* ଆସନ୍ତୁ ଜାଣିବା ଏକ ଭୟଙ୍କର ଘଟଣା...!!!!
କିପରୀ ଜଣେ ଯୁବତୀକୁ ଭୟଭୀତ କରିଛି ସେହି ଘଟଣା....!!!!!
ଏହା କିପରି ଏତେ ଭୟଙ୍କର ରୂପ ନେଇଥିଲା ...!!!
ଆଉ କ'ଣ ରହିଛି ଏହା ପଛର କାହାଣୀ...!!
ପାଠ ପଢିବା ପାଇଁ 4ଜଣ ଯୁବତୀ ଭୁବନେଶ୍ୱରରୁ ବ୍ରହ୍ମପୁରକୁ ଘରୋଇ ଇଞ୍ଜିନିଅରିଙ୍ଗ କଲେଜରେ ଆସିଥିଲା ..!! ସେମାନେ 4ଜଣ ହେଉଛନ୍ତି ରଚନା, ପ୍ରିୟଙ୍କା, ଲଷ୍ମୀ ଆଉ ଗାୟତ୍ରୀ...| ହେଲେ ସେମାନଙ୍କୁ ଯିବା ଆସିବାରେ ବହୁତ ଅସୁବିଧା ହେତୁ, ସେମାନେ 4ଜଣ ଯୁବତୀ ଭଡା ଘର ଖୋଜିବାକୁ ଲାଗିଲେ ..| ସେମାନେ ଯେତେବେଳେ ଭଡା ଘର ଖୋଜୁଥିଲେ ରାସ୍ତାରେ ତାଙ୍କ ସହ ଜଣେ ସାଙ୍ଗ ଦେଖା ହୋଇଥିଲେ...!! ତାଙ୍କୁ ଘର ଭଡା କଥା କହିବା ବେଳେ ସେ କହିଥିଲେ ମୁ ତୁମକୁ ଘର ଦେଖାଇବି !! ସେତେବେଳେ ସେମାନେ ଖୁସି ହୋଇ ତାଙ୍କୁ ଏବେ ହିଁ ଘର ଦେଖିବା କଥା କହିଥିଲେ...| ତାଙ୍କୁ ନେଇ ସହରରୁ କିଛି ଦୂରରେ ଥିବା ଏକ ବଡ କୋଠା ଘରକୁ ନେଇଥିଲେ...!! ଆଉ କହିଲେ ଏହି ଘର ଖାଲି ଅଛି... ତମେ ସମସ୍ତେ ଏଠି ରହିପାରିବ... ଏହା କହି ତାଙ୍କ ସାଙ୍ଗ ଚାଲିଗଲେ !! ସେ ଘରଟି ଦେଖିବାକୁ ଥିଲା ଅତି ସୁନ୍ଦର ଆଉ ଘରଟି 2 ମହଲ୍ ବିଶିଷ୍ଟ | ସେହି ଘର କାନ୍ଥରେ ଲେଖା ଥିଲା ଯେ TO-LET ଆଉ ଆଉ ଲେଖାଥିଲା ସେହି ଘର ମାଲିକର ଫୋନ୍ ନୁମ୍ବର l ଏବଂ ଘରଟି ବି ଦେଖିବାକୁ ପୁରୁଣା ଲାଗୁନଥିଲା l ଲାଗୁଥିଲା ସତେ ଯେମିତି 5 ଓ 6 ବର୍ଷର ତଳର ଘର ...!! କିନ୍ତୁ ସେହି ଘରଟିରେ କେହି ମଧ୍ୟ୍ୟ ରହୁନଥିଲେ ଯାହାକି ତାର ଗେଟ୍ ରେ ଲାଗିଥିଲା ଗୋଟେ ବଡ ତାଲା... !!! ଏମାନେ ଭାବିଲେ ଯେ ଏଠି କେହି ମଧ୍ୟ ରହୁନାହାନ୍ତି... ତେବେ ଘର ମଧ୍ୟ ସଫା ଆଉ ସୁନ୍ଦର ଥିବ...!! ସାଙ୍ଗେ ସାଙ୍ଗେ ଗେଟ୍ରେ ଲାଗିଥିବା ନମ୍ବରରେ ମାଲିକ ସହ କଥା ବାର୍ତ୍ତା ହୋଇ ସେ ଜାଣି ପାରିଲା ଯେ ସେହି ଘରେ ମାଲିକ ରୁହେନାହିଁ l ଏବଂ ସେହି ଘର ଠାରୁ ପାଖାପାଖି 3ରୁ 4 କିଲୋ ମିଟର୍ ଦୂରରେ ରୁହେ l
ମୋବାଇଲ୍ ରେ କଥା ବାର୍ତ୍ତା ପରେ ମାସକୁ 5ହଜାର ଘର ଭଡା ଦେବା ପାଇଁ ନିଷ୍ପତି ହେଲା l ଆଉ କିଛି ସମୟ ପରେ ମାଲିକ ଆସି ତାଙ୍କୁ ଘର ଭିତରକୁ ନେଇ ଦେଖାଇଲା ଆଉ କିଛି ଟଙ୍କା ନେଇ ଚାଲିଗଲା...!! ଘର ଟି ଥିଲା ବେଶ୍ ସୁନ୍ଦର ସେହି ଘରର ଆକାର ଏପରି ଥିଲା ଯେ 2ଟି ବଡ ବଡ ହୋଲ୍ ରୁମ୍ ରହିଥିଲା l ପ୍ରଥମେ ସେହି 4ଜଣ ମଧ୍ୟରୁ ରଚନା ସଫା କରିବା ପାଇଁ ଝାଡୁ ଆଣିବା ବେଳେ ତାକୁ ଗୋଟିଏ ଜିନିଷ ଉପରେ ନଜର ପଡିଲା...!! ଆଶ୍ଚର୍ଯ୍ୟଜନକ କଥା ହେଉଛି ସେହି ଘରେ ପ୍ରତେକ ରୁମ୍ କାନ୍ଥ ମଝିରେ ଲୁହାକଣ୍ଟା ମରା ଯାଇଥିଲା l ଆଉ କଣ୍ଟା ଉପରେ ନାଲି ଛିଟା କପଡା ବନ୍ଧା ଯାଇଥିଲା...!! ଏହା ରୁମର ମଝି ମଝି ଜାଗାରେ ପିଟା ହୋଇଥିବାରୁ ବହୁତ ଅସୁନ୍ଦର ଦେଖା ଯାଉଥିଲା ତେଣୁ ରଚନା ସେହି କଣ୍ଟା କୁ ବାହାରକରି ବାହାରକୁ ଫିଙ୍ଗିଦେଇଥିଲା...!! ଗାୟତ୍ରୀ, ଲଷ୍ମୀ ଆଉ ପ୍ରିୟଙ୍କା ଅସୁସ୍ଥତା ଅନୁଭବ କରୁଥିଲେ ବୋଲି ସେମାନେ ଏକ କୋଠରୀକୁ ଯାଇ ଶୋଇ ଯାଇଥିଲେ...!! ରଚନା କାମ କରି କରି ଥକି ଯାଇ ଏକ ଚେୟାରରେ ବସିଯାଇଥିଲା...| ସେହି ଚେଆରରେ ବସୁ ବସୁ ରଚନାର ଆଖି ଲାଗିଯାଇଥିଲା ଆଉ ସେହି ଚେଆରରେ ହିଁ ଶୋଇ ଯାଇଥିଲା...!! ରାତି ପାଖପାଖି 1 ହେବ ରଚନା ଚେଆରରୁ ଜୋର୍ ରେ ତଳେ ପଡିଗଲା ଆଉ ତାକୁ ଲାଗିଲା ସତେ ଯେମିତି କେହିଜଣେ ପଛରୁ ତାକୁ ଜୋରରେ ଧକ୍କା ଦେଲା ..!! ସେ ହଠାତ ଉଠି ଦେଖିଲା କିଏ ମଧ୍ୟ ନାହିଁ, ପୁଣିଥରେ ପଛରୁ ଏମିତି ଧକା ହେଲା ଯେ ସେ ଯାଇ କବାଟରେ ପିଟି ହୋଇଥିଲା...!!
ସେତେବେଳେ ଭୟଭୀତ ହୋଇ ରଚନା ...!! ରଚନା ତାଙ୍କ 3 ଜଣକ ପାଖକୁ ଯିବାକୁ ଚେଷ୍ଟା କଲା ହେଲେ ସେମାନେ କବାଟକୁ ଭିତର ପଟୁ ବନ୍ଦ କରିଦେଇଥିଲେ..!! ଆଉ କେତେ ଡାକିଲେ ମଧ୍ୟ ସେମାନେ ତାର ଡାକ ଶୁଣିନଥିଲେ...!! ରଚନା ସେତେବେଳେ ଆଉ ଏକ କଠୋରୀକୁ ଯାଇ ଭୟବିତ ଅବସ୍ଥାରେ ଛପିରହିଲା l
ଆଉ ସେ ଭାବୁଥିଲା କେତେବେଳ ରାତି ପାହିବ l ସେହି ସମୟରେ ତାକୁ ଅତ୍ୟାଧିକ ଶୋଷ ଲାଗିବାରୁ ସେ ପାଣି ପିବା ପାଇଁ ଯଗଟିକୁ ଧରିଥିଲା ସେତେବେଳେ ସେହି ଜଗଟି ହାତରୁ ଆଉ କେହି ଟାଣି ନେଇଗଲା...!!! ଘରେ ତ କେହି ନାହିଁ ଭାବି ସେ ଆତ୍ମ ହରା ହୋଇଗଲା.. ଆଉ ପାଟିକରିବାକୁ ଲାଗିଲା...| ରଚନା ଯେତେବେଳେ ପାଟି କରୁଥିଲା ତାର ସେହି କଥାକୁ ଆଉ ଜଣେ କେହି ରିପିଟ କରି କହୁଥିଲା...!! ଆଉ ଅଜବ ଅଜବ୍ ଶବ୍ଦ ମଧ୍ୟ ଶୁଣିବାକୁ ପାଇଥିଲା l ଏମିତି ପରେ ସକାଳ ହେଲା...| ରାତିରେ ଏମିତି କିଛି ଘଟିଲା ବୋଲି ସେ ଗାୟତ୍ରୀ, ଲଷ୍ମୀ ଆଉ ପ୍ରିୟଙ୍କାକୁ ଜଣାଇଥିଲା...!! ସେମାନେ ବିଶ୍ୱାସ ନ କରି ହସିଲେ ଆଉ କଲେଜ ବାହାରିଗଲେ... | ପୁଣି ସନ୍ଧ୍ୟାରେ ସମସ୍ତେ ଗାୟତ୍ରୀ, ପ୍ରିୟଙ୍କା ଆଉ ଲଷ୍ମୀ ଆସି ରୁମରେ ପହଞ୍ଚିଥିଲେ...!! ରୁମରେ ଦେଖିଲେ ରଚନା କିଛି କାମ କରୁଛି ଏହା ଦେଖି ସେମାନେ ତାଙ୍କ ରୁମକୁ ଚାଲିଗଲେ, ହଠାତ ତାଙ୍କୁ ମନେ ପଡିଲା ରଚନାତ କଲେଜରୁ ଆସିନାହିଁ...!! ସେମାନେ ଆସି ଦେଖିବା ବେଳେ ସେଠି କେହି ମଧ୍ୟ ନଥିଲା...!! ଆଉ ସେମାନେ ଭୟଭୀତ ହୋଇଗଲେ..| ପୁଣି ରଚନା କଲେଜରୁ ଆସିଲା ଆଉ ତାକୁ ଏହା କହିଥିଲେ, ଏମିତି କଥା ଶୁଣି ସେ ଅତ୍ୟାଧିକ ଭାବେ ଡରିଗଲା..!! ଆଉ ସେମାନେ ରାତିରେ ଡରି ଡରି ଭାବୁଥିଲେ ଏହା ଅଚାନକ କାହିଁକି ଘଟୁଛି, ପରେ ଜାଣିଲେ ଏଠି ବୋଧେ ଭୁତ ରହୁଛି...!! ଭୟବିତ ହୋଇ ରାତି କଟାଇଲେ ଆଉ ସକାଳ ହେବା ମାତ୍ରେ ସେହି ଘର ଛାଡ଼ି ଚାଲିଗଲେ....!!
ଏହି ସତ କାହାଣୀଟି ଘଟିଥିଲା ଭୁବନେଶ୍ୱରରୁ ଆସିଥିବା 4ଜଣ ଯୁବତୀ ରଚନା, ପ୍ରିୟଙ୍କା, ଲଷ୍ମୀ ଆଉ ଗାୟତ୍ରୀଙ୍କ ସହ...!!
ବ୍ୟୁର ରିପୋର୍ଟ TVP NEWS9