ଭକ୍ତ ଖୋଲିଲା ବାବଙ୍କ ଗୁପ୍ତ କଥା !
ବାବା ଲେଖିଥିଲେ ଗୋଟିଏ, ହେଲେ କହୁଥିଲେ ଆଉ ଗୋଟିଏ !
ହେଲେ ବାବାଙ୍କ ଭୁଲ୍ କୁ, ଭକ୍ତ ମାଇକ୍ ରେ ଖୋଲି କହିଥିଲା !
ବାବା ଧିରେନ୍ଦ୍ରକୃଷ୍ଣ ରାଗି ଯାଇ କହିଥିଲେ, ହମ୍ ନେହିଁ ଛୋଡଙ୍ଗେ !
ଭକ୍ତ ଜଣକ ଏପରି କ’ଣ କହିଥିଲେ ଯେ, ବାବା ରାଗି ଯାଇଥିଲେ ଆସନ୍ତୁ ଜାଣିବା ଏହାର ସଂପୂର୍ଣ୍ଣ ଖବର !
“ହଁ ଆଜ୍ଞା”
ବାବା ଧିରେନ୍ଦ୍ରକୃଷ୍ଣଙ୍କ ଗୁପ୍ତ କଥାକୁ ଖୋଲି କହିଥିଲେ ଭକ୍ତ ! ହେଲେ ବାବା ରାଗିଯାଇ କହିଥିଲେ ଯେ, ହମ୍ ନେହିଁ ଛୋଡଙ୍ଗେ ! ଏପରି କିଛି ଦେଖିବାକୁ ମିଳିଥିଲା ରାଜସ୍ଥାନରେ ଚାଲିଥିବା ବାଗେଶ୍ଵର ବାବଙ୍କ ଦିବ୍ୟ ଦରବାରରେ ! ଆଉ ବାବା ନିର୍ଦେଶ ଦେଇଥିଲେ ଯେ, ଯାହାର ପର୍ଚ୍ଛା ଖୋଲିବ ସେ ବାବଙ୍କ ପାଖକୁ ଯିବ ! ବାବଙ୍କ ପାଖରେ ପାଳି ପଡିଥିଲା ରାଜସ୍ଥାନର ଜୟପୁରରୁ ଆସିଥିବା ଜଣେ ଅଧ୍ୟାପକଙ୍କ ଉପରେ ,ଏବଂ ସେଠାରେ ଯୋଗଦେଇଥିଲେ ଲକ୍ଷାଧିକ ଶ୍ରଦ୍ଧାଳୁ ! ସତରେ କ’ଣ ସେହି ବାବା ଗୋଟେ ଲେଖି ଆଉ ଗୋଟେ କହୁଥିଲେ କି !
ସେହି ପାଳି ପଡିଥିବା ଅଧ୍ୟାପକ ଯିଏ କି, ଜଣେ ବିବାହିତା ମୁସଲିମ୍ ମହିଳାଙ୍କୁ ବିବାହ କରିବା ନେଇ ବାବଙ୍କ ସାମ୍ନାରେ ପ୍ରଶ୍ନ ରଖିଥିଲେ ! ଆଉ ବାବା ନିଜ ପର୍ଚ୍ଛାରେ ଆଗୁଆ ତାହାର ପ୍ରଶ୍ନ ଲେଖି ରଖିଥିଲେ ! ଏବଂ ଯେତେବେଳେ ପ୍ରଶ୍ନ ପଚରା ସରିଥିଲା ସେତେବେଳେ ବାବା ସେହି ପର୍ଚ୍ଛାକୁ ଭକ୍ତ ଜଣଙ୍କୁ ଦେଖାଇ ଥିଲେ,ଆଉ କହିଥିଲେ ଦେଖ ତୁମେ ଯାହା ପଚାରିଥିଲ ତାହାହିଁ ଲେଖାଯାଇଛି ! କିନ୍ତୁ ବାବଙ୍କ ଲେଖାକୁ ମାନିନଥିଲେ ଭକ୍ତ ଜଣକ, ଆଉ ସେହି କଥାକୁ ମାଇକ୍ ରେ ଖୋଲି କହିଥିଲେ ! ଆଉ ବାବା କହିଥିଲେ ହମ୍ ନେହିଁ ଛୋଡଙ୍ଗେ !
ଶେଷରେ ସେହି ଭକ୍ତ ଜଣକ କହିଥିଲେ ବାବଙ୍କୁ, ଆପଣ ଯାହା କହିଛନ୍ତି ତାହା ଲେଖା ହୋଇନି ! ଆଉ ଭକ୍ତ ଜଣକ ବାବଙ୍କୁ କହିଥିଲେ ଲଭ ର କଥା ଏଠି କିଛି ଲେଖା ହିଁ ହୋଇନି ! ତାହା ସବୁ ଦେଖି ଭକ୍ତ ଜଣକ ମାଇକ୍ରେ ସବୁ କଥାକୁ ଖୋଲି କହିଥିଲେ ଏବଂ ବାବା କହୁଥିଲେ ହେଲେ ଭକ୍ତ ମାନିବାକୁ ନାରାଜ୍ ଥିଲେ ! ଆଉ ଶେଷରେ ରାଗିଯାଇଥିଲେ ଏହି ବାଗେଶ୍ଵର ବାବା ! ଭକ୍ତ ଜଣକ ମାନିବାକୁ ନାରାଜ୍ ଥିବା ହେତୁ ପୁଣି ତାଙ୍କ ମାଁଙ୍କୁ ଡକାଗଲା ସେହି ପର୍ଚ୍ଛା ରେ ଲେଖାହୋଇଥିବା କଥା କୁ ଦେଖାଇବା ପାଇଁ ଏବଂ ଶେଷରେ ସେହି ମହିଳା ଜଣକ ମାନିଥିଲେ ! ଏବଂ ସେହି ଭକ୍ତ ଜଣକ ସେଠାରୁ ଯିବାକୁ ଚାହୁଁଥିଲେ ମଧ୍ୟ ବାଗେଶ୍ଵର ବାବା ତାଙ୍କୁ ଯିବାକୁ ଦେଉନଥିଲେ ! ସତରେ କଣ ବାବା ଧିରେନ୍ଦ୍ରକୃଷ୍ଣ ଏପରି ଗୋଟେ ଲେଖି ଆଉ ଗୋଟେ କହୁଥିଲେ, ନା ଯାହା ଲେଖା ହୋଇଛି ତାହା କହୁଛନ୍ତି