ବଢୁଛି ଶୁଭଲଷ୍ମୀ ମୃତ୍ୟୁ ସସପେନ୍ସ...!!
ସାମ୍ନାକୁ ଆସିଲେ ସମ୍ପର୍କୀୟ ଅଙ୍କଲ୍.....!!
ଶୁଭଲଷ୍ମୀ ମୃତ୍ୟୁ ସସପେନ୍ସ ନେଇ ଦିନକୁ ଦିନ ନୂଆ ତଥ୍ୟ ସାମ୍ନାକୁ ଆସୁଛି ! ଦୀପାଳି ପଚେଲ୍ ର 205 ନମ୍ବର ରୁମ୍ ରେ ମୃତ୍ୟୁ ପୂର୍ବରୁ କ'ଣ ହୋଇଥିଲା ସେ ନେଇ ପୋଲିସ୍ ଛାନ୍ ଭିନ୍ ଜାରି ରଖିଥିବା ବେଳେ ଏବେ ସାମ୍ନାକୁ ଆସିଛନ୍ତି ସମ୍ପର୍କୀୟ ଅଙ୍କଲ୍ ! ସେ କହିଛନ୍ତି ଶୁଭଲକ୍ଷ୍ମୀକୁ କାମର ଆବଶ୍ୟକତା ଥିଲା କିନ୍ତୁ ନାବାଳିକା ଥିବାରୁ ତାଙ୍କୁ କିଛି କାମ ଦେଇନଥିଲେ ପରେ ସେ ତାଙ୍କ ପାଇଁ କାମ ଯୋଗାଡ କରିଥିଲେ ସମ୍ପର୍କୀୟ ଅଙ୍କଲ୍ ଆହୁରି ସୋଫେଇ ଦେଇଛନ୍ତି ୩ମାସ ହେଲା ଶୁଭଲକ୍ଷ୍ମୀ ତାଙ୍କ ପାଖରେ ରାହୁନଥିଲେ ! ତାଙ୍କ ଭିଡିଓ ରଖି ବ୍ଲାକମେଲ୍ କରିବା କଥାକୁ ସେ ଅସ୍ଵୀକାର କରିଛନ୍ତି !
ପ୍ରଶ୍ନ ଉଠୁଛି ଯଦି ସବୁ ଠିକ୍ ଠାକ୍ ଥିଲା ତାହାହେଲେ ଶୁଭଲକ୍ଷ୍ମୀ କାହିଁକି ଆତ୍ମହତ୍ୟା କରିଲେ !ପ୍ରେମବ୍ୟାପାର କୁ ନେଇ ସେ ଆତ୍ମହତ୍ୟା କରିଥାଇପାରନ୍ତି ବୋଲି ସମ୍ପର୍କୀୟ ଅଙ୍କଲ୍ ସନ୍ଦେହ ପ୍ରକାଶ କରିଛନ୍ତି ! ଅଙ୍କଲ୍ ଙ୍କ ଯୋଗୁଁ ବିଭନ୍ନ ସମୟରେ ସେ ଚାପରେ ରହୁଥିଲେ ବୋଲି ଅଭିଯୋଗ ଆସିଥିଲା ! କଲ୍ ଡିଟେଲ୍ ରିପୋର୍ଟରେ ଅଛି କି ଶୁଭଲକ୍ଷ୍ମୀଙ୍କ ମୃତ୍ୟୁର ରହସ୍ୟ .....?
ପୁରୁଷ ବନ୍ଧୁ ଅନିଲ୍ କୁ ଡାକି ପଚରା ଊଚରା କରୁଛି ପୋଲିସ ,ଶୁଭଲକ୍ଷ୍ମୀ ମୃତ୍ୟୁ ମାମଲାରେ ପୋଲିସ୍ ନିକଟକୁ ଆସିଛି କଲ୍ ଡିଟେଇଲ୍ସ୍ ରିପୋର୍ଟ ! କୁହାଯାଉଛି ଏଥିରେ ପୋଲିସ୍ କୁ ଗୁରୁତ୍ଵପୂର୍ଣ ସୂଚନା ମିଳିଛି ,କଲ୍ ଡିଟେଇଲ୍ ରିପୋର୍ଟରୁ ପୋଲିସ୍ କୁ ଗୁରୁତ୍ଵପୂର୍ଣ ତଥ୍ୟ ମିଳିଛି ! ମୃତ୍ୟୁ ପୂର୍ବରୁ ଶୁଭଲକ୍ଷ୍ମୀ କାହାସାଥିରେ କଥା ହୋଇଥିଲେ ସେ ବିଷୟରେ ଜାଣିବା ପାଇଁ ସିଡିଆର୍ ରିପୋର୍ଟ ମଗାଯାଇଥିଲା ! ପ୍ରଥମ ବୋୟେଫ୍ରେଣ୍ଡ ସଞ୍ଜୟକୁ ଡାକି ପଚରା ଉଚରା ପରେ ଦୁତୀୟ ଅନିଲ୍ କୁ ଥାନାକୁ ଡାକି ଜେରା କରାଯାଇଛି ! ଶୁଭଲକ୍ଷ୍ମୀଙ୍କ ମୃତ୍ୟୁ ଆତ୍ମହତ୍ୟା ବୋଲି ସ୍ପଷ୍ଟ ହୋଇସାରିଛି ! ନିସାସେବନ କରିଥିବା ସନ୍ଧେୟରେ ଏବେ ରିପୋର୍ଟକୁ ଅପେକ୍ଷା କରାଯାଇଛି ! ହେଲେ ପ୍ରଶ୍ନ ଉଠୁଛି କଲ୍ ଡୀଟେଲ୍ ରୁ ବାହାରିବ କି ସତ ....?
କାହା ପାଇଁ ଚାପରେ ଥିଲେ ଶୁଭଲକ୍ଷ୍ମୀ .....? ମୃତ୍ୟୁ ପୂର୍ବରୁ କାହାସହିତ କଥା ହୋଇଥିଲେ ! ମୃତ୍ୟୁ ପଛରେ ବ୍ଲାକମେଲିଂ ନା ଅନ୍ୟ କାରଣ ....?
ବିୟୁର ରିପୋର୍ଟ TVP news9