କେମିତି ହେଲା ଦୀପାଞ୍ଜଳି ଓ ରାଜେନ୍ଦ୍ରଙ୍କ ମଧ୍ୟରେ ଭଲ ପାଇବା ..!!
ଦୁଇ ଜଣକ ମଧ୍ୟରେ କାହିଁକି ଦେଖାଦେଲା ବିବାଦ ..!!
ବାପା ‘ମା ର ସେହି ଆତ୍ମୀୟ ଦୁଖ ର ଟୋପା ଅସୃ ତାଙ୍କ ସମ୍ପର୍କ କୁ ଭାଙ୍ଗିଦେବ କି ..!!
ଆସନ୍ତୁ ଜାଣିବା ସେହି ବିବାଦ ଜନକ ରହସ୍ୟ ..!
ଯାହା ଜାଣିବାକୁ ପାଇଥିଲେ କି ଦୀପାଞ୍ଜଳି ଓ ରାଜେନ୍ଦ୍ରଙ୍କ ମଧ୍ୟରେ ଏକ ଘନିଷ୍ଠ ଭଲ ପାଇବାର ନିବିଡ ସମ୍ପର୍କ ସୃଷ୍ଟି ହୋଇଥିଲା | ଯାହା ଫଳରେ ସେମାନେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ , ଯାହାକୁ କି ଝିଅ ଘର ଲୋକ କେହି ମଧ୍ୟ ପସନ୍ଦ କରୁନଥିଲେ ! ଆଉ ଝିଅର ବାପା, ମାଆ ଦୁହେଁ ଝିଅ ଆମ ପାଇଁ ମରିଯାଇଛି କହି ଝିଅକୁ ଶ୍ରଦ୍ଧାଞ୍ଜଳି ସହ ପିଣ୍ଡ ଦାନ କରିଦେଇଥିଲେ.! ଯାହାକୁ ନେଇ ଦୁଇ ପରିବାର ମଧ୍ୟରେ ବାଦ ବିବାଦ ଲାଗିରହିଥିଲେ | ପୁଅ ଘର ଲୋକେ ହୁଏତ ଝିଅକୁ ବୋହୁ ଭାବେ ସ୍ଵୀକାର କରିଲେ ,ହେଲେ ଝିଅ ଘର ଲୋକ ପୁଅକୁ ଜ୍ଵାଇଁ ଭାବେ ଆପଣେଇ ପାରିଲେ ନାହିଁ |
ଏମିତି କିଛି ଦିନ ହେବାପରେ ଦୀପାଞ୍ଜଳୀକୁ ଶଶୁର ଘର ଲୋକଙ୍କ କୋଟୁ କଥା ଏବଂ ସ୍ବାମୀର ଅତ୍ୟାଚାର ଭୋଗିବାକୁ ପଡିଲା | ଦୀପାଞ୍ଜଳି ଭାବିଥିଲା ନିଜ ବାପା ମା ପରୀ ଶଶୁର ଘରେ ମୁ ଆଉ ଏକ ବାପା ମା ପାଇପାରିବି.! ହେଲେ ଏହି ଭାବନା ତାର ସତ ହେବନି ଏକଥା କିଏ ଜାଣିଥିଲା ! ଶେଷରେ ସେ ଭାବିଲା ମୁଁ ଏହି ବିବାହ ବନ୍ଧନ ରେ ବାନ୍ଧି ହୋଇ କିଛି ଭୁଲ କରିଦେଇନି ତ.! କାରଣ ଦୀପାଞ୍ଜଳି ର ପରିବାର ଲୋକଙ୍କ ସେହି କ୍ରନ୍ଦନ ଓ ଭଲ ପାଇବାର ଫଳ କଣ ଏହା ଥିଲା କି.! ଏହାକୁ ନେଇ ସେ ବହୁତ ମନ ଦୁଖରେ ଥିଲେ ମଧ୍ୟ ତାଙ୍କ ସ୍ଵାମୀ ଆହୁରି ଅତ୍ୟାଚାର କରୁଛନ୍ତି | ପୁଣି ଧନ ସମ୍ପତି ନ ଆଣିବାକୁ ନେଇ ମଧ୍ୟ କଥା ଉଠାଇଛନ୍ତି |
ସେହି କଥାକୁ ନେଇ ଖୁବ୍ ଜୋର୍ ରେ ଝଗଡା ସୃଷ୍ଟି ହୋଇଥିବାର ଏବେ ସାମ୍ମାନା କୁ ଆସିଛି | କିନ୍ତୁ ଏହି ଝଗଡା ପରେ ସେ ନିଜକୁ ନିଜେ ଭାଙ୍ଗିପଡିଥିଲେ ଆଉ ଠିକ୍ ସେତେବେଳେ ତାଙ୍କ ନିଜ ପରିବାର କଥା କୁ ମନେ ପକାଇ ନିଜକୁ ଧିକ ମନେ କରୁଛନ୍ତି | କିନ୍ତୁ ଯେତେବେଳେ ଦୀପାଞ୍ଜଳି ତାଙ୍କ ଖୁସି ପାଇଁ ନିଜେ ନିଷ୍ପତି ନେଇଥିଲେ ତାହା ଦୁଖରେ ପରିଣତ ହୋଇଛି..!! ଆଉ ଏହି ସମୟରେ ତାଙ୍କ ସାହା ଭରଷା ମଧ୍ୟ କେହି ନାହିଁ ନାହାନ୍ତି | ଦୀପାଞ୍ଜଳି ନିଜ ଜାତିର ପୁଅ କୁ ବିବାହ କରିଥିଲେ ମଧ୍ୟ କାହିଁକି ତାଙ୍କ ଘର ଲୋକ ସାଥ ଦେଇନଥିଲେ | ଆଉ ସେ ଯେପରି ବାପା ମାଙ୍କ କଥା ନ ଶୁଣି ପରିବାର ଲୋକଙ୍କ ଆଖିରେ ଲୁହ ଦେଇ ନିଜେ ନିଜ ବାଟରେ ଚାଲି ଯାଇଥିଲେ, ଏହା ସେହି କର୍ମର ଫଳ ବୋଲି ଭାବୁଛନ୍ତି ଦୀପାଞ୍ଜଳି |
ଏବେ ଯେଉଁ ଭଳି ଦୀପାଞ୍ଜଳି ଏବଂ ତାଙ୍କ ସ୍ଵାମୀ ରାଜେନ୍ଦ୍ରଙ୍କ ମଧ୍ୟରେ ଅସନ୍ତୋଷ ଜାରି ରହିଛି ତାହା ଖୁବ୍ ଚର୍ଚାରେ..!! ଏହି ଦୁଇ ଜଣକ ଭିତରେ ଚାଲି ରହିଥିବା ବିବାଦ ସମ୍ପୂର୍ଣ୍ଣ ତଥ୍ୟ ଯାହା ସାମ୍ନାକୁ ଆସିଛି ତାହା କେତେ ସତ ଏଯାଏଁ ଜଣା ପଡ଼ିନା |