ଶିବ କିଏ ........!!
ଶିବ ଯୋଗୀ ନା ଭଗବାନ .....!!
ଆସନ୍ତୁ ଜାଣିବା ......!!

ହଁ ଦର୍ଶକ ବନ୍ଧୁ ........!!
ଭଗବାନ ଶିବଙ୍କୁ ଆମ ହିନ୍ଦୁ ଧର୍ମର ଆଧ୍ୟାତ୍ମିକ ସଂକୃତିରେ ସବୁଠାରୁ ଗୁରୁତ୍ଵ ପୂର୍ଣ୍ଣ ଦେବତା ବୋଲି କୁହାଯାଏ । ଭଗବାନ ଶିବଙ୍କ ବିଷୟରେ ଅନେକ କଥା କାହାଣୀ ରହିଛି ଆଉ ଶିବ ପୂରଣ ମଧ୍ୟ ରହିଛି । 
ଦର୍ଶକ ବନ୍ଧୁ କଣ ଆପଣ ଜାଣିଛନ୍ତି କି ଶିବ ମାନେ କଣ ......?
ଶିବ ଶବ୍ଦର ଅର୍ଥ କଣ ......!!
ଶିବର ଅର୍ଥ ଯାହା ଆମେ ଭାବୁଛେ ତାହା ନୁହେଁ ;ନା ସେ କୌଣସି ଶବ୍ଦ ଅଟେ ନା ଅକ୍ଷର ନା କଳ୍ପନା,ଶିବ ହେଲେ ଶୂନ୍ୟ । ଶିବ ହେଉଛନ୍ତି ଏକ ଗର୍ଭ ଯେଉଁ ଠାରେ କି କୀଟ ପତଙ୍କ ଠାରୁ ଆରମ୍ଭ କରି ମନୁଷ୍ୟ ପର୍ଯ୍ୟନ୍ତ ସବୁ କିଛି ଜନ୍ମ ହୋଇଥାଏ । ଏ ସବୁ କିଛି ଶିବଙ୍କ ଠାରୁ ହିଁ ଆସିଥାଏ ! ଏବଂ ସବୁ କିଛି ଶିବଙ୍କ ପାଖକୁ ହିଁ ଫେରି ଯାଏ । ଭଗବାନ ଶିବଙ୍କର ଅସ୍ତିତ୍ଵ ବୋଲି କିଛି ନୁହେଁ ,ବରଂମ ଶିବଙ୍କୁ ଅସ୍ତିତ୍ଵ ବୋଲି ବର୍ଣ୍ଣନା କରାଯାଏ ଏବଂ ଶିବଙ୍କୁ ଆଲୋକ ନୁହେଁ  ଅନ୍ଧାର ବୋଲି ବର୍ଣ୍ଣନା କରାଯାଏ ।  ମନୁଷ୍ୟ ସବୁ ବେଳେ ଆଲୋକର ହିଁ ପ୍ରଶଂସା କରିଥାଏ କାରଣ ସେମାନଙ୍କର ଆଖି କେବଳ ଆଲୋକ ହିଁ ଦେଖି ପାରିଥାଏ । 
କିନ୍ତୁ ମଣିଷକୁ ଜାଣି ରଖିବା ଉଚିତ୍ ଯେ ଆଲୋକ ସବୁ ବେଳ ପାଇଁ କ୍ଷଣ ସ୍ଥାଇ ନୁହେଁ  , କାରଣ ଏହାର  ଆରମ୍ଭ ଏବଂ ଶେଷ ଅଛି । କିନ୍ତୁ ଅନ୍ଧକାର ଆଲୋକ ଅପେକ୍ଷା ବହୁ ଗୁଣରେ ବଡ କାହିଁକି ନା ଅନ୍ଧକାରରେ କିଛି ବି ଜଳିବାର  ଅବଶ୍ୟକତା ନାହିଁ । ଅନ୍ଧକାର ସବୁ ବେଳ ପାଇଁ କ୍ଷଣ ସ୍ଥାଇ ହୋଇ ରହିଥାଏ । ଏହା ଏପରି ଏକ ଜିନିଷ ଯାହା ସବୁ ସ୍ଥାନରେ ସବୁ ବେଳେ ଉପସ୍ଥିତି ହୋଇ ରହିଥାଏ । 
ଶିବ ଶବ୍ଦ ସମାନର ଦୁଇଟି ଅର୍ଥ, କାହାକୁ ଯଦି ଯୋଗୀ ବୋଲି କହିବା ସେ ନିଜେ ଅନୁଭବ କରିଛନ୍ତି  ଯେ ସେ ନିଜେ ବ୍ରହ୍ମାଣ୍ଡ । ଦର୍ଶକ ବନ୍ଧୁ ଯଦି ତୁମେ ତୁମ ଭିତରେ ଏହି ସୃଷ୍ଟିକୁ କିଛି କ୍ଷଣ ପାଇଁ ବାସ କରିବାକୁ ଚାହୁଁଛ ତାହାଲେ ତୁମକୁ ସେହି ଶୂନ୍ୟ ସ୍ଥାନ ହେବାକୁ ପଡିବ । କାରଣ ଶୂନ୍ୟତା ହିଁ ସବୁ କିଛି ଧାରଣ କରିପାରିବ । 


ଶିବ ଶବ୍ଦର ଅର୍ଥ ହେଉଛି ଯୋଗୀ ଆଉ ଅନ୍ୟଟି ଶୂନ୍ୟତା । ଏହି ଦୁଇଟି ହେଉଛି ଏକ ପ୍ରକାରର । ଭାରତରେ ଅନେକ ଲୋକ କ୍ଯାଲେଣ୍ଡର ମାଧ୍ୟମରେ ଭଗବାନ ଶିବଙ୍କ ସହିତ ପରିଚିତ । ଶିବଙ୍କୁ ନୀଳ ରଙ୍ଗର ବ୍ୟକ୍ତି ଭାବରେ ବର୍ଣ୍ଣନା କରାଯାଇଛି ।କାରଣ ଏହି ଚେହେରା ଠାରୁ ଅନ୍ୟ କିଛି ଭାବି ପାରିବେ ନାହିଁ । ଯଦି ଆମେ ଶ୍ରୀ କୃଷ୍ଣଙ୍କ ଚିତ୍ର ଅଙ୍କିବା ପାଇଁ କହିବା ତାହାଲେ ହାତରେ ବଂଶୀ ଧରାଇବେ ଆଉ ରାମଙ୍କ ଚିତ୍ର କରିବା ପାଇଁ କହିଲେ ହାତରେ ଧନୁ ଶର ରଖିଦେବେ ଯଦି ଯାହାକୁ ବି ଭଗବାନ ଶିବଙ୍କ ଚିତ୍ର କରିବା ପାଇଁ କହିବା ତାହାଲେ ସେ ପ୍ରଥମେ ମୁଣ୍ଡରେ ଚନ୍ଦ୍ରମା ଆଙ୍କିବେ ,ଭବିବେଯେ ଚିତ୍ର ସମ୍ପୂର୍ଣ ହୋଇଗଲା । ହେଲେ ଏହା ସମ୍ପୂର୍ଣ ହୋଇନଥାଏ । ଯୋଗର ପରମ୍ପରାରେ ଶିବଙ୍କୁ କେବେବି ଭଗବାନ ରୂପରେ ଦେଖା ଯାଇନଥାଏ । କାରଣ ସେ ଜଣେ ଏପରି ଜୀବ ଥିଲେ ଯାହାର ପାଦ ଏହି ପୃଥିବୀଉପରେ ପଡିଥିଲା । ଏବଂ ହିମାଳୟ ଅଞ୍ଚଳରେ ରହୁଥିଲେ । ଶିବଙ୍କ  ଅବତାର ଅତ୍ୟଧିକ ଅତୁଳନିୟ । ଭଗବାନ ଶିବଙ୍କ ରୁପକୁ ବର୍ଣ୍ଣିନା କରିବା ଅସମ୍ଭବ | 
ଯଦି ଆପଣମାନେ ଏମିତି ଆହୁରି ନୁଆ ନୁଆ ଖବର ଜାଣିବାକୁ ଚାହୁଁଛନ୍ତି ତାହାଲେ ଆମ ଚାନେଲ୍ ସହିତ ଜଡ଼ି ହୋଇ ରୁହନ୍ତୁ , ଆଉ ଆମ ଚାନେଲ କୁ ଲାଇକ୍ , ଶେର୍ ସସ୍କ୍ରାଇବ କରିବା ସହିତ କମେଣ୍ଟ  ମଧ୍ୟମରେ ନିଶ୍ଚିତ ଜଣାନ୍ତୁ  |

       ବ୍ୟୁରୋ ରିପୋର୍ଟ tvp news9....!!!

Tags :- # news # tvp news9 # tvp # tvpnews

Share With