କାହିଁକି ପ୍ରଭୁ ଜଗନ୍ନାଥଙ୍କ ମନ୍ଦିରରେ ବାଜେନି ଘଣ୍ଟ..........!!!!!!!
କ’ଣ ଏହାର ନିଧିଷ୍ଠ ସମୟ ଥାଏ କି .....!!!!!!
କ’ଣ ଘଣ୍ଟ ନବାଜିଲେ ପୂଜା ଆରମ୍ଭ ହୁଏ କି .....!!!!!
ଆସନ୍ତୁ ଜାଣିବା ଏହାର ରହସ୍ୟ.....!!
“ ଦର୍ଶକ ବନ୍ଧୁ “........!!!!!
ବିଶେଷ କରି ସମସ୍ତ ଦେବା ଦେବୀ ମନ୍ଦିରରେ ଘଣ୍ଟ ବାଜିଥାଏ ଓ ଘଣ୍ଟର ବ୍ୟବହାର ମଧ୍ୟ ହୋଇଥାଏ ! କିନ୍ତୁ ମହାପ୍ରଭୁ ଜଗନ୍ନାଥ ମନ୍ଦିରରେ ଘଣ୍ଟ ବାଜି ନଥାଏ ! ଯେତେବେଳେ ମନ୍ତ୍ରପଢୀ ପୂଜା କରନ୍ତି ପୂଜକ ମାନେ ସେତେବେଳେ ଘଣ୍ଟ ବଜେଇବା ଦ୍ଵାରା ପୂଜା ଆରମ୍ଭ ହୋଇଥାଏ ! ବିଶେଷ ଭାବରେ ଶିବ ମନ୍ଦିରରେ ଘଣ୍ଟ ରହିବାର ପ୍ରର୍ଥା ରହିଅଛି ଓ ମାଁ ଭଗବତୀ ମନ୍ଦିରରେ ଘଣ୍ଟ ରହିବାର ବି ପ୍ରର୍ଥା ରହିଅଛି ! କିନ୍ତୁ ବିଷ୍ଣୁ ମନ୍ଦିରରେ ଘଣ୍ଟ ରହିବା ପ୍ରର୍ଥା ଏହା ସନାତନ ଧର୍ମର ପରମ୍ପରା ରହି ନାହିଁ !
ଭଗବାନ ବିଷ୍ଣୁ ସଦା ସର୍ବଦା ଜାଗ୍ରତ ହୋଇ ରହିଥାନ୍ତି , ତେବେ ବ୍ରହ୍ମା ଓ ଭଗବାନ ଶିବ ସଦା ସର୍ବଦା ବିଷ୍ଣୁଙ୍କର ଆରାଧନା କରନ୍ତି ଓ ତାଙ୍କର ନିତ୍ୟ ସ୍ମରଣ ମଧ୍ୟ କରିଥାନ୍ତି ଏବଂ ସଦା ସର୍ବଦା ନିତ୍ୟ ଧ୍ୟାନରେ ରହିଥାନ୍ତି ପ୍ରଭୁ ଶିବ ! ମହାପ୍ରଭୁ ଶିବଙ୍କୁ ଜାଗ୍ରତ କରିବା ପାଇଁ ବୃଷବ ଓ ପ୍ରଭୁଙ୍କର ନିବିଡ ସଂଞ୍ଜଗ ଯୋଗୁଁ ବୃଷବ ଦେହରେ ହାତ ଲଗେଇବା ଦ୍ଵାରା ଏବଂ ଘଣ୍ଟ ବଜାଇବା ଦ୍ଵାରା ପ୍ରଭୁ ଶିବ ଜାଗ୍ରତ ହୋଇଥାନ୍ତି !
ମହାପ୍ରଭୁ ଜଗନ୍ନାଥଙ୍କ ମନ୍ଦିରରେ ଘଣ୍ଟ ରହିବାର ବ୍ୟବସ୍ତା ନ ଥାଏ ! କାହିଁକି ନା ପ୍ରଭୁ ଜଗନ୍ନାଥ ହେଉଛନ୍ତି ଅପୂର୍ବ ନେତ୍ର ଧାରି ସଦା ସର୍ବଦା ନିତ୍ୟ ଜାଗ୍ରତ ହୋଇଥାନ୍ତି ତେଣୁ ଘଣ୍ଟି ବଜେଇ ତାଙ୍କୁ ଜାଗ୍ରତ କରିବାରେ କିଛି ଆବଶ୍ୟକତା ନଥାଏ ! ପୂଜାର ଘଣ୍ଟ ଓ ଭକ୍ତ ବଜେଇବାର ଘଣ୍ଟ ମଧ୍ୟରେ ବହୁତ ପାର୍ଥକ୍ଯ ରହିଛି କିନ୍ତୁ ଏହା ନିର୍ମିତ ଭାବରେ ବ୍ୟବହାର କରାଯାଇ ଥାଏ ! ଏଣେ ଏହାର ନୀତି ନିୟମ ଭାବରେ ମଧ୍ୟ ପ୍ରର୍ଥା ରହିଅଛି ଏବଂ ଭାରତର ବିଭିନ୍ନ ସ୍ଥାନରେ ପ୍ରର୍ଥା ରହିଅଛି ଠିକ୍ ସେମିତି ପାବନ ଶ୍ରୀକ୍ଷେତ୍ରର ମଧ୍ୟ ନୀତି ନିୟମ ଏକ ସ୍ଵତନ୍ତ୍ର ଅଟେ !
ଆମ ଭାରତୀୟ ସଂସ୍କୃତି ଅନୁସାରେ ପୂଜା ପାଠ ଓ ପର୍ବ ପର୍ବାଣି ରହିଅଛି ! ଭଗବାନ ମାନଙ୍କର ଦର୍ଶନ କରିବା ପାଇଁ ନୀତି ନିୟମ ଗୁଡାଏ ରହିଥାଏ ! ଭଗବାନକୁ କେଉଁ ପ୍ରକାର ଦର୍ଶନ କରିବା ଓ କେଉଁ ପ୍ରକାରରେ ତାଙ୍କ ପାଖକୁ ଯିବା ସେହି ନୀତି ନିୟମ ଅନୁସାରେ ଦର୍ଶନ ପାଇପାରିବେ !!!!