ସଂସାର ର କେଉଁ କଥା କୁ ଦର୍ଶାଇବାକୁ ଆସିଥିଲେ ସ୍ୱୟଂ ମହାଦେବ?
କାହିଁକି ଦେଲେ ଦେଖା?
କେଉଁ ରୂପରେ ଦେଲେ ଦେଖା......???
ଆବିର୍ଭାବ ହେଲେ ଭଗବାନ ଶିବ!!!
ଭକ୍ତଙ୍କୁ ଦେଖାଦେଲେ ଆଉ ବାଟ କଡ଼ାଇଲେ!!!
ପାପର କଲେ କ୍ଷୟ,,,ଆଉ ଧର୍ମର କଲେ ଜୟ!!
ବର୍ତ୍ତମାନ ଚାଲିଥିବା ଶ୍ରାବଣର ପୁଣ୍ୟ ମାସରେ ବହୁତ ଲୋକ ବୋଲବମ ଯିବାପାଇଁ ମନାସିଥାନ୍ତି l ମନରେ ଭଗବାନଙ୍କ ପ୍ରତି ଭକ୍ତି ଆଉ ବିଶ୍ୱାସ ରଖି ଭଗବାନ ଶିବଙ୍କ ଦର୍ଶନ, ଆଶୀର୍ବାଦ, ଓ ତାଙ୍କ ଦୁଃଖ ଜଣାଇବା ପାଇଁ ପ୍ରଭୁଙ୍କ ପାଖକୁ ଧାଇଁ ଆସିଥାନ୍ତି l ଆସ୍କା ରେ ଥିବା ତିନୋଟି ନଦୀର ସଂଯୋଗ ଯାହା ରୁଷିକୂଲ୍ୟା ନଦୀ ନାମରେ ଜଣାଶୁଣା,,, ଏହି ନଦୀରୁ ଭକ୍ତମାନେ ପାଣି ଉଠାଇ ପୂଜାର୍ଚନା କରି ଆସ୍କାରୁ ବାହାରି ଉଜ୍ଜଳେଶ୍ୱର ମନ୍ଦିରକୁ ଆସି ଶିବଙ୍କ ମଥାରେ ପାଣି ଢାଳି ମନସ୍କାମନା ପୂରଣ କରିଥାନ୍ତି l ପାଖପାଖି 50 କିଲୋମିଟର ଚାଲି ମଧ୍ୟ ସେମାନେ କଷ୍ଟ କ'ଣ ଜାଣିନଥାନ୍ତି l
କାହିଁକି ନା ସେମାନଙ୍କ ଉପରେ ଥାଏ ପ୍ରଭୁ ମହାଦେବଙ୍କ ଆଶୀର୍ବାଦ...
ବାବାଙ୍କୁ ଆରାଧନା କରି ଆଉ ମନାସି ଖୁସି ମନରେ କାଉଡ଼ି ଭାର କାନ୍ଧେଇ ବୋଲ ବମ,ବୋଲ ବମ କହି ଚାଲିଥାନ୍ତି... ଯେଉଁମାନେ ସଦାସର୍ବଦା ପୁଣ୍ୟ କାମ କରିଥାନ୍ତି, ସେମାନଙ୍କ ପ୍ରତି ଭଗବାନଙ୍କ ଆଶୀର୍ବାଦ ରହିଥାଏ... ଆଉ ଯେଉଁ ମାନେ ପାପ କର୍ମ କରି ପରେ ଭଗବାନଙ୍କୁ ମନାସି ତାଙ୍କ ପାଖକୁ ଯାଇ କେତେ ପୂଜାର୍ଚନା କଲେ ମଧ୍ୟ ଆଉ ତାଙ୍କ ମଥାରେ କେତେ ପାଣିଢାଳିଲେ ମଧ୍ୟ,ତାଙ୍କୁ ଭଗବାନ କେବେ ମଧ୍ୟ ସାହା ହୋଇନଥାନ୍ତି,,କି ତାଙ୍କ ଦୁଃଖ ଶୁଣିନଥାନ୍ତି... ଆଉ କେବେ ମଧ୍ୟ ସେମାନଙ୍କୁ କ୍ଷମା ଦେଇନଥାନ୍ତି!!!
ଶ୍ରାବଣ ମାସ ଶେଷ ସୋମବାରରେ ଜଣେ ବ୍ୟକ୍ତି ଅତି ନିବିଡ ମନୋବୃତିର ସହ ଆଉ ପ୍ରେମ ମନୋଭାବ ନେଇ ସ୍ୱଚ୍ଛ ମନରେ ଭଗବାନଙ୍କୁ ଡାକି ଡାକି ଉଜ୍ଜଳେଶ୍ୱର ଶିବ ମନ୍ଦିରକୁ ଭଗବାନଙ୍କ ମଥାରେ ପାଣି ଢ଼ାଳିବା ପାଇଁ... ହେଲେ ମନ୍ଦିରର କିଛି ଦୂରରେ ହଠାତ ତାଙ୍କ ପାଦରେ କଣ୍ଟା ଫୁଟିଯାଇଥିଲା ଆଉ ସେ ଚାଲିବାକୁ ଅକ୍ଷମ ହୋଇଗଲେ l କିନ୍ତୁ ;ସେ ଭାବିଲେ ଆଉ କିଛି ଦୂର ଅଛି କେମିତି ମୁ ପହଞ୍ଚିବି.. ହେ ଭଗବାନ ମୋତେ ସାହା ହୁଅ ମୋତେ ଶକ୍ତି ଦିଅ ମୋତେ ଅପାଣଙ୍କ ପାଖରେ ପହଞ୍ଚାଇଦିଅ ପ୍ରଭୁ... ତାହେଲେ ମୋ ମନରେ ମନାସି ଥିବା ମନସ୍କାମନା ପୂରଣ ହେବ ଆଉ ମୁ ଆପଣଙ୍କ ପାଖରୁ ଆଶୀର୍ବାଦ ପାଇବି... ତାହେଲେ ମୋ ଜୀବନ ଧନ୍ୟ ହେବ ପ୍ରଭୁ... କିଛି ସମୟ ରହିଲା ପରେ ହଠାତ ଦେଖିଲା ଯେ, ଜଣେ ବୁଢା ଲୋକ ତାଙ୍କ ଆଗକୁ ଆସିଲେ ଆଉ ତାଙ୍କୁ କହିଲେ ବାବୁ ତମେ ପାରିବ ଆଉ ଗୋଡ ତଳେ ପକାଇବାକୁ ଚେଷ୍ଟା କର,ଚାଲିବାକୁ ଚେଷ୍ଟା କର,ଭଗବାନଙ୍କ ନାମ ସ୍ମରଣ କରି ଆଗକୁ ବଢ ସେହି କଥା କହି ଆଉ ସେ ଆଉ ଦେଖlଦେଲେ ନାହିଁ.... ବ୍ୟକ୍ତି ଜଣକ ଆଶ୍ଚର୍ଯ୍ୟ ହୋଇଗଲେ ଆଉ ଦେଖିବାକୁ ଲାଗିଲେ... କିନ୍ତୁ ବୁଢା ଲୋକଟିକୁ ଦେଖିପାରିଲେ ନାହିଁ ତେଣୁ.. ଭାବିଲେ ଆଉ ଆଗକୁ ମାଡି ଚାଲିଲେ, ଶେଷରେ ମନ୍ଦିରରେ ପହଞ୍ଚି ଭଗବାନ ଶିବଙ୍କ ମଥାରେ ପାଣି ଢ଼ାଳିଲେ... ଆଉ କିଛି ସମୟପରେ ଆରାମ କଲାପରେ ଭାବିଲେ ସେଇ ବୁଢା ଜନକ କିଏ ଥିଲେ... ଆଉ ସେ ଜାଣିବାକୁ ପାଇଲେ ଯେ ସେ ନିଜେ ଭଗବାନ ଆସି ମୋତେ ଦେଖାଦେଲେ... ଏମିତି କହି କୋଟି ପ୍ରଣାମ ଜଣାଇଲେ ଶିବଶମ୍ଭୁଙ୍କୁ.. ଆଉ କେହି ମଧ୍ୟ ଭକ୍ତି ମନ ଭାବର ସହ ଶ୍ରାବଣ ମାସ ସୋମବାରକୁ ପଳାନ୍ତି,ତେବେ ଏହି ମାସରେ ଭଗବାନଙ୍କ ନିର୍ମିତ ଜୀବଙ୍କୁ ଆଘାତ ଦିଅନ୍ତୁ ନାହିଁ... ତାହେଲେ ପ୍ରଭୁଙ୍କଠୁ ଆଶୀର୍ବାଦ ପାଇବେ ସଫଳତାର ଶେଷ ସୀମାରେ ପହଞ୍ଚିପାରିବେ l ଆଉ ଭଗବାନ ଧନର ବର୍ଷା କରିବା ସହ ସବୁ ବିପଦରୁ ଉଦ୍ଧାର କରିବେ...l