* ଝିଅକୁ ବୋହୁ କରି ପଠେଇଥିଲି , ହେଲେ ଶବ କରି ଫେରେଇଲେ
* ଝିଅ ନେଲେ ଯୌତୁକ ନେଲେ , ସବୁ ନେଇ ମାରିଦେଲେ
* ଶାଶୁଘର ଘର ନୁହେଁ, ସାକ୍ଷାତ ଯମପୂର
* ସବାରୀରେ ଛାଡ଼ିଥିଲି ଶାଶୂଘର, ଶାଶୂଘର ଲୋକେ ନେଲେ ସ୍ଵର୍ଗଦ୍ଵାର
ମୋ ଝିଅକୁ ମୁଁ ବୋହୂ କରି ସେ ଘରକୁ ପଠେଇ ଥିଲି, ସେମାନେ ଶବ କରି ମୋତେ ଫେରେଇ ଦେଲେ। ଝିଅକୁ ରକ୍ତ ମାଂସ ଦେଇ ମୁଁ ବଡ଼ କରିଥିଲି, ହେଲେ ସେମାନେ ତାକୁ ମାରିଦେଲେ । ସବାରୀରେ ତାକୁ ଶାଶୁଘର ଛାଡ଼ିଥିଲି, ହେଲେ ଶାଶୂଘର ଲୋକେ ତାକୁ ସ୍ଵର୍ଗଦ୍ଵାର ପଠେଇ ଦେଲେ।
ମୋ ଝିଅ ସାରା ଜୀବନ ଖୁସୀରେ ରହିବ ବୋଲି ଭାବିଥିଲି, ସେମାନେ ତା ଜୀବନ ନେଇଗଲେ। ସେମିତି ଗୋଟେ ରାକ୍ଷସ ପରିବାରରେ ଝିଅକୁ ବାହା ଦେଇ , ମୋ ଝିଅକୁ ମୁଁ ନିଜ ହାତରେ ମାରି ଦେଈଛି। ଝିଅକୁ ବାହା ନଦେଇ ସାରା ଜୀବନ ଘରେ ରଖିଥାନ୍ତି ପଛେ, ସେମିତି ଘରେ ଝିଅ ବାହା ଦେଇ ନଥାନ୍ତି। ସେ ଟଙ୍କା ଲୋଭି ରାକ୍ଷସ ଗୁଡା ମୋ ଝିଅକୁ ଶେଷରେ ମାରିଦେଲେ। ଯାହାକୁ ନିଜ ଘରର ଲକ୍ଷ୍ମୀ କରି ଘରକୁ ନେଇଥିଲେ, ତା ପାଇଁ ରାକ୍ଷସ ପାଲଟି ଗଲେ। ମୋ ଝିଅକୁ ନିଜ ହାତରେ ମାରିଦେଇ ରୋଗ ରେ ମରିଛି ବୋଲି କହି ରୋଗ କୁ ଦୋଷ ଦେଇଦେଲେ।
ସେ ରାକ୍ଷସ ଶାଶୁଘର ଲୋକେ ମୋ କୋଳଶୁନ୍ୟ କରିଦେଲେ । ମୋ ଝିଅ ମୋ ଘରର ଲକ୍ଷ୍ମୀକୁ ନେଲେ, ଟଙ୍କା ପଇସା ବି ନେଲେ, ଆଉ ଶେଷରେ ମୋ ଝିଅର ଜୀବନ ବି ନେଇଗଲେ।
ବାହାଘରର କିଛିଦିନ ତ ଭଲରେ ଭଲରେ କଟିଗଲା, କିନ୍ତୁ ଗୋଟେ ଝିଅକୁ ଜନ୍ମ ଦେଇ ସାରିବା ପରେ ମୋ ଝିଅ ଉପରେ ଅତ୍ୟାଚାର ଆରମ୍ଭ କରିଦେଲେ। ସବୁଦିନ ତାକୁ ମାଡ଼ ଗାଳି ଦେଲେ। ମନର କଷ୍ଟକୁ ହୃଦୟରେ ଚାପି ରଖି, ଆଖିର ଲୁହ କୁ ଓଠରେ ପିଇ, ମୋ ଝିଅ ମରି ମରି ବଞ୍ଚୁଥିଲା। ଆଉ ଶେଷରେ ଟଙ୍କା ପାଇଁ ମୋ ଝିଅକୁ ସେମାନେ ମାରିଦେଲେ ।
ସେ ସଇତାନ ପାରିବାର କୁ କଠୋର ଦଣ୍ଡ ଦରକାର। ମୋ ଝିଅକୁ ଯେମିତି କଲବଲ କରି ମାରିଛନ୍ତି, ସେମାନେ ବି ତାର ଉଚିତ ଶାସ୍ତି ପାଇବା ଦରକାର । ନହେଲେ ମୋ ଝିଅର ଆତ୍ମା କେବେ ବି ଶାନ୍ତି ପାଇବନି ।
ହଁ ଦର୍ଶକ ବନ୍ଧୁ, ନିଜ ଝିଅକୁ ହରେଇ ମା ଟିଏ ଆଜି ଛାତି ଫଟେଇ କାନ୍ଦୁଚି, ଧର୍ଯ୍ୟ ଧରି ରହି ପାରୁନି। ଆଖିର ଲୁହ ଝରି ମାର ଦେହ ସାରା ଓଦା କରି ଦେଉଛି।
ହଁ ଦର୍ଶକ ବନ୍ଧୁ,ଆଠ ଦିନ ପରେ ଶ୍ମାଶନରୁ ମାଟି ଖୋଳି ଶବ ଜବତ କଲା ପୋଲିସ l ଏଭଳି ଘଟଣା ଘଟିଛି ଗଜପତି ଜିଲ୍ଲା ଅଡବା ଥାନା ରାଇଜୁକା ଗାଁରେ l ଝିଅ କୁ ତାର ସ୍ୱାମୀ ଓ ଶାଶୁ ଘର ଲୋକେ ହତ୍ୟା କରି ପୋତି ଦେଇଥିବା ନେଇ ଥାନାରେ ଅଭିଯୋଗ କରିଛନ୍ତି ଝିଅର ବାପା l ମାଟି ତଳୁ ଶବ ଜବତ ହୋଇଥିବା ମହିଳା ଜଣକ ହେଲେ ସୁପ୍ରିୟା ବସ୍ତରାଇ l ସୂଚନା ପ୍ରକାରେ ଗତ ଜୁନ 11 ତାରିଖ ଦିନ କୌଣସି କାରଣରୁ ଇଟା ଭାଟିରେ ପୋଡି ହୋଇଯାଇଥିଲେ ସୁପ୍ରିୟା l ପରିବାର ଲୋକେ ଗୁରୁତର ଅବସ୍ଥାରେ ମୋହନା ମେଡିକାଲ ରେ ଭର୍ତ୍ତି କରିଥିଲେ l ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ବ୍ରହ୍ମପୁର ଓ କଟକ ସ୍ଥାନାନ୍ତର କରାଯାଇଥିଲା l କିଛି ଦିନ ମେଡିକାଲ ରେ ଚିକିତ୍ସା ପରେ ସୁପ୍ରିୟା କୁ ଘରକୁ ନେଇ ଆସିଥିଲେ ପରିବାର ଲୋକେ l ତେବେ ଗତ 27 ତାରିଖ ଦିନ ସୁପ୍ରିୟା ଙ୍କ ମୃତ୍ୟୁ ଘଟିଥିଲା l ମୃତ୍ୟ ପରେ ଶବ କୁ ଶ୍ମଶlନରେ ପୋତି ଦେଇଥିଲେ ଶାଶୁ ଘର ଲୋକେ l ତେବେ ସୁପ୍ରିୟା କୁ ତାଙ୍କ ସ୍ୱାମୀ ଓ ଶାଶୂଘର ଲୋକେ
ହତ୍ୟା କରିଥିବା ନେଇ ତାଙ୍କ ବାପା ଅଡବା ଥାନା
ରେ ଅଭିଯୋଗ କରିଛନ୍ତି l ଅଭିଯୋଗ ପରେ ପୋଲିସ ଆଜି ରାଇଜୁକା ସ୍ମଶାନ ରୁ ମାଟି ଖୋଳି ସୁପ୍ରିୟା ଙ୍କ ଶବ ଜବତ କରିଛି ପୋଲିସ l ଶବ ବ୍ୟବଛେଦ ପାଇଁ ବ୍ରହ୍ମପୁର ପଠାଯାଇଥିବା ବେଳେ ସ୍ୱାମୀ ଙ୍କୁ ଥାନାରେ ଅଟକ ରଖି ଘଟଣାର ତଦନ୍ତ ଚାଲିଥିବା ପୋଲିସ ସୂଚନା ଦେଇଛି l ଗଜପତି ଜିଲ୍ଲା ମୋହନା ବ୍ଲକ ରୁ ସୋନି ବେହେରା ଙ୍କ ରିପୋର୍ଟ TVP NEWS 9
ବାଇଟ - ସଦାନନ୍ଦ ନାୟକ, ମୃତ ସୁପ୍ରିୟା ଙ୍କ ବାପା