ସତହେଲା ମାଳିକା ଲେଖା ,ହୀରାକୁଦ ବନ୍ଦରେ ଫାଟ ଦେଲା ଦେଖା ....!!
ପରେ ପରେ ଜଳସ୍ତର ଫୁଲିବାକୁ ଲାଗିଲା , ଆଉ ରାଜନୀତି ମହଲରେ ଛନକା ପଶିଲା....!!
ସତରେ କ’ଣ ଅକାତ କାତ କଳାଗୁମର ପାଣିରେ ଅଛନ୍ତି ଶେଷନାଗ.....!!
ଆଉ ଏବେ ମୁଣ୍ଡଟେକି ଫଣା କାଢିଲେଣି ଶେଷନାଗଙ୍କ ବଂଶଧର....!!’
ଏ କି ସଂକେତ ,ଆସିବ କି ମହାପ୍ରଳୟ...!!
    ଏବେ ଚାରିଆଡେ ହାଃ ହାଃ କାର ହୋଇଯାଇଛି ,ଆଉ ଘନ ଘନ ବୈଇଠକ ଆଉ ରାତି ଅଧିଆ ବାରମ୍ବାର ଫୋନ୍ କଲ୍ ! ସବୁ ନେତାଠୁ ଆରମ୍ଭ କରି ସଚିବ ପର୍ଯ୍ୟନ୍ତ ସମସ୍ତେ ହେଉଛନ୍ତି ହତଭଗା  ! ମୃତ୍ୟୁର ଚବିଶି ଅଙ୍କରେ ଓଡିଶା ପାଇଁ ହେବ କି କାଳ ! ଆଉ ସବୁ ସମାଧାନର କୋକୁଆ ଭୟ ! 
    ହଁ ଦର୍ଶକବନ୍ଧୁ 
        ୬୦୦ସହ ବର୍ଷର ସେହି କଥା କାହାଣୀ ଆଉ କାଳ ଆଖି ସାମ୍ନାରେ ଦେଖୁଛି ! ଗୋଟିଏ ପରେ ଗୋଟିଏ ସତ ହେବାକୁ ଯାଉଛି ! କଳିଯୁଗର ଶେଷ ସମୟ ଆସିଲେ ଅବା କଳି କାଳର ବିନାଶ ଦେଖା ଦେଲେ, ଯାହା ଯାହା ଦୁର୍ଘଟଣା ଦେଖାଯାଉଛି ତାହା ଅଚୁତ ମାଳିକାରେ ବର୍ଣ୍ଣନା କରି ଯାଇଛନ୍ତି !
ଏବଂ ତାହା ଘଟି ଘଟି ଯାଉଛି ଅବେଳରେ ଆଖି ସାମ୍ନାରେ ମୃତ୍ୟୁର ଛୋଟଛୋଟ  ଘଟଣା ,ନିମିସକେ ମାତ୍ରେ ଉଜୁଡି  ପଡୁଛି ସୁନାର ସଂସାର ! କଳିଯୁଗରେ ମଣିଷଙ୍କ ପାଖରେ ସବୁ ଥାଇ ନିଜକୁ କଳିକି ଙ୍କ ନୀଳରୁ ମୁକ୍ତି କରିପାରୁନି ! ହୀରାକୁଦ ବନ୍ଦ ବିଷୟରେ କଳିଯୁଗକୁ ନେଇ , ଅନେକ କଥା ମାଳିକାରେ ଲେଖାଯାଇଛି ! ଅକାତ ଗଭୀର ପଣିରେ, କଳାଗୁମର ପଣି ! 
    ଆଉ ସେହି ପଣିରେ ଭୟାନକ ଭଉଁରୀ ଆଉ ତାହା ହେଉଛି ସମ୍ବଲପୁର ଜିଲ୍ଲାରେ ଅବସ୍ଥିତ ହୀରାକୁଦ ବନ୍ଧ ! କଳି ଯୁଗ ମାଳିକାରେ ବର୍ଣ୍ଣନା ଅଛି ଚବିଶି ଅଙ୍କରେ ଏହି ବନ୍ଧ ଭାଙ୍ଗି ଯିବ ! ଆଉ ଜଳସ୍ତର ମାଡି ଆସିବ , ଆଉ ସେ କଳାଗୁମୁର ପାଣିରେ ଜଳ ସମାଧି ନେବ ସମଗ୍ର ସୃଷ୍ଟି ! ଆଉ ସେ ଅଗାଧ ଜଳ ରାଶିରେ ରହିଛନ୍ତି ଶେଷନାଗଙ୍କର ବଂଶଧର ! ସେମାନେ ମାଡି ଆସି ସମସ୍ତଙ୍କୁ ଦଂସନ କରିବେ,ସେମାନଙ୍କ ହଳା ହଳ ବିଷ ଜଳାରେ ତ୍ରାହି ତ୍ରାହି  ଡାକିବ ଏ ଧରା ପୃଷ୍ଟ ! ଆଉ ସେ ବେଳ ପାଖେଇ ଆସିଲାଣି ! ଆଉ ସେହି କଳା ଗୁମୁର ପଣିରେ ମୁଣ୍ଡ ଟେକିଲେଣି ସାପ ମାନେ ! ଆଉ ବନ୍ଧ ଅତିକ୍ରମ କରି ବାହାରକୁ ଯିବାକୁ ମନ ବଳାଇଲେଣି ! 
        କାହିଁକି ନା ଦର୍ଶକବନ୍ଧୁ ଚାରିଆଡେ ଅନ୍ୟାୟ ଓ ଅତ୍ୟାଚାର ଭାର ବଢିଗଲାଣି ,ଆଉ ଏହି ଶେଷନାଗ ଙ୍କର ବଂଶଧର ମାନେ ଏବେଠୁ ବନ୍ଧ ଭିତରେ କରି , ସେହି ପାପୀ ମାନଙ୍କୁ କହୁଛନ୍ତି ରେ ନିର୍ବୁଦ୍ଧି ପାପୀ ମାନେ ସାବଧାନ ହୋଇଯାଆ କାରଣ ତୋର ଶେଷ ସମୟ ଆସିଗଲାଣି ! ଆମେ ବନ୍ଧ ଭାଙ୍ଗି ବାହାରିଲେ କଳି କାଳ ଶେଷ ହେବ , ପାପୀ ମାନଙ୍କୁ ବିନାଶ କରି ସତ୍ୟ ଯୁଗ ସ୍ଥାପନ ହେବ ! ଦର୍ଶକ ବନ୍ଧୁ ଏ କଥା ଆମେ କହୁନୁ ଯାହା ମାଳିକାରେ ପାଠ କରୁଥିବା ଭକ୍ତ ମାନେ ଦାବି କରିଛନ୍ତି ! 
    
    ସତେରେ କ’ଣ  ବନ୍ଧ ଭାଙ୍ଗି ପାଣି ମାଡି ଆସିବ , ସତରେ କ’ଣ  ଶେଷନାଗ ଙ୍କର ବିସରେ ହାଃ ହାଃ କାର ନାଚି ଉଠିବ ସମଗ୍ର ମାନବ ଜାତି ! ଦର୍ଶକ ବନ୍ଧୁ ଆମ ପାଖରେ ମହାପ୍ରଭୁ ଜଗନ୍ନାଥ ଅଛନ୍ତି , ତାଙ୍କ ଚରଣରେ ଶରଣ ନେବା  ! ସେ ସବୁ ବିପଦକୁ ତାଙ୍କ ଚକ୍ର ମାଧ୍ୟମରେ ଆଡେଇ ଦେବେ !

ବ୍ୟୁରୋ ରିପୋର୍ଟ city news odisha

Tags :- # news # tvp news9 # tvp # tvpnews

Share With