେଶ୍ବରର ସମସ୍ତ ବସ୍ତି ବାସିନ୍ଧା ଜନ ସାଧାରଣଙ୍କ ସହ ରାଜ ରାସ୍ତାକୁ ଓଲହାଇ କ୍ଯାପିଟାଲ ଥାନାରେ ସେମାନଙ୍କ ନାମରେ FIR ଦେବା ସହ ଅଦାଲତ ଆଗରେ ଧାରଣା ଦେଇଛନ୍ତି !!!!!!
ବ୍ୟୁର ରିପୋର୍ଟ tvpnews9…!!