ମାଁ ତାରିଣୀ କିଏ ........?
** କାହିଁକି ମାଁ ଦୁର୍ଗା ଏବେ ପଥର ହୋଇ ପୂଜା ପାଉଛନ୍ତି ତାରିଣୀ ରୂପେ......!!!!
** କ’ଣ ଆପଣ ଜାଣନ୍ତି .......?
** ପୁରୀରୁ କେନ୍ଦୁଝର କୁ କେମିତି ଆସିଲେ ମାଁ ତାରିଣୀ .......?
ସତରେ କ'ଣ ମାଁଙ୍କୁ ନଡିଆଟିଏ ମାନସିକ ରଖିଲେ ,ସେ ଭକ୍ତ ମାନଙ୍କର ମନସ୍କାମନା ପୂରଣ କରନ୍ତି କି ?
ଆପଣ ମାନେ ଜାଣିଥିବେ ବହୁତ୍ ଜଣ ବ୍ୟକ୍ତି ନିଜର ମନସ୍କାମନା ପୂରଣ କରିବା ପାଇଁ ମାଁ ଙ୍କ ନିକଟକୁ ଯାଇପାରିନଥାନ୍ତି ,ତେଣୁ କିଛି ବ୍ୟକ୍ତି ସାଧାରଣତ ବସ୍ ରେ ଗୋଟିଏ ରଙ୍ଗୀନ୍ କପଡା ରେ ଗୋଡାଇ ନଡିଆ ପଠାଇ ଦିଅନ୍ତି ମାଁ ତାରିଣୀଙ୍କ ପାଖକୁ |
“ ଆସନ୍ତୁ ଜାଣିବା ମାଁ ତାରିଣୀଙ୍କ ଗୁପ୍ତ ରହସ୍ୟ ବିଷୟରେ ......!!
ମାଁ ତାରିଣୀଙ୍କ ...... ପୌରାଣିକ ମତ କ’ଣ ରହିଛି ......!!!!
ତ୍ରେତେୟ ଯୁଗରେ ଯେତେବେଳେ ଭଗବାନ୍ ରାମଙ୍କୁ ବନବାସ ହୋଇଥିଲା ,ଠିକ୍ ସେହି ସମୟରେ ମାତା ସିତାଙ୍କୁ ରାବଣ ଛଳନ କରି ନେଇଯାଇଥିଲା | ସେହି ସମୟରେ ପ୍ରଭୁ ରାମଚନ୍ଦ୍ର ଦୁର୍ଗା ବିନାସିନୀ ମାଁ ଦୁର୍ଗା ଙ୍କୁ
ଆରାଧନା କରିଲେ | ପୂଜାରେ ସନ୍ତୁଷ୍ଟ ହୋଇ ମାଁ ଦୁର୍ଗା ପ୍ରୋକଟ ହୋଇଥିଲେ ଓ କହିଲେ ମୁଁ ତମ ଆରଧନାରେ ସନ୍ତୁଷ୍ଟ ହେଲି | ଆଉ ତୁମ ସମ୍ମୁଖରେ ମାଁ ତାରିଣୀ ରୂପେ ଆବିର୍ଭୂତ ହେବି ,ଯଦି ତୁମେ ମତେ ଦେଖିନବ ତାହେଲେ ମୁଁ ସଙ୍ଗେ ସଙ୍ଗେ ପାଷାଣ / ପଥର ପାଲଟି ଯିବି | ଦେବୀଙ୍କ କଥା ଶୁଣି ପ୍ରଭୁ ଶ୍ରୀରାମ ଭକ୍ତି ଭାବରେ ଲୀନ ହୋଇ ପାଦ ସ୍ଵର୍ଶ କରିବାକୁ ତଳକୁ ନୁଇଁଲେ ପାଦ ସ୍ଵର୍ଶକରି ଉଠିଲା ବେଳେ ଭୁଲ୍ ରେ ରାମଚନ୍ଦ୍ରଙ୍କ ଆଖିର ପଲକ ଦୁଇଟି ଖୋଲିଗଲା |ଏବଂ ମାଁ ଙ୍କୁ ଦର୍ଶନ କରିବା ମାତ୍ରକେ ମାଁ ଯାହା କହିଥିଲେ ତାହା ସତ୍ୟ ହୋଇଗଲା ,ମାଁ ସଙ୍ଗେ ସଙ୍ଗେ ସେହି ସ୍ଥାନରେ ପଥର ପାଲଟି ଗଲେ |
ସେହି ଦିନ ଠାରୁ ମାଁ ଦୁର୍ଗାଙ୍କୁ ମାଁ ତାରିଣୀ ରୂପେ ପୂଜା କରାଗଲା ...|
ଏହା ଥିଲା ତ୍ରେତୟା ଯୁଗର ଏକ ସତ୍ୟ ଘଟଣା ..........!!!!
ଐତିହାସିକ ମତରେ ......ଅନେକ ବର୍ଷ ପୂର୍ବେ କେନ୍ଦୁଝର ରାଜା ଥିଲେ "ତ୍ରିଲୋଚନ ଭଞ୍ଜ",ତାଙ୍କ ପୁତ୍ର "ଗୋବିନ୍ଦ ଭଞ୍ଜ"...ସବୁ କିଛି ଠିକ୍ ଚାଲିଥିଲେ . କିନ୍ତୁ 1480 ମସିହାରେ ରାଜା ତ୍ରିଲୋଚନଙ୍କ ମୃତ୍ୟୁ ଘଟିଥିଲା | ଏହାପରେ ରାଜ୍ୟର ଭାର, ଦାୟିତ୍ୱ ତାଙ୍କ ପୁତ୍ର ଗୋବିନ୍ଦ ସମ୍ଭାଳି ଥିଲେ ସେ ମାଁ ଙ୍କ ପରମ ଭକ୍ତ ଥିଲେ | ସେ ସବୁ ବେଳେ ଚାହୁଁଥିଲେ କି ମାଁ ଙ୍କୁ ପୁରୀ ରୁ କେନ୍ଦୁଝର କୁ ଆଣିବା ପାଇଁ ସେ ସବୁବେଳେ ଚାହୁଁଥିଲେ | ସେ ରାଜ କାଯ୍ୟ ରେ ବ୍ୟସ୍ତ ଥିବା ଯୋଗୁଁ ମାଁଙ୍କୁ ପୁରୀ ରୁ କେନ୍ଦୁଝର କୁ ଆଣିବାପାରୁନ ଥିଲେ ସେ ଏହା ପାଇଁ ମନେ ମନେ ବହୁତ କଷ୍ଟ ପାଉଥିଲେ | ଦିନେ ପୁରୀ ରାଜା ପୁରୁଷୋତ୍ତମ ଦେବ ରାଜାଙ୍କୁ ନିର୍ଦ୍ଦେଶ ଦେଇ ଡକାଇଲେ ନିଜ ଦରବାରକୁ | ଠିକ୍ ଏହି ସମୟରେ ଗୋବିନ୍ଦ ଭଞ୍ଜ କହିଲେ ....... କାଞ୍ଚିରୁ ଆଣିଥିବା ମାଁ ତାରିଣୀଙ୍କୁ ନିଜ ସହ କେନ୍ଦୁଝର ନେଇଯିବାକୁ |ଏକଥା ଶୁଣିବା ପରେ ରାଜା ପୁରୁଷୋତ୍ତମ କହିଲେ ମାଁ ତ ପାତାଳି ତାଙ୍କୁ ବା କିଏ କେମିତି ନେବ | ଏହା ପରେ ଗୋବିନ୍ଦ ମାଁ ତାରିଣୀଙ୍କ ପାଖକୁ ଯାଇ ପୂଜା ଅର୍ଚ୍ଚନା କଲେ |
ଠିକ୍ ସେହି ରାତିର କଥା ପୁରୁଷୋତ୍ତମ ଖାଇକି ଶୋଇବା ପରେ ତାଙ୍କୁ ମାଁଙ୍କ ସ୍ବପ୍ନ ଦେଶ ହେଲା...... କହିଲେ ;ଗୋବିନ୍ଦ ହେଉଛି ମୋର ପରମ ଭକ୍ତ ତାସହ ମୁଁ କେନ୍ଦୁଝର ଯିବି ତାକୁ ତମେ ଅନୁମତି ଦିଅ | ଏତିକି କହି ମାଁ ସ୍ବପ୍ନରୁ ଚାଲିଗଲେ , ସକାଳ ପହିଲା ଗୋବିନ୍ଦଙ୍କୁ ଡକାଇ କହିଲେ ଧନ୍ୟ ହେଁ ଗୋବିନ୍ଦ ତମେ ମାଁ ଙ୍କୁ ନେବାପାଇଁ ବନ୍ଦବସ୍ତ କର | ଏହା ଶୁଣି ଗୋବିନ୍ଦ ମାଁ ଙ୍କ ପାଖକୁ ଯାଇ ଧ୍ୟ୍ୟନ କଲେ ମାଁ ସନ୍ୟବାଣୀ ଦେଇ କହିଲେ ଯେ ମୁଁ ଯେପରି ଘୋଡାରେ ବସି କାଞ୍ଚିରୁ ପୁରୀକୁ ଆସିଥିଲି ଠିକ୍ ସେହି ପରି ପୁରୀରୁ ମୋତେ କେନ୍ଦୁଝର ଘୋଡାରେ ଯିବି | ତମ ଘୋଡା ପଛେ ପଛେ ମୁଁ ଆସିବିତାଙ୍କ ପଛରେ ମାଁ ତାରିଣୀ ଘୋଡାରେ ଚାଲିଲେ ନୂପୁରର ରୁଣୁଝୁଣୁ ଶବ୍ଦ ତାଙ୍କ କାନରେ ବାଜୁଥିଲା ,କିନ୍ତୁ ମାଁ ତାରିଣୀତ ବହୁତ ଲୀଳା ମଇ ଅଟନ୍ତି....| ଯେତେବେଳେ ମାଁ ତାରିଣୀ କେନ୍ଧୁଝର ସୀମାରେ ଚାଲୁଥିଲେ ସେତେବେଳେ ମାଁ ତାରିଣୀ ତାଙ୍କ ଲୀଳା କରିଥିଲେ.........!!!!!
ଗୋବିନ୍ଦ ଭଞ୍ଜଙ୍କ ଘୋଡା ଆଗକୁ ଯାଇପାରିଲା ନାହିଁ.......!!!!
ଆଉ ମାଙ୍କର ନୂପୁର ର ରୁଣୁଛୁଣୂ ଶବ୍ଦ ଶୁଣାଗଲାନାହିଁ.......ସେହିସମୟରେ ଗୋବିନ୍ଦ ଭଞ୍ଜ ବିମୋହିତ ହେବାକୁ ଲାଗିଲେ ,ସେ ମାଆ ମାଆ ଡାକିଲେ ମଧ୍ୟ ମା ତାଙ୍କରି ଉତ୍ତର ଦେଇନଥିଲେ ......!!!!!
ସେ ମା ଅଛନ୍ତିକି ନାହିଁ ଭାବି ପଛକୁ ବୁଲି ଦେଖିଲା ବେଳକୁ ମା ଘୋଡା ରେ ବସିଛନ୍ତି .....ଏବଂ ସର୍ତ୍ତ ଭାଙ୍ଗିଗଲା ଆଉ ମା ପାଷାଣ ହୋଇଗଲେ ......ଓ ମା କହିଲେ ଆଜି ଠାରୁ ମୁ ଏହିଠାରେ ହିଁ ପୂଜା ପାଇବି....!!! ଓ ସେବେ ଠାରୁ ମା ତାରିଣୀ ସେହି ଶାଳ ବଣ ଘେରରେ ପୂଜାପାଇ ଆସୁଛନ୍ତି ...........!!!!!!