ମନ୍ଦିର ଭିତରେ 12 ବର୍ଷ ଧରି ରହିଆସୁଥିଲା କୁନି ଝିଅ ..........!!
ମନ୍ଦିର ଭିତରେ ଭଗବାନଙ୍କ ସହ ଦିନ କାଟୁଥିଲା ସେହି କୁନି ଝିଅ .......!!
କାହିଁକି ସେ ବାର ବର୍ଷ ଧରି ମନ୍ଦିର ଭିତରେ ଦିନ କଟୁଥିଲା ........!!
ହଁ ଦର୍ଶକ ବନ୍ଧୁ ”........!!
ଏମିତି କିଛି ଘଟଣା ଘଟିଥିଲା ସେହି କୁନି ଝିଅ ସହିତ । ମନ୍ଦିର ଭିତରେ ଦିନେ କି ଦୁଇ ଦିନ ପାଇଁ ନୁହେଁ ପୁରା ବାର ବର୍ଷ ଧରି ମନ୍ଦିର ଭିତରେ ବନ୍ଦ ରହିଥିଲା । ହଁ ଆଜ୍ଞା କଥାଟା ଆଶ୍ଚର୍ଯ୍ୟ ଲାଗିଥିଲେ ମଧ୍ୟ ସତ ।
ଗାଁରେ ଚାଲିଥିଲା ପୂଜା ପାଠ ସମସ୍ତେ ମନ୍ଦିରକୁ ଯାଇ ଭଗବାନଙ୍କୁ ଦର୍ଶନ କରନ୍ତି ସମସ୍ତେ ପୂଜାରେ ବ୍ୟସ୍ତ ଥିଲେ । ପୂଜା ପାଠ ସରିବା ପରେ ମନ୍ଦିର ବନ୍ଦ ହେବାର ସମୟ ଆସିଲା ତାହା ପୁଣି ଗୋଟେକି ଦୁଇ ଦିନ ପାଇଁ ନୁହେଁ ପୁରା ବାର ବର୍ଷ ପାଇଁ । ମନ୍ଦିର ବନ୍ଦ ହେବା ପରେ ସମସ୍ତେ ନିଜ ନିଜ ଘରକୁ ଚାଲି ଗଲେ । କିନ୍ତୁ ଘରକୁ ଫେରିନ ଥିଲା କୁନି ଝିଅ ଶ୍ରୀୟା । ଆକାଶରେ ମଧ୍ୟ ବାଦଲ ଢାଙ୍କି ମେଘ ଗର୍ଜନ କରୁଥାଏ ! ଓ ଘରଲୋକ ମାନେ ଝିଅ ଶ୍ରୀୟାକୁ ନପାଇ ବ୍ୟସ୍ତ ହୋଇପଡନ୍ତି । ଯେତେବେଳେ ଜାଣି ବାକୁ ପାଇଲେ ଝିଅ ଶ୍ରୀୟା ସେହି ମନ୍ଦିର ଭିତରେ ବନ୍ଦ ହୋଇରହିଯାଇଛି ।
ତ ବାପା ମାଙ୍କ ପାଦ ତଳୁ ମାଟି ଖସି ଗଲା ,କାହିଁକି ନା ସେମାନେ ଜାଣନ୍ତି ଯେ ତାହା ଗୋଟିଏ ଅଭିଶପ୍ତ ମନ୍ଦିର ଟିଏ । ଯଦି ସେହି ମନ୍ଦିର କବାଟ ଖୋଲା ଯିବ ତାହାଲେ ମହା ବିପଦ ଆସିବ । ପୁଣି ବାର ବର୍ଷ ପରେ ହିଁ ସେହି ମନ୍ଦିରର କବାଟ ଖୋଲା ଯିବ । ସେହି ବାର ବର୍ଷ ଭିତରେ କୁନି ଝିଅ ଶ୍ରୀୟା କେମିତି ରହିଥିବ କଣ ଖାଇଥିବ । ଏହା ଭାବି ଭାବି ବାପା ମାଙ୍କ ମୁଣ୍ଡ କିଛି କାମ ଦେଉ ନଥାଏ। ସେ ସବୁ କିଛି ଭଗବାନଙ୍କ ଉପରେ ଛାଡି ଦେଲେ ।
ଏପଟେ ଝିଅ ଶ୍ରୀୟା ଅଚେତ୍ ହୋଇ ଗୋଟେ କୋଣରେ ପଡିଯାଇଥିଲା ଯେତେବେଳେ ତାର ଚେତା ଆସିଲା ଦେଖିଲା ବେଳକୁ ଚାରିଆଡେ କିଟ୍ ମିଟ୍ ଅନ୍ଧାର ,ମନ୍ଦିର ଭିତରେ ପୁରା ନିଶ୍ଚଳ କାହାରବି ଶବ୍ଦ ଶୁଣା ଯାଉନଥିଲା । ସେ ଅନ୍ଧାର ମନ୍ଦିର ଭିତରେ ମୁହଁ କୁ ମୁହଁ ମଧ୍ୟ ଦେଖା ଯାଉନ ଥାଏ । ଏସବୁ ଦେଖି ସେହି କୁନି ଝିଅଟି ଭୟରେ ଡରିଯାଏ ଓ ସେ ମନ୍ଦିରରୁ ବାହାରକୁ ଯିବା ପାଇଁ ଚେଷ୍ଟା କରୁଥାଏ । ହଟାତ୍ ସେହି ସମୟରେ ମନ୍ଦିର ଭିତରେ ଏକ ଜୋତି ପ୍ରଚୋଳନ ହେଲା ଆଉ ମନ୍ଦିରଟି ପୁରା ଆଲୋକିତ ହୋଇଗଲା ଘଣ୍ଟି ଗୁଡିକ ମଧ୍ୟ ଆପେ ଆପେ ବାଜିବାକୁ ଲାଗିଲା ।
ଏହି ସବୁକୁ ଦେଖି ସେହି କୁନି ଝିଅଟି ସ୍ଥଗିତ ହୋଇ ରହିଗଲା । ଭୟରେ ସେ ଥରୁଥାଏ ଆଉ ତା ଆଖିରୁ ଟପ ଟପ ହୋଇ ଲୁହର ଧାର ବହି ଆସୁଥାଏ ।କୁନି ଝିଅ ଶ୍ରୀୟା ମୁଣ୍ଡିଆ ମାରି ଅଚାନକ ଅଚେତ ହୋଇଗଲା । ଏପଟେ ଗାଁ ଲୋକ ଆଉ ସେ କୁନି ଝିଅର ବାପା ମା ବ୍ୟସ୍ତ ବ୍ୟବ୍ରତା ହୋଇପଡୁଥିଲେ । ସମସ୍ତେ ଝିଅ ଶ୍ରୀୟାକୁ ଦେଖିବା ପାଇଁ ବ୍ୟାକୁଳ ହୋଇ ପଡୁଥିଲେ । ଆଉ ସମସ୍ତ ଗାଁ ଲୋକକ ମନରେ ପ୍ରଶ୍ନ ଉଙ୍କି ମାରୁଥାଏ ଯେ ଝିଅ ଶ୍ରୀୟା ଜୀବିତ ଥିବନା ମୃତ୍ୟ । ଏମିତିରେ ପୁରା ବାର ବର୍ଷ ବିତିଗଲା । ସମୟ ଆସିଲା ସେହି ମନ୍ଦିରର କବାଟ ଖୋଲିବାର । ଗାଁ ଲୋକ ମାନେ ଆଉ ଡେରି ନକରି ସେହି ମନ୍ଦିରର କବାଟ ଖୋଲିବା ପରେ ଝିଅ ଶ୍ରୀୟା ପାଖକୁ ଚାଲି ଯାନ୍ତି । ଝିଅ ଶ୍ରୀୟା ମଧ୍ୟ ସମସ୍ତଙ୍କୁ ଦେଖି ଉଠି ବସିପଡେ । ଝିଅକୁ ଜୀବିତ ପାଇବା ପରେ ଝିଅକୁ କୁଣ୍ଢାଇ କାନ୍ଦି ପକାନ୍ତି ଝିଅ ଶ୍ରୀୟାର ବାପା ମା ।
କିନ୍ତୁ ଝିଅ ଶ୍ରୀୟା ମନରେ ଟିକେ ହେଲେ ମଧ୍ୟ ଖୁସି ନଥାଏ । ଓ ଘରକୁ ଫେରିଯିବା ପାଇଁ ଟିକେ ହେଲେ ମଧ୍ୟ ଚାହୁଁ ଥାଏ । କାହିଁକି ନା ସେ ସେହି ମନ୍ଦିର ଭିତରେ ବାର ବର୍ଷ ଧରି ବନ୍ଦ ରହିବା ଭିତରେ ଭଗବାନଙ୍କ ଭକ୍ତିରେ ଲୀନ ହୋଇଯାଇଥିଲା ।ବାର ବର୍ଷ ଭିତରେ ସେ ମନ୍ଦିର ଭିତରେ କଣ କରୁଥିଲା ,କଣ ଖାଉଥିଲା ,କେମିତି ରହୁଥିଲା ।ତାକୁ ନେଇ ତା ବାପା ମା ପ୍ରଶ୍ନ କରୁଥାନ୍ତି । କିନ୍ତୁ ଝିଅ ଶ୍ରୀୟା କିଛି ନକହି ମୁହଁକୁ ମୁହଁକୁ ଦେଖି ଆଖିରୁ ଢଳ ଢଳ କରି ଲୁହର ଧାର ବହି ଆସୁଥିଲା । ହଁ ଆଜ୍ଞା ଏହି ଘଟଣାଟି ରାଜସ୍ଥାନର ଗୋଟିଏ ଛୋଟ ଗାଁ ଘଟିଥିଲା ।