ସରକାର ନିୟମ କରିଛନ୍ତି ଝିଅଙ୍କୁ ପଢ଼ାଓ,ଝିଅଙ୍କୁ ବଢ଼ାଓ......
କିନ୍ତୁ ସମାଜରେ ହେଉଛି ତାର ଓଲଟା...
ବୋହୂ ହୋଇ ଶାଶୁ ଘରେ ଶବ ଉଠୁଛି ଝିଅ ର!!!!
ନିର୍ଯ୍ୟାତନା ର ଶିକାର ହୋଇ ଆତ୍ମହତ୍ୟା କରୁଛନ୍ତି ସିଧlସାଧା ଝିଅ ମାନେ....
ହଁ ଆଜ୍ଞା!!!
ଏପରି ଘଟିଛି ଦିଗପହଣ୍ଡି ନିକଟସ୍ଥ ମଙ୍ଗରାଜପୁର ଗ୍ରାମରେ.....
ବାହାଘର ବେଳେ କାନ୍ଦୁଥିଲେ ବାପାମାଆ!!!!
ଖୁସି ର କାନ୍ଦ ଦୁଃଖ ର କlନ୍ଦରେ ପରିଣତ ହୋଇଥିଲା!!!
ବାପା ମାଆ ଭାବିଥିଲେ ଝିଅ ସିନା ବେଦି ରେ କାନ୍ଦୁଚି ସେ ଘରକୁ ଗଲେ, ସେ ଘରର ହେଲେ ଆଉ କଣ କାନ୍ଦିବ?
କିନ୍ତୁ, ତାଙ୍କ ଭାବନା ଭାବନା ରେ ରହିଗଲା!!
ଝିଅର କାନ୍ଦ ଦେଖିଲେ ତ ଦେଖିଲେ... ଦେଖିଲେ ପୁଣି ତାର ଶବ!
ଝିଅକୁ ବୋହୁକରି ପଠେଇଥିଲି ହେଲେ ସନ୍ଦେହ ଜନକ କରି ତାକୁ ମରିବା ପାଇଁ ବାଧ୍ୟ୍ୟ କରାଇଥିଲେ l ବିବାହର ଦୁଇ ବର୍ଷ ଦାମ୍ପତ୍ୟ ଜୀବନ ବେଶ୍ ହସଖୁସିରେ ଚାଲିଥିଲା l ତେବେ ଗତ ଛଅ ମାସ ତଳେ ଝିଅକୁ ତାଙ୍କ ବାପାଘରେ ଦେଇଥିବା ସମସ୍ତ ସୁନାଗହଣା ସ୍ଵାମୀ ବନ୍ଧା ପକାଇ ଦେଇଥିଲେ,,,ଯାହାଫଳରେ ଉଭୟଙ୍କ ମଧ୍ୟରେ ପ୍ରତ୍ୟେକ ଦିନ ପାଟିତୁଣ୍ଡ ହୋଇ ଆସୁଥିଲା ! ଏପରିକି ଶଶୁର ସବୁଦିନେ ମଦ୍ୟପାନ କରି ଘରକୁ ଆସି ବୋହୁକୁ ଗାଳିଗୁଲଜ କରୁଥିଲେ l
ଦିଗପହଣ୍ଡି ବ୍ଲକ ପଦ୍ମନାଭପୁର ପଞ୍ଚାୟତ ଅନ୍ତର୍ଗତ ଚୌଇତନ୍ୟପୁର ଗ୍ରାମର ଝିଅ ଶିବାନୀର ବାହାଘର ହୋଇଥିଲା ଏବଂ ଶିବାନୀଙ୍କ ଗୋଟେ ଝିଅ ମଧ୍ୟ ଅଛି l ଚୌଇତନ୍ୟପୁର ନିକଟସ୍ଥ ମଙ୍ଗରାଜପୁର ଗ୍ରାମରେ ବିବାହ କରିଥିଲେ l ତେବେ ସୋମବାର ସନ୍ଧ୍ୟାରେ ଶିବାନୀ ବେକରେ ରସୀ ଲଗାଇ ଆତ୍ମହତ୍ୟା କରୁଥିବା ସମୟରେ, ଉଦ୍ଧାର କରି ଦିଗପହଣ୍ଡି ମେଡିକାଲରେ ଭର୍ତ୍ତି କରାଯାଇଥିଲା l
ଏପଟେ ଶିବାନୀଙ୍କ ପରିବାର ମେଡିକାଲ ରେ ପହଞ୍ଚିବା ପୂର୍ବରୁ ଡାକ୍ତର ମୃତ ଘୋଷଣା କରିଥିବା ବେଳେ ବୋହୁକୁ ଛାଡି ଘଟଣାସ୍ଥଳରୁ ପଳାଇଥିଲେ ଶଶୁର ଓ ସ୍ଵାମୀ ! ଖବରପାଇ ପୋଲିସ୍ ମେଡିକାଲ ରେ ତଦନ୍ତ ଚଲାଇଥିଲେ l
ତେବେ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଘଟଣା ସତ୍ୟତା ଜଣାପଡିବ ବୋଲି ଥାନା ଅଧିକାରୀ ଦୀପ୍ତିରଞ୍ଜନ ବେହେରାଙ୍କ ନିର୍ଦ୍ଧେଶକ୍ରମେ ତଦନ୍ତକାରୀ ଥାନା ଏସ୍ ଆଇ ଗୌତମ ସାହୁ ସୂଚନା ଦେଇଛନ୍ତି l
ବର୍ତ୍ତମାନ ଆଶା ଅଛି ଯେ,, ମୃତକ ସହ ତଥା ତାଙ୍କ ପରିବାରବର୍ଗ ଙ୍କୁ ସଠିକ ନ୍ୟାୟ ମିଳୁ l......
ବ୍ୟୁରୋ ରିପୋର୍ଟ tvp news 9