19

ଆକାଶରୁ ପଡିଲା ବଉଳା କୁମ୍ଭୀର ......!!
ବାଦଲ ଚିରି ବର୍ଷାରେ ପଡିଲା ମଣିଷ ଖିଆ ବଉଳା କୁମ୍ଭୀର....!!
ଘଡଘଡି ଚଡ୍ ଚଡି ସହ ବର୍ଷାରେ ଆକାଶରୁ ଝଋ ପଡିଲେ, ଏହି ମଣିଷ ଖିଆ କୁମ୍ଭୀର ......!! 
“ଦର୍ଶକବନ୍ଧୁ” 
    ଏହି ଦୃଶ୍ୟ ଦେଖି ଲାଗୁଥାଏ ବରଯାତ୍ରୀ ବାଜା ବଜାଇ ଆସୁଛନ୍ତି କୁମ୍ଭୀର ପଲ ! କିନ୍ତୁ ଏହା ଯେ କେତେ ଦୂର ସତ୍ୟ ଆସନ୍ତୁ ଜାଣିବା ! କୁମ୍ଭୀର.....ଏବେ ପାଲଟିଛି ଆତଙ୍କର ଗୋଟିଏ ଅନ୍ୟନାମ !  ନଦୀ ନାଳ ରାସ୍ତାରେ ଆତଙ୍କ ବିସ୍ତାର କରି ବୁଲୁଥିବା ଏହି ମଣିଷ ମାଂସଖିଆ କୁମ୍ଭୀର ଏବେ ଦେଖିବାକୁ ମିଳୁଛନ୍ତି, କିଛି ଅନ୍ୟରୂପରେ ଏବଂ କିଛି ଅନ୍ୟ ସ୍ଥିତିରେ ! ହଁ ଦର୍ଶକ ବନ୍ଧୁ, ଡିଜିଟାଲ ପ୍ଲାଟଫର୍ମରେ ଏବେ ଦେଖିବାକୁ ମିଳୁଛି ବର୍ଷାରେ ଆକାଶରୁ ପଡ଼ୁଛନ୍ତି ସହ ସହ କୁମ୍ଭୀର ! ସେ ପୁଣି ନାନା ପ୍ରଜାତିର କୁମ୍ଭୀର ! 
        
    ଆମେ ଜାଣିଛେ ଆମ ଓଡିଶାରେ କେବଳ ତିନଟି ଜାତିର କୁମ୍ଭୀର, ବହୁଳ ପରିମାଣରେ ଦେଖିବାକୁ ମିଳେ ଯାହାକି, ଖଡିଆଳ କୁମ୍ଭୀର,ମଗର କୁମ୍ଭୀର ,ବଉଳା କୁମ୍ଭୀର ଏବଂ ସେମାନଙ୍କ ଜୀବନ ଆୟୁଷ ୫୦ ରୁ ୧୦୦ ବର୍ଷ ପର୍ଯ୍ୟନ୍ତ ହୋଇଥାଏ ! କୁମ୍ଭୀର ସଂରକ୍ଷଣ ଲାଗି ଓଡିଶା ସରକାର ବହୁ ପଦକ୍ଷେପ ନେଇଛନ୍ତି ! 

    ହଁ ଦର୍ଶକ ବନ୍ଧୁ ... ଉଦାହରଣ ସ୍ଵରୂପ ......
 ଭିତର କନିକା, ଘୋଡାହାଡ ପରି ଜାଗାକୁ ସୂଚିତ କରାଯାଉଛି କୁମ୍ଭୀର ସଂରକ୍ଷଣ ଜାଗା ବୋଲି ! କିନ୍ତୁ କୁମ୍ଭୀରମାନେ କେତେ ଭୟଙ୍କର ତାହା ଏବେ ଘୁରିବୁଲୁଛି ଡିଜିଟାଲ ପ୍ଲାଟଫର୍ମରେ ! ଆତଙ୍କିତ ଅବସ୍ଥାରେ ଥିବା ଲୋକମାନେ କହୁଛନ୍ତି , ମଣିଷଖିଆ ବଉଳା କୁମ୍ଭୀର ର ଆତଙ୍କ କାହାଣୀ ! 
    
    ହଁ ଦର୍ଶକ ବନ୍ଧୁ ନଇ ବଢିରେ ଭାସି ଆସି ନଦୀକୂଳ, ନାଳ, ପୋଖରୀ ଏମିତିକି ରାସ୍ତାକଡରେ ମଧ୍ୟ ଦେଖିବାକୁ ମିଳୁଛନ୍ତି ପଲ ପଲ ମାଂସଖିଆ କୁମ୍ଭୀର ! ଦିନକୁ ଦିନ ଭାଇରାଲ୍ ହେବାରେ ଲାଗିଛି ଏହି ମାଂସଖିଆ କୁମ୍ଭୀରର ଆତଙ୍କ ! ଆଉ ଦେଖିବାକୁ ମିଳୁଛି ମନୁଷ୍ୟ ଏବଂ ନୀରିହ ପଶୁ ପକ୍ଷୀ କାହାରି ରକ୍ତ ମାଂସକୁ ମଧ୍ୟ ଛାଡୁନାହାନ୍ତି ! 

    ଆମେ ଦେଖିଛେ କୂଆ ପଥର ବର୍ଷା ଏବଂ ପଡୁଛି ମଧ୍ୟ ଯେ ଛୋଟ ଛୋଟ ମାଛ ଘୁର୍ଣ୍ଣିବଳୟ ଦ୍ଵାରା ଉପରକୁ ଯାଇ ମାଛ ବର୍ଷା ରୂପେ ନେଇ ତଳକୁ ପୁଣି ପଡିଥାନ୍ତି ! କିନ୍ତୁ ଏହା ଏକ ଚର୍ଚାର ବିଷୟ ଯେ ....
        ସତରେ କ’ଣ କୁମ୍ଭୀର ବର୍ଷା ମଧ୍ୟ ହୋଇଛି ......
        ସତରେ କ’ଣ ସହ ସହ କୁମ୍ଭୀର ଆକାଶରୁ ଖସି ପଡିଲେ.....
  
ଏହା ଯେ ଏକ ସତ୍ୟ, କିନ୍ତୁ ଆମେ ଏହାର କୌଣସି ସ୍ଵଷ୍ଟ ଚିତ୍ରଣ ଆମ୍ବେ ଦେଇପାରୁ ନାହୁଁ ! କିନ୍ତୁ ଯେଉଁ ମାତ୍ରାରେ ଡିଜିଟାଲ ପ୍ଲାଟଫର୍ମରେ କୁମ୍ଭୀର ଭିଡିଓ ଭାଇରାଲ୍ ହେଉଛି ତାହା ଏକ କୁମ୍ଭୀର ବର୍ଷା ସଦୃଶ୍ୟ !

Tags :- # news # tvp news9 # tvp # tvpnews

Share With