କେଦାରନାଥଙ୍କୁ ପ୍ରଥେମ କିଏ କରିଥିଲେ ଦର୍ଶନ .....!!
କେମିତି ଏକ କଟା ମୁଣ୍ଡରୁ ଶିବ ଲିଙ୍ଗ ପ୍ରକଟ ହୋଇଥିଲା ......!!
ଭଗବାନ ଶିବଶଙ୍କର କାହିଁ କି ଏକ ଷଣ୍ଢ ଶରୀର ଭିତରେ ପ୍ରବେଶ କରିଥିଲେ ......!!
ଆସନ୍ତୁ ଜାଣିବା ସମ୍ପୂର୍ଣ ଖବର .......!!
“ହଁ ଦର୍ଶକ ବନ୍ଧୁ ”......!!
ମହାଭାରତ ଯୁଦ୍ଧ ସରିବା ପରେ ପଞ୍ଚୁପାଣ୍ଡବ ନିଜ ରାଜ୍ୟକୁ ଆସି ନିଜ ରାଜ୍ୟର ଭାର ସମ୍ଭାଳି ଥିଲେ । ଥରେ ପ୍ରଭୁ ଶ୍ରୀ କୃଷ୍ଣକୁ ଡାକି ପଞ୍ଚୁପାଣ୍ଡବ ମାନେ ମିଶି ଏକ ସଭା ଆୟୋଜନ କରିଲେ । ଏବଂ ଶ୍ରୀ କୃଷ୍ଣଙ୍କୁ ପ୍ରଶ୍ନ କରି ପଚାରିଲେ ଯେ ହେ ସଖା ମହାଭାରତ ଯୁଦ୍ଧ ସମୟରେ ଆମେ ଆମ ପରିବାର ଗୁରୁଜନ ମାନଙ୍କୁ ହତ୍ୟା କରିଅଛୁ । ସେଥିପାଇଁ କଣ ଆମକୁ ପାପ ଲାଗି ଅଛି କି .......!!
ଏହା ଶୁଣିବା ପରେ ଭଗବାନ ଶ୍ରୀ କୃଷ୍ଣ କହୁଛନ୍ତି ତୁମେ ମହାଭାରତ ଯୁଦ୍ଧରେ ବିଜୟ ଲାଭ କରିବା ସହିତ ସେହି ଯୁଦ୍ଧରେ ଗୁରୁହତ୍ୟା ମଧ୍ୟ କରିଛ । ସେଥିପାଇଁ ତୁମେ ମାନେ କିଛି ପାପର ଭାଗୀଦାରୀ ମଧ୍ୟ । ଯେଉଁ ପାପ ତୁମେ ମାନେ କରିଛ ତାହାର ପ୍ରାଶ୍ଚିତ କରିବା ଏତେ ସହଜ ନୁହଁ । ପଞ୍ଚୁପାଣ୍ଡବ କୁହନ୍ତି ଯେ ହେ ପ୍ରଭୁ ଆମେ ମାନେ ସେହି ପାପରୁ କିପରି ମୁକ୍ତି ପାଇବୁ । ଭଗବାନ ଶ୍ରୀ କୃଷ୍ଣ କୁହନ୍ତି ଏହି ପାପରୁ ମୁକ୍ତି ପାଇବା ପାଇଁ ହେଲେ ତୁମେ ଭଗବାନ ଶିବଙ୍କ ଶରଣଙ୍କୁ ଯାଅ । ଏତିକି ଶୁଣିବା ପରେ ପଞ୍ଚୁପାଣ୍ଡବ ଓ ତାଙ୍କ ପତ୍ନି ଦ୍ରୋପତିଙ୍କୁ ସାଙ୍ଗରେ ଶିବଙ୍କୁ ଖୋଜିବା ପାଇଁ ବାହାରି ପଡିଲେ।
ଏମିତି କିଛି ବାଟ ଗଲା ପରେ ସେମାନେ ପ୍ରଥମେ ପହଞ୍ଚିଲେ ପାଣ୍ଡବକାଶି ପର୍ବତରେ । ଏବଂ ସେହି ପର୍ବତରେ ମଧ୍ୟ ପ୍ରଭୁ ଶିବ ଶଙ୍କରଙ୍କ ସହିତ ସାକ୍ଷାତ ହୋଇପାରି ନଥିଲା । ପୁଣି ସେହି ସ୍ଥାନରୁ ବାହାରି ସେମାନେ ଆଗକୁ ବଢି ଚାଲିଲେ । ଏମିତି ଅନେକ ଜାଗାରେ ପ୍ରଭୁ ଶିବ ଶଙ୍କରଙ୍କୁ ଖୋଜିଲେ କିନ୍ତୁ କଉଠି ମଧ୍ୟ ପାଇଲେ ନାହିଁ । ତା ପରେ ସେମାନେ ଏକ ହିମାଳୟ ପର୍ବତ ରେ ପହଞ୍ଚିଲେ । ସେଠାରେ ଅନେକ ଗାଈ ,ଏବଂ ବଳଧ ମାନେ ଚରୁଥିଲେ । ପ୍ରଭୁ ଶିବଶଙ୍କର ପାଣ୍ଡବ ମାନଙ୍କୁ ଦେଖି ଏକ ଷଣ୍ଢ ଦେହ ଭିତରେ ପ୍ରବେଶ କରିଲେ । ପଞ୍ଚୁପାଣ୍ଡବ ମାନେ ଚାରିଆଡେ ଖୋଜିଲେ ଭଗବାନ ଶିବ ଯେଉଁ ଷଣ୍ଢ ଦେହରେ ପ୍ରବେଶ କରିଥିଲେ ସେହି ଷଣ୍ଢଟି ଲୁଚିବାକୁ ଗଲା ବେଳେ ଭ୍ରାତା ଯୁଧିଷ୍ଟିର ଦେଖିଦେଲେ । ଏବଂ ଶିବଶଙ୍କରଙ୍କୁ ଚିନ୍ନି ଦେଲେ । କହିଲେ ହେ ପ୍ରଭୁ ଆମକୁ ଆଉ ଦୁଖ ଦିଅ ନାହିଁ। ଆମେ ପାପ କରିଥିବା ଯୋଗୁଁ ଆମକୁ ତୁମେ ଦର୍ଶନ ଦେଉନାହ ।ଏତିକି କହିବା ପରେ ସେହି ଷଣ୍ଢଟି ଯାଇ ଭୀମଙ୍କ ଗୋଡରେ ଆଘାତ ଦେଲା ଭୀମ ରାଗିଜାଇ ଶଣ୍ଢର ଲାଞ୍ଜ କୁ ଧରି ଟାଣି ବାକୁ ଲାଗିଲା । କିନ୍ତୁ ସେହି ଷଣ୍ଢଟି ଯାଇ ପର୍ବତର ଭୂମିଦେଶରେ ନିଜ ମୁଣ୍ଡକୁ ଲୁଚାଇ ଦେଲେ । ଭୀମ ଯେତେ ଚେଷ୍ଟା କରିଲେ ମଧ୍ୟ ଷଣ୍ଢଟିର ମୁଣ୍ଡକୁ କାଡିପାରିଲେ ନାହିଁ। ଶେଷରେ ସେହି ଷଣ୍ଡର ମୁଣ୍ଡ ଏବଂ ଗଣ୍ଡି ଅଲଗା ହୋଇଗଲା । ଆଉ ମୁଣ୍ଡଟି ଯାଇ ଗୋଟିଏ ସ୍ଥାନରେ ଯାଇପଡିଲା। ଯେଉଁ ସ୍ଥାନରେ ଯାଇ ପଡିଲା ସେହି ସ୍ଥାନରେ ଏକ ଶିବ ଲିଙ୍ଗ ଆବିର୍ଭାବ ହେଲା ।ଆଉ କିଛି ସମୟ ପରେ ସେହି ଶିବ ଲିଙ୍ଗରୁ ଭଗବାନ ଶିବ ଆବିର୍ଭାବ ହେଲେ । ପ୍ରଭୁ ଶିବ ଶଙ୍କରଙ୍କୁ ଦର୍ଶନ କରି ନିଜର ପାପ ବିଷୟରେ କହିଲେ । ଏବଂ ଶିବ ଶଙ୍କର ପଞ୍ଚୁପାଣ୍ଡବଙ୍କ ଏଭଳି ଭକ୍ତି ସଭାବକୁ ଦେଖି ତାଙ୍କୁ ପାପରୁ ମୁକ୍ତି ଦେଲେ । ଯେଉଁ ମୁଣ୍ଡଟି ସେହି ସ୍ଥାନରେ ପଡିଥିଲା ସେହି ସ୍ଥାନଟି ଆଜି ବି ହିମାଳୟର ଗର୍ଭରେ ପଥର ଆକାରରେ କେଦାରନାଥଙ୍କ ମନ୍ଦିରରେ ଆଜି ବି ପୂଜା ପାଉଛି ।
2013 ମସିହାରେ ହିମାଳୟ ପର୍ବତରେ ଏକ ବଡଧରଣର ବନ୍ୟ ହୋଇଥିଲା। କିନ୍ତୁ ସେହି ମନ୍ଦିରର କିଛି ବି କ୍ଷତି ହୋଇନଥିଲା । କାରଣ ମନ୍ଦିର ପଛ ପଟେ ଏକ ପ୍ରସ୍ତର ରହିଜାଇଥିଲା ଯାହା ଫଳରେ ସମ୍ପୂନ ଜଳରାଶିକୁ ଦୁଇ ଭାଗ କରିଦେଇଥିଲା ସେଥି ପାଇଁ ମନ୍ଦିରର କୌଣସି ପ୍ରଭାବ ପଡିନ ଥିଲା । ସେହି ପଥରକୁ ଭୀମ ପଥର ବୋଲି କୁହ ଯାଏ । ଆଜି ବି ସେ ସେଠାରେ ରହି ପୂଜା ପାଉଛି ।
ବ୍ୟୁର ରିପୋର୍ଟ tvp news ……..!!