କାହିଁ କେଉଁ କାଳ ସମୟରୁ ରଥ ଯାତ୍ରା ଚାଲି ଆସିଛି .....!!
ତାହା ଆପଣମାନେ ଜାଣିଥିବେ ଆଉ ଦେଖିଥିବେ ମଧ୍ୟ.....!!!
ତେବେ ଆପଣ ଜାଣନ୍ତି କି ରଥ ଯାତ୍ରା ପରେ ରଥ ଗୁଡିକ କୁଆଡେ ଯାଏ ......!!!ଆଉ ସେହି କାଠ ଗୁଡିକୁ କ'ଣ କରାଯାଏ..!!
ତେବେ ଆସନ୍ତୁ ଜାଣିବା କାହିଁକି ରଥ ଗୁଡିକୁ ଲୁଚାଇ ଦିଆଯାଏ .........!!!
ହଁ “ଦର୍ଶକ ବନ୍ଧୁ”
ଆପଣମାନେ ସମସ୍ତେ ଜାଣିଥି ବେ ଯେ ବିଶ୍ଵ ପ୍ରସିଦ୍ଧ ପୁରୀ ରଥ ଯାତ୍ରା ବିଷୟରେ...!! କାହିଁ କେଉଁ କାଳରୁ ରଥ ଯାତ୍ରା ଚାଲି ରହିଛି, ତେବେ ଏତେ ସବୁ ରଥ ରହୁଛି କେଉଁଠି | ଯାହା କି ପ୍ରତିବର୍ଷ ଆଶାଡ ମାସ ଶୁକ୍ଳ ପକ୍ଷ 2ୟା ତୀଥି ରେ ପାଳନ କରାଯାଏ..!! କିନ୍ତୁ କ’ଣ ଆପଣ ମାନେ ଜାଣିଛନ୍ତି କି ରଥ ଯାତ୍ରା ପରେ ରଥ ଗୁଡିକ ର କ’ଣ ହୋଇଥାଏ | ପ୍ରାୟ କେଉଁ କାଳରୁ ରଥ ଯାତ୍ରା ହୋଇଆସୁଛି ତେବେ ଆପଣ ମାନଙ୍କ ମନରେ ହୁଏତ ପ୍ରଶ୍ନ ଆସୁଥିବ ଏହା ଯେ, ରଥଯାତ୍ରା ପରେ ରଥ ଗୁଡିକ ଆଉ ଗୋଟେ ସ୍ଥାନକୁ ନିଆଯାଉଛି କାହିଁକି | ଆଉ 3ଟି ରଥର ନିର୍ମାଣ କାର୍ଯ୍ୟ ଅକ୍ଷୟ ତୃତୀୟ ଠାରୁ ଆରମ୍ଭ ହୋଇ ପ୍ରାୟ 2 ମାସ ଅକ୍ଲାନ୍ତ ପରିସୀମା ପରେ ରଥର ନିର୍ମାଣ କାର୍ଯ୍ୟ ଶେଷ ହୋଇଥାଏ | ରଥ ର ନିର୍ମାଣ କାର୍ଯ୍ୟ ପୁରା ନୀତି ନିୟମ ନିଦ୍ଧିଷ୍ଟ ଭାବେ କରାଯାଏ | ରଥ ଯାତ୍ରା ଦିନ ମହାପ୍ରଭୁ ଶ୍ରୀ ଜଗନ୍ନାଥ ଏବଂ ତାଙ୍କ ଭାଇ ବଳବଦ୍ର ଓ ଭଉଣୀ ଦେବୀ ସୁଭଦ୍ରା ଏହି 3 ଠାକୁର ରଥର ନିର୍ମାଣ ପରେ ରଥରେ ବସି ବିଜେ କରି ଗୁଣ୍ଡିଚା ମନ୍ଦିରକୁ ଯାଇଥାନ୍ତି | କିନ୍ତୁ ଗୁଣ୍ଡିଚା ହେଉଛନ୍ତି ଶ୍ରୀ ମନ୍ଦିର ନିର୍ମାଣ କରିଥିବା ରାଜା ଇନ୍ଦ୍ରଦ୍ଯୁମ୍ନ ଯେତେବେଳେ ଶ୍ରୀ ମନ୍ଦିର ନିର୍ମାଣ କରିଥିଲେ ମହା ପ୍ରଭୁ ଜଗନ୍ନାଥ ମାଉସୀ ଗୁଣ୍ଡିଚାଙ୍କୁ ପ୍ରତି ସୃତି ଦେଇଥିଲେ ଯେ, ପ୍ରତି ବର୍ଷ ରଥ ଯାତ୍ରା ଦିନ ସେ ଭକ୍ତ ମାନଙ୍କୁ ଦର୍ଶନ ଦେବା ସହିତ ତାଙ୍କ ଘର ଆଡକୁ ଟିକେ ବୁଲି ଆସିବେ | ଏବଂ ସେହି ଦିନ ଠାରୁ ପ୍ରତି ବର୍ଷ 3 ଠାକୁର ମାଉସୀ ମା ମନ୍ଦିରକୁ ଆସି ସେହିଠାରେ 9 ଦିନ ଧରି ରହି, ପୁଣି ଦଶମୀ ଦିନ ବଡ ଦେଉଳକୁ ଫେରି ଯାଆନ୍ତି | ହେଲେ ଆପଣ ମାନେ ଏହା ଭାବୁ ଥିବେ ଯେ ଏମିତି ପ୍ରତି ବର୍ଷ ରଥ ତିଆରି କରି ତିଆରି ହୋଇଥିବା ରଥ ଗୁଡିକୁ ରଥ ଯାତ୍ରା ପରେ କ'ଣ କରାଯାଏ | ଗୁଣ୍ଡିଚା ମନ୍ଦିରରୁ 3 ରଥ ଶ୍ରୀ ମନ୍ଦିରକୁ ଆସିବା ପରେ ପୁରୀ ଶ୍ରୀକ୍ଷେତ୍ର ରେ ନୀଳାଦ୍ରି ବିଜେ ନୀତି କରାଯାଏ | ଆଉ ସେହି 3 ଠାକୁର ରତ୍ନ ସିଂହା ସନକୁ ଯାଇଥାନ୍ତି ,ପରମ୍ପରା ଅନୁସାରେ ପୂଜା ବିଧି କାର୍ଯ୍ୟ ଆରମ୍ଭ ହୁଏ ,ଏହା ପରେ ରଥ ଭଙ୍ଗା କାର୍ଯ୍ୟକ୍ରମ କରିଥାନ୍ତି | ପ୍ରତି ବର୍ଷ ରଥ ଯାତ୍ରା ପରେ ଶ୍ରାବଣ ମାସରେ ରଥ ଭଙ୍ଗା କାର୍ଯ୍ୟକର୍ମ ଆରମ୍ଭ ହୋଇଥାଏ , କିନ୍ତୁ ପ୍ରଥମେ ରଥ ଭଙ୍ଗା ହୋଇଥାଏ ଦେବୀ ସୁଭଦ୍ରା ଙ୍କ ଏବଂ ବଳବଦ୍ର ତାଳ ଧ୍ଵଜା ରଥ ଓ ଶେଷରେ ମହାପ୍ରଭୁ ଜଗନ୍ନାଥ ଙ୍କ ନନ୍ଦିଘୋଷ ରଥକୁ ଭଙ୍ଗା ଯାଇଥାଏ | ଏହି ରଥ ଭଙ୍ଗା କାର୍ଯ୍ୟ ପାଖା ପାଖି 12 ଦିନ ଧରି ଚାଲୁଥାଏ ,କେବଳ ଶ୍ରୀ ମନ୍ଦିର ଧୋହି ସେବକ ମାନେ ହିଁ ଏହି କାର୍ଯ୍ୟ ସମ୍ପାଦନ କରିଥାନ୍ତି | ସେବକ ମାନଙ୍କୁ ଏହି ରଥର ମୁଖ୍ୟ ବୋଲି କୁହାଯାଏ, କିନ୍ତୁ ପ୍ରଥମେ ଦଧି ନୌଉତି ଭଙ୍ଗା ଯାଇଥାଏ | ତା ପରେ ଏହି ରଥର ପାରା ଭାଡି, ଦ୍ଵାର ବେଡ଼ା, ଛଅ କାଠ, କଳସ ,ଶୁଆ ଏବଂ ତାହା ସହ ଅଁଳା ଇତ୍ଯାଦିକୁ କ୍ରମାନୟରେ ଉପରୁ ତଳ ପର୍ଯ୍ୟନ୍ତ ଭଙ୍ଗା ଯାଇଥାଏ | ଆଉ ଯେଉଁ ଭଳି ରଥର ନିର୍ମାଣ କାର୍ଯ୍ୟ ତଳ ଚକ ଠାରୁ ଆରମ୍ଭ ହୋଇ ଦଧି ନୌଉତି ଠାରୁ ଶେଷ ହୋଇଥାଏ , ସେହି ପରି ଭଙ୍ଗା କାର୍ଯ୍ୟ ଦଧି ନୌଉତି ଠାରୁ ଆରମ୍ଭ ହୋଇ ଚକ ଠାରେ ଶେଷ ହୋଇଥାଏ | କ୍ରମାନୟରେ ରଥର 34 ଟି ଜିନିଷକୁ ଭଙ୍ଗା ଯାଇଥାଏ ! କିନ୍ତୁ ପ୍ରତି ବର୍ଷ ରଥର ଭଙ୍ଗା ଯାଇଥିବା ଚକ ,କୋଣ ଖୁଜ ,ଅର୍ଶ୍ଵ ,ପ୍ରଭା ଓ ସିଂହା ସନକୁ ଗୁଣ୍ଡିଚା ପାଖକୁ ନେଇ ଭକ୍ତ ମାନଙ୍କ ମଧ୍ୟରେ ନିଲାମ୍ କରାଯାଏ | ଫଳରେ ସେହିଠାରେ ସାଧାରଣ ଭକ୍ତ ମାନେ ଏହାକୁ ପାଇଥାନ୍ତି ଏହା ଶ୍ରୀ ମନ୍ଦିର ପ୍ରଶାସନଙ୍କ ତତ୍ଵା ବଧାନରେ ହୋଇଥାଏ | ରଥରୁ ବାହାରି ଥିବା କାଠ ଗୁଡିକ ସେହି ମହା ପ୍ରସାଦ ରନ୍ଧନ୍ କାର୍ଯ୍ୟ ପାଇଁ ଲଗାଇ ଦିଆଯାଏ | ଏହି ଭଙ୍ଗା କାର୍ଯ୍ୟ ସୁରୁକୁଳ ରେ ସାରିବା ପାଇଁ ଶ୍ରୀ ମନ୍ଦିର ପ୍ରଶାସନ ପକ୍ଷରୁ କ୍ରେନ୍ ବ୍ୟବସ୍ତାରେ ମନ୍ଦିର ସେବାୟତ ଓ ପ୍ରଶାସନ ଉଦ୍ୟମରେ ଆଉ ପରେ ସେହି ରଥ ଭଙ୍ଗା କାର୍ଯ୍ୟ କ୍ରାମ ସମ୍ପାଦିତ ହୋଇଥାଏ |
ବ୍ୟୁର ରିପୋର୍ଟ TVP NEWS9